କଣ ରହିବ କେନ୍ଦ୍ର ବଜେଟର ରୂପରେଖ, ଏମିତି କହିଲେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ

By

Published : Jan 31, 2023, 4:12 PM IST

Updated : Feb 3, 2023, 8:39 PM IST

thumbnail

ଭୁବନେଶ୍ବର: ଆଜିଠୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଚଳିତ ବର୍ଷ ପାଇଁ ଉପସ୍ଥାପିତ ହେବ କେନ୍ଦ୍ରର ବଜେଟ । ଏହି ବଜେଟର ରୂପରେଖ କଣ ରହିବ । କଣ ପାଇବ ଓଡିଶା । ଏନେଇ ଇଟିଭି ଭାରତରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ । ଆଗକୁ ଭାରତ ବର୍ଷରେ ନିର୍ବାଚନ ଆସୁଥିବାରୁ ଚଳିତ ବଜେଟ ଏକ ଲୋକ ଦେଖାଣିଆ ବଜେଟ ହେବ ବୋଲି ସେ କହିଛନ୍ତି ।  

ସେ କହିଛନ୍ତି, "ଏଥର ବଜେଟରେ ଗରିବ ଗୁରୁବାଙ୍କ ପାଇଁ ସେପରି କିଛି ଉପାଦାନ ରହିବ ନାହିଁ । ଗୃହ ଋଣ କ୍ଷେତ୍ରରେ କିଛିଟା ରିହାତି ମିଳିପାରେ । ମଧ୍ୟବିତ ପରିବାର ଦୀର୍ଘ ଦିନରୁ ଶୋଷଣର ଶିକାର ହୋଇଆସୁଥିଲେ । ଚଳିତ ବଜେଟରେ ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛି ଯୋଜନା ଆସିପାରେ । ଆୟକୁ ନଦେଖି ବ୍ୟୟ କରିବା ପାଇଁ ବଡ଼ ବଡ଼ କଥା କୁହାଯିବ । ଫଳରେ ଋଣ ବଢ଼ିବ । ବାହାର ନିବେଶକ ମଧ୍ୟ ଆସିବେନି । ତେଣୁ ସରକାର ଏଥର ସମ୍ପୂର୍ଣ୍ଣ ବ୍ୟାଙ୍କ ଉପରେ ନିର୍ଭର କରିବେ ।"

ତେବେ ଚଳିତ ବଜେଟରେ ସବୁକିଛି ଆହୁରି ମହଙ୍ଗା ହେବ ବୋଲି କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ । ସେ କହିଛନ୍ତି, ଓଡ଼ିଶା ବିଗତ ୭-୮ ବର୍ଷ ହେବ କେନ୍ଦ୍ର ବଜେଟରେ କ୍ଷତିରେ ରହିଛି । ଏଥର ମଧ୍ୟ କ୍ଷତିରେ ରହିବ । ଯାହା କିଛି ଆସିବ ଯୋଜନା ମାଧ୍ୟମରେ ଆସିବ । ପୂର୍ବରୁ ଘୋଷଣା ହୋଇଥିବା ଯୋଜନା ପାଇଁ କିଛି ଅଧିକ ଆସିପାରେ । କିନ୍ତୁ ଯାହା ନୂଆ ଘୋଷଣା ହେବ, ସେଗୁଡ଼ିକ କାର୍ଯ୍ୟକାରୀ ହେବାର ନାହିଁ ।" ଚଳିତ ବର୍ଷ ବଜେଟକୁ ନେଇ ପୂର୍ବତନ ଅର୍ଥମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଲାଲମୋହନ ପଣ୍ଡା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.