ETV Bharat / sukhibhava

International Kissing Day 2023: ଆଜି ଅନ୍ତର୍ଜାତୀୟ ଚୁମ୍ବନ ଦିବସ, ଶରୀରକୁ ସୁସ୍ଥ ରଖେ ଚୁମ୍ବନ

author img

By

Published : Jul 6, 2023, 6:11 AM IST

International Kissing Day 2023
International Kissing Day 2023

ଆଜି ଚୁମ୍ବନ ଦିବସ । ସାରା ବିଶ୍ୱରେ ଲୋକମାନେ ନିଜ ପ୍ରେମକୁ ପ୍ରକାଶ କରିବାକୁ ଏହି ଦିନ ନିଜ ସାଥୀମାନଙ୍କୁ ଚୁମ୍ବନ ଦେଇଥାଆନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଚୁମ୍ବନ ମଧ୍ୟ ଶରୀରକୁ ସୁସ୍ଥ ରଖିବାରେ ଏକ ଭୂମିକା ଗ୍ରହଣ କରିଥାଏ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଅନ୍ତର୍ଜାତୀୟ ଚୁମ୍ବନ ଦିବସ ପ୍ରତ୍ୟେକ ବର୍ଷ 6 ଜୁଲାଇରେ ପାଳନ କରାଯାଏ । ଏହି ଦିନ ପ୍ରଥମେ ଆମେରିକାରେ ପାଳନ କରାଯାଇଥିଲା । 2000 ମସିହା ପରେ ଏହା ବିଶ୍ବବ୍ୟାପୀ ପାଳନ କରାଯାଇଥିଲା । ଅନେକେ ବିଶ୍ବାସ କରନ୍ତି ଯେ, ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଏହି ଦିନଟି ପାଳନ ହେବାକୁ ଲାଗିଲା । ସାମାଜିକ ଔପଚାରିକତାଠାରୁ ଆରମ୍ଭ କରି ଚୁମ୍ବନ ପଛରେ ଅନେକ ତତ୍ତ୍ବ ରହିଛି । ଶତାବ୍ଦୀ ଧରି ପ୍ରେମର ଗଭୀରତାକୁ ପ୍ରକାଶ କରିବା ପାଇଁ ଚୁମ୍ବନ ଦିଆଯାଇଥାଏ। ପିଲାମାନଙ୍କର ଆଲିଙ୍ଗନ ଏବଂ ବୟସ୍କମାନଙ୍କ ଚୁମ୍ବନ ସବୁ ପ୍ରେମର ପ୍ରତୀକ ଏବଂ ଏହି ପ୍ରେମର ଅନେକ ଲାଭ ଅଛି ।

ଅନ୍ତର୍ଜାତୀୟ ଚୁମ୍ବନ ଦିବସ କିପରି ପାଳନ କରିବେ?

ଅନ୍ତର୍ଜାତୀୟ କିସ୍ ଦିବସ ପାଳନ କରିବାକୁ ଆପଣଙ୍କର ସାଙ୍ଗ, ପରିବାର ଏବଂ ପ୍ରିୟଜନଙ୍କୁ ଏକତ୍ର କରନ୍ତୁ ଏବଂ ସେମାନଙ୍କ ସହିତ ଏକ ମିଠା ଚୁମ୍ବନ ବାଣ୍ଟନ୍ତୁ । କେବଳ ଯେ ପ୍ରେମି ଯୁଗଳ ହିଁ ଚୁମ୍ବନ ଦେଇଥାଆନ୍ତି, ଏହା ଭାବିବା ଭୁଲ ଅଟେ । ପରିବାର ପରିଜନଙ୍କୁ ମଧ୍ୟ କିସ ବା ଚୁମ୍ବନ ଦିଆଯାଇଥାଏ ।

କାହିଁକି ଚୁମ୍ବନ ସମସ୍ତେ ପସନ୍ଦ କରିଥାଆନ୍ତି:

ଚୁମ୍ବନ ଏକ ସର୍ବଭାରତୀୟ ଭାଷା: ଯଦି ଆପଣ ଇଂରାଜୀ, ଚାଇନିଜ୍ କିମ୍ବା ସ୍ପାନିଶ୍ କୁହନ୍ତି ତେବେ ଏଥିରେ କିଛି ଫରକ ପଡ଼ିବ ନାହିଁ । ଚୁମ୍ବନ ଏକ ଏପରି ଏକ ଭାଷା ଯାହାକୁ ସାରା ବିଶ୍ୱରେ ଲୋକମାନେ ବୁଝିପାରିବେ ଏବଂ ଉତ୍ସାହିତ କରିପାରିବେ । ସ୍ନେହ ଏବଂ ପ୍ରେମ ଦେଖାଇବାର ଏହା ଏକ ମାଧ୍ୟମ କହିଲେ ଚଳେ । ପରିବାର, ବନ୍ଧୁ କିମ୍ବା ପ୍ରେମୀ ହୁଅନ୍ତୁ ସମସ୍ତଙ୍କୁ କିସ ବା ଚୁମ୍ବନ ଦେଇ ପ୍ରେମକୁ ପରିପ୍ରକାଶ କରିପାରିବେ ।

ଚୁମ୍ବନର ସ୍ବାସ୍ଥ୍ୟ ଉପକାରିତା:

ନିଜକୁ ଖୁସି ରଖିବାରେ ସାହାଯ୍ୟ କରେ: ଯେତେବେଳେ ଜଣେ ଚୁମ୍ବନ କରିଥାଏ, ସେତେବେଳେ ମସ୍ତିଷ୍କରୁ ଅକ୍ସିଟୋସିନ୍, ଡୋପାମାଇନ୍, ଏବଂ ସେରୋଟୋନିନ୍ ପରି ରାସାୟନିକ ପଦାର୍ଥ କ୍ଷରିତ ହୋଇଥାଏ । ଯାହା ଖୁସି ଦ୍ବିଗୁଣିତ ହୋଇଥାଏ । ହାପି ହରମୋନର ଏହି ମିଶ୍ରଣ ମନୋବଳ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।

ଚିନ୍ତା ଏବଂ ଅବସାଦ ଦୂର ହୋଇଥାଏ: କାରଣ ଚୁମ୍ବନ କର୍ଟିସୋଲ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରେ। ଏହା ସୁସ୍ଥତାର ଭାବନାକୁ ବୃଦ୍ଧି କରିବା ସହ ଚାପ ଏବଂ ଅବସାଦକୁ ଦୂର କରିଥାଏ।

ଏହା ମଧ୍ୟ ପଢନ୍ତୁ: Diabetes Cases In Children: କୋରୋନା ପରେ ଛୁଆଙ୍କ ମଧ୍ୟରେ ବୃଦ୍ଧି ପାଇଛି ଟାଇପ୍-1 ମଧୁମେହ

ରକ୍ତଚାପ ଏବଂ କୋଲେଷ୍ଟ୍ରଲ ସ୍ତର କମ କରିଥାଏ : ଚୁମ୍ବନ ଆମ ରକ୍ତବାହୀକୁ ବିସ୍ତାର କରେ ଯାହା ରକ୍ତଚାପ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରେ । ଚୁମ୍ବନ ସମୟରେ ହୃଦସ୍ପନ୍ଦନ ବୃଦ୍ଧି ପାଇଥାଏ । ଯାହା ରକ୍ତବାହୀକୁ ହ୍ରାସ କରିଥାଏ ଏବଂ ରକ୍ତ ପ୍ରବାହକୁ ବଢ଼ାଇଥାଏ ଏବଂ ରକ୍ତଚାପକୁ ହ୍ରାସ କରିଥାଏ । ଚୁମ୍ବନ ସମୟରେ କର୍ଟିସୋଲ ସ୍ତର ହ୍ରାସ ହେବା ସହିତ କୋଲେଷ୍ଟ୍ରଲ ସ୍ତର ମଧ୍ୟ କମିଯାଏ କାରଣ ଚାପ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.