ETV Bharat / sukhibhava

ରିସର୍ଚ୍ଚରେ ଆଶ୍ଚର୍ଯ୍ୟଜନକ ଖୁଲାସା, ବାକଶକ୍ତି ଛଡାଇ ପାରେ କୋରୋନା !

author img

By ETV Bharat Odisha Team

Published : Dec 25, 2023, 2:24 PM IST

Corona
Corona

Corona And Vocal Cord: କୋରୋନାର ନୂଆ ଭାରିଆଣ୍ଟ ଚିନ୍ତାର କାରଣ ସାଜିଛି । ଏହି ଭାଇରସ ବିଶ୍ବକୁ ଚିନ୍ତାରେ ପକାଇଛି । ତେବେ ଏହାକୁ ନେଇ ଏକ ଆଶ୍ତର୍ଯ୍ୟଜନକ ଖୁଲାସା କରାଯାଇଛି । ପଢନ୍ତୁ ପୁରା ଖବର

ହାଇଦ୍ରାବାଦ: କିଛି ମାସର ଅନ୍ତରାଳ ପରେ ପୁଣି ଦିନକୁ ଦିନ ବିପଜ୍ଜନକ ହେଉଛି କୋଭିଡ ସଂକ୍ରମଣ । ଅନେକ ରୋଗର କାରଣ ସାଜିଥିବା କୋରୋନା ଭାଇରସକୁ ନେଇ ଏବେ ଏକ ସାଘାଂତିକ ତଥ୍ୟ ସାମ୍ନାକୁ ଆସିଛି । କୋଭିଡ ଭୂତାଣୁ ସ୍ୱର ଉପରେ ମଧ୍ୟ ପ୍ରଭାବ ପକାଇପାରେ ବୋଲି ଏକ ରିପୋର୍ଟରେ କୁହାଯାଇଛି । ନିକଟରେ ହୋଇଥିବା ଅଧ୍ୟୟନରେ ବୈଜ୍ଞାନିକମାନେ ଏହି ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ତେବେ ଏହି ଭାଇରସ କେବଳେ ସ୍ୱାଦ ଏବଂ ଗନ୍ଧ ନୁହେଁ ବରଂ ଗଳାର ସ୍ୱରକୁ ମଧ୍ୟ ପ୍ରଭାବିତ କରିପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି । କୋଭିଡ 19 କାରଣରୁ ଭୋକାଲ କର୍ଡ ପାରାଲିସେସର ପ୍ରଥମ ମାମଲା ସାମ୍ନାକୁ ଆସିଛି ।

ସ୍ୱର ପାଇଁ କେତେ ଘାତକ କୋରୋନା ଭାଇରସ: ଆମେରିକାର ମାସାଚୁସେଷ୍ଟ ଚକ୍