ETV Bharat / sukhibhava

ହୋଟେଲରେ କଣ ପାଇଁ ରଖାଯାଏ ପାନମଧୁରୀ ଓ ମିଶ୍ରି ? ଖାଇଲେ ଶରୀରରେ କଣ ପ୍ରଭାବ ପଡିଥାଏ

author img

By

Published : Jun 30, 2023, 5:28 PM IST

fennel sugar candy
fennel sugar candy

ହୋଟେଲରେ କଣ ପାଇଁ ରଖାଯାଏ ପାନମଧୁରୀ ଏବଂ ମିଶ୍ରି ? ଜାଣନ୍ତୁ ଏହା ଦ୍ବାରା ଶରୀର ଉପରେ କେଉଁ ପ୍ରକାର ପ୍ରଭାବ ପଡିଥାଏ । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଆପଣ ଯଦି କେବେ ରେଷ୍ଟୁରାଣ୍ଟ କିମ୍ବା ହୋଟେଲ ପରିଦର୍ଶନ କରିଥିବେ, ତେବେ ନିଶ୍ଚିତ ଭାବରେ ଧ୍ୟାନ ଦେଇଥିବେ ଯେ ଏକ ପାତ୍ରରେ ପାନମଧୁରୀ ଏବଂ ମିଶ୍ରି ରଖାଯାଇଥାଏ । କିନ୍ତୁ ଅଧିକାଂଶ ଲୋକ ଜାଣନ୍ତି ନାହିଁ ଯେ, ପାନମଧୁରୀ ମିଶ୍ରିକୁ ଟେବୁଲ ଉପରେ ରଖିବାର କାରଣ କ’ଣ ? କିଛି ଲୋକ ଭାବନ୍ତି ଯେ 'ଟିପ୍' ଦେବା ପାଇଁ ପାନମଧୁରୀ-ମିଶ୍ରିକୁ ପାତ୍ରରେ ରଖାଯାଇଥାଇପାରେ । ଆଉ କେତେକ ବିଶ୍ୱାସ କରନ୍ତି ଯେ ପାଟି ବା ମାଉଥ୍‌ ଫ୍ରେସ୍‌ ପାଇଁ ଏହାକୁ ରଖାଯାଇଥାଏ । ପାନମଧୁରୀ-ମିଶ୍ରିକୁ ନେଇ ଲୋକଙ୍କର ଭିନ୍ନଭିନ୍ନ ମତ ରହିଛି । ତେବେ ଜାଣନ୍ତୁ ଏହା ପଛର ପ୍ରକୃତ ସତ୍ୟ କଣ ?

ବାସ୍ତବରେ ଯଦି ଦେଖାଯାଏ ମିଶ୍ରି ଚିନି ଅପେକ୍ଷା ବହୁତ ଭଲ । ସାଧାରଣ ଚିନି ତୁଳନାରେ ଏଥିରେ ଥିବା ମଧୁରତା ମଧ୍ୟ କମ୍ ଥାଏ । ଉତ୍ତମ ହଜମ ପ୍ରକ୍ରିୟା ବଜାୟ ରଖିବା ପାଇଁ ଏହା କାମ କରିଥାଏ ।

କଣ ପାଇଁ ଖିଆଯାଏ ମିଶ୍ରି ଏବଂ ପାନମଧୁରୀ:

ହଜମ ପ୍ରକ୍ରିୟାକୁ ସଠିକ ରଖିଥାଏ: ପାନମଧୁରୀ ଏବଂ ମିଶ୍ରି ଏକାଠି ଖାଇବା ଦ୍ବାରା ହଜମ ପ୍ରକ୍ରିୟା ଠିକ ରହିଥାଏ । ପାନମଧୁରୀରେ ଫାଇବର, ଭିଟାମିନ୍ ଏବଂ କ୍ୟାଲସିୟମ୍ ସହିତ ଅନେକ ଜରୁରୀ ପୋଷକ ତତ୍ତ୍ୱ ମିଳିଥାଏ । ଏହା ବ୍ୟତୀତ ଅନେକ ଔଷଧୀୟ ଗୁଣ ମଧ୍ୟ ଉପସ୍ଥିତ ରହିଛି । ଖାଦ୍ୟ ଖାଇବା ପରେ ଏହାକୁ ଖାଇଲେ ହଜମ ଶୀଘ୍ର ହୋଇଯାଇଥାଏ ।

