ଧନୁଯାତ୍ରା ପୂର୍ବରୁ ସାଂସ୍କୃତିକ ଶୋଭାଯାତ୍ରା, ଝୁମିଲେ ପ୍ରଶାସନିକ ଅଧିକାରୀ

By

Published : Dec 27, 2022, 8:53 PM IST

Updated : Feb 3, 2023, 8:37 PM IST

thumbnail

ବରଗଡ଼: ଆରମ୍ଭ ହେବାକୁ ଯାଉଛି ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା । ଏଥିପାଇଁ ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ପକ୍ଷରୁ ଏକ ସାଂସ୍କୃତିକ ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରା ସ୍ଥାନୀୟ ଗାନ୍ଧୀଛକ ଠାରୁ ଆରମ୍ଭ ହୋଇ ଦେବୀ ମା' ସମଲେଶ୍ଵରୀଙ୍କ ମନ୍ଦିରକୁ ଯାଇଥିଲା । ଏଥିରେ ୨୨ ଗୋଟି ସାଂସ୍କୃତିକ ସଂଗଠନ ଯୋଗଦେଇ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ । ଏହି ସାଂସ୍କୃତିକ ଶୋଭାଯାତ୍ରାକୁ ବରଗଡ ଏସପି ଓ ଜିଲ୍ଲାପାଳ ଉଦ୍‌ଘାଟନ କରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ମିର୍ଧା ଟପ୍ପୋ ନିଜେ ବାଜା ବଜାଇ ସାଂସ୍କୃତିକ ଶୋଭାଯାତ୍ରାରେ ନାଚୁଥିବା ଦେଖିବାକୁ ମିଳିଥିଲା ।

Last Updated : Feb 3, 2023, 8:37 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.