ମନ୍ଦିରରେ ପଶି ଭୋଗ ଖାଇଲା ଭାଲୁ, ବିଶ୍ରାମ ନେଇ ପରେ ଜଙ୍ଗଲକୁ ଫେରିଗଲା

By

Published : Nov 6, 2022, 1:30 PM IST

Updated : Feb 3, 2023, 8:31 PM IST

thumbnail

ଗତ କିଛିଦିନର ବ୍ୟବଧାନ ପରେ ପୁଣି ମନ୍ଦିରରେ ପସି ପ୍ରସାଦ ଖାଇଲା ଭାଲୁ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ସଲାପ ଗ୍ରାମରେ ଥିବା ରାଧାକୃଷ୍ଣ ମନ୍ଦିରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଶନିବାର ମଧ୍ୟରାତ୍ରରେ ଭାଲୁଟି ମନ୍ଦିରକୁ ପ୍ରବେଶ କରି ମନ୍ଦିର ଭିତରେ ଥିବା ନଡ଼ିଆ, କଦଳୀ, ଘିଅ ଆଦି ଖୁସିରେ ଖାଇବାକୁ ଲାଗିଥିଲା । ଖାଇ ସାରିବା ପରେ ଭାଲୁଟି ମନ୍ଦିର ଭିତରେ କିଛି ସମୟ ବିଶ୍ରାମ ନେଇଥିଲା । ଏହାପରେ ପରେ ମନ୍ଦିର ଭିତରୁ ବାହାରି ଗ୍ରାମ ନିକଟସ୍ତ ମକା ବାଡ଼ ଭିତରକୁ ଚାଲିଯାଇଥିଲା ।

Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.