ରକ୍ତର ପରିମାଣ ବଢିଥାଏ: ପାନମଧୁରୀ ଏବଂ ମିଶ୍ରି ଶରୀରରେ ରକ୍ତର ପରିମାଣକୁ କମ ହେବାକୁ ଦେଇନଥାଏ । ଖାଦ୍ୟ ଖାଇବା ପରେ ଏହା ଖାଇବା ଦ୍ବାରା ଶରୀରରେ ହିମୋଗ୍ଲୋବିନର ପରିମାଣ ଠିକ ରହିଥାଏ ।

ଇମ୍ୟୁନିଟି: କିଛି ଜଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ରହିଥାଏ । ଫଳରେ ଶୀଘ୍ର କୌଣସି ରୋଗ ଗ୍ରାସ କରିଥାଏ। ଏଭଳି ସ୍ଥଳେ ଏହାକୁ ଖାଇବା ଦ୍ବାରା ଶରୀରରେ ଇମ୍ୟୁନିଟି ସିଷ୍ଟମ ଠିକ ରହିଥାଏ ।

ପାଟିର ଦୁର୍ଗନ୍ଧକୁ କମ କରିଥାଏ: କିଛି ଜଣଙ୍କର ପାଟିରୁ ଏକ ଅଜବ ପ୍ରକାର ଦୁର୍ଗନ୍ଧ ବାହିରିଥାଏ । ଚିନି ଏବଂ ମିଶ୍ରି ଏକ ଫ୍ରେସନର ଭଳି କାମ କରିଥାଏ । ଏହାକୁ ଖାଇବା ଦ୍ବାରା କିଛି ସମୟ ପାଇଁ ପାଟିରୁ ଏକ ଭଲ ବାସ୍ନା ବାହାରିଥାଏ ।

ଏହା ମଧ୍ୟ ପଢନ୍ତୁ: ଖରାଦିନେ ଖାଲି ପେଟରେ ପିଅନ୍ତୁ ପାନମଧୁରୀ ପାଣି, ଶରୀରକୁ ମିଳିବ ଏହି ସବୁ ଫାଇଦା

ପାନମଧୁରୀରେ ଆଇରନ, ମିନେରାଲ, ପୋଟାସିୟମ୍, ଭିଟାମିନ୍-ସି ପରି ପୋଷକ ତତ୍ତ୍ୱ ଭରପୂର ରହିଛି । ସେଥିପାଇଁ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଅନେକ ଲୋକ ଅଛନ୍ତି ଯେଉଁମାନେ ଓଜନ କମାଇବା ପାଇଁ ପାନମହୁରୀ ପାଣି ପିଇବାକୁ ପସନ୍ଦ କରନ୍ତି । ଶରୀରକୁ ଥଣ୍ଡା କରିବା ପାଇଁ ମଧ୍ୟ ଏହାକୁ ପିଇପାରିବେ । ଏଥିରେ ଟ୍ରାନ୍ସ-ଆନାଥୋଲ୍ ନାମକ ଏକ ଉପାଦାନର ଉପସ୍ଥିତି କାରଣରୁ ଏହା ଶକ୍ତିଶାଳୀ ଆଣ୍ଟିଭାଇରାଲ୍ ଗୁଣ ଧାରଣ କରିଥାଏ । ଏହା ସହିତ, ପାନମହୂରୀ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିପାରେ, ଫଳରେ ରୋଗ ସଂକ୍ରମଣ ଆଶଙ୍କା ମଧ୍ୟ ହ୍ରାସ ପାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.