ETV Bharat / sukhibhava

ଖରାଦିନେ ଖାଲି ପେଟରେ ପିଅନ୍ତୁ ପାନମଧୁରୀ ପାଣି, ଶରୀରକୁ ମିଳିବ ଏହି ସବୁ ଫାଇଦା

author img

By

Published : May 25, 2023, 5:39 PM IST

ଖରାଦିନେ ଖାଲି ପେଟରେ ପାନମଧୁରୀ ପାଣି ପିଇବା ନେଇ ଦ୍ବନ୍ଦରେ ଅଛନ୍ତି କି। ଏହି ପାଣି ପିଇବା ଦ୍ବାରା ଶରୀରକୁ କ୍ଷତି ପହଞ୍ଚାଇବା ନେଇ ଭାବୁଛନ୍ତି କି, ତାହାଲେ ପଢନ୍ତୁ ପୁରା ଖବର

fennel water
fennel water

ହାଇଦ୍ରାବାଦ: ପାନମହୁରୀ ପାଣି ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ପ୍ରତ୍ୟେକ ଲୋକ ଏହାକୁ ଖାଲି ପେଟରେ ପିଇବା ପାଇଁ ପସନ୍ଦ କରିଥାଆନ୍ତି । ତେବେ ଖରାଦିନରେ ଖାଲି ପେଟରେ ପାନମଧୁରୀ ପାଣି ପିଇବା ଜରୁରୀ କି ? ଏନେଇ ଅନେକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । କିନ୍ତୁ ବିଶେଷଜ୍ଞଙ୍କ ମତରେ ଗ୍ରୀଷ୍ମ ଋତୁରେ ବି ଖାଲିପୋଟରେ ପାନମହୁରୀ ପାଣି ପିଇପାରିବେ । ଏଥରେ ଅନେକ ପୃଷ୍ଟିକର ଉପାଦାନ ଥାଏ ଯାହା ଶରୀର ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ । ପାନମହୁରୀକୁ ମିଶିରେ ପାଣିରେ ଭିଜାଇ ପିଇବା ଦ୍ବାରା ପେଟ ଥଣ୍ଡା ହୋଇଥାଏ ।

ପାନମଧୁରୀରେ ଆଇରନ, ମିନେରାଲ, ପୋଟାସିୟମ୍, ଭିଟାମିନ୍ ସି ପରି ପୋଷକ ତତ୍ତ୍ୱ ଭରପୂର ରହିଛି । ସେଥିପାଇଁ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଅନେକ ଲୋକ ଅଛନ୍ତି ଯେଉଁମାନେ ଓଜନ କମାଇବା ପାଇଁ ପାନମହୁରୀ ପାଣି ପିଇବାକୁ ପସନ୍ଦ କରନ୍ତି । ଶରୀରରକୁ ଥଣ୍ଡା କରିବା ପାଇଁ ମଧ୍ୟ ଏହାକୁ ପିଇପାରିବେ । ଏଥିରେ ଟ୍ରାନ୍ସ-ଆନାଥୋଲ୍ ନାମକ ଏକ ଉପାଦାନର ଉପସ୍ଥିତି କାରଣରୁ ଏହା ଶକ୍ତିଶାଳୀ ଆଣ୍ଟିଭାଇରାଲ୍ ଗୁଣ ଧାରଣ କରିଥାଏ । ଏହା ସହିତ, ପାନମହୂରୀ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିପାରେ, ଫଳରେ ରୋଗ ସଂକ୍ରମଣ ଆଶଙ୍କା ମଧ୍ୟ ହ୍ରାସ ପାଇଥାଏ ।

କେତେବେଳେ ଏବଂ କେମିତି ପିଇବେ ପାନମଧୁରୀ ପାଣି: ଯଦି ଆପଣଙ୍କ ପେଟ ଅତ୍ୟଧିକ ଗରମ ହୋଇଯାଏ କିମ୍ବା ଆପଣ ଅତ୍ୟଧିକ ଗରମ ଅନୁଭବ କରନ୍ତି, ତେବେ ଗ୍ରୀଷ୍ମ ଦିନରେ ମଧ୍ୟ ଆପଣ ଖାଲି ପେଟରେ ପାନମହୁରୀ ପାଣି ପିଇପାରିବେ । କାରଣ ଏହା ଦ୍ବାରା ଶରୀର ହାଇଡ୍ରେଟ ହୋଇଥାଏ । ଯଦି ଆପଣ ସୂର୍ଯ୍ୟକିରଣରେ ବାହାରକୁ ଯାଉଛନ୍ତି, ତେବେ ଏହି ପାଣିକୁ ପିଇ ଯାଇପାରିବେ । ଏହାଦ୍ବାରା ଶରୀର ହାଇଡ୍ରେଟ ହୋଇ ରହିବ ।

ପାନମଧୁରୀ ପାଣି କେମିତି ପ୍ରସ୍ତୁତ କରିବେ? : ଏହି ପାଣି ପିଇବା ପାଇଁ ଆପଣ ଏକ ଚାମଚ ପାନମଧୁରୀକୁ ନେଇ ଏକ ଗ୍ଲାସ ପାଣିରେ ଭିଜାଇ ରଖନ୍ତୁ । ଏହାପରେ ସକାଳେ ଏହାକୁ ଛାଣି ଖାଲିପେଟରେ ପିଅନ୍ତୁ । ଏହାପରେ ଛାଣିକି ରଖିଥାବା ମାନମହୁରୀକୁ ଚୋବାଇ ଖାଇପାରିବେ । ଏହି ପାଣି ଆପଣଙ୍କ ଓଜନ ମଧ୍ୟ ହ୍ରାସ କରିବା ସହ ଶରୀରକୁ ହାଇଡ୍ରେଟ ରଖିଥାଏ ।

ପାଶ୍ବ ପ୍ରତିକ୍ରିୟା(side effects): ବିଶେଷଜ୍ଞଙ୍କ ମତରେ ପ୍ରତ୍ୟେକ ଦିନ ପାନମଧୁରୀ ପାଣି ପିଇଲେ ମଧ୍ୟ ଶରୀର ଉପରେ କୌଣସି ପ୍ରଭାବ ପଡିନଥାଏ । ଯଦି ଆବଶ୍ୟକତାଠାରୁ ଅଧିକ ବ୍ୟବହାର କରିବା ତାହାଲେ ଏହା କୁପ୍ରଭାବ ପକାଇପାରେ।

  • ପାନମଧୁରୀ ପାଣିରେ ଇଷ୍ଟ୍ରୋଜେନିକ୍ ଗୁଣ ରହିଛି ଏବଂ ଏହା ଇଷ୍ଟ୍ରୋଜେନ୍ ହରମୋନ୍ ପରି କାର୍ଯ୍ୟ କରିଥାଏ । ବିଶେଷକରି ଯଦି ଗର୍ଭବତୀ ମହିଳାମାନେ ଏହାକୁ ଅତ୍ୟଧିକ ବ୍ୟବହାର କଲେ, କ୍ଷତିକାରକ ହୋଇପାରେ ।
  • ଯଦି କୌଣସି ବ୍ୟକ୍ତିଙ୍କୁ ପାନମଧୁରୀରେ ଆଲର୍ଜି ଥାଏ ତାହେଲେ ଏହା ସେବନ କରିବା କ୍ଷତିକାରକ ହୋଇପାରେ ।
  • ଯେଉଁ ବ୍ୟକ୍ତିବିଶେଷଙ୍କୁ କ୍ୟାନସର ଭଳି ରୋଗ ହୋଇଛି ଏବଂ ଔଷଧ ଖାଉଛନ୍ତି, ସେହି କ୍ଷେତ୍ରରେ ପାନମଧୁରୀ ପାଣି ପିଇବା ଆବଶ୍ୟକ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.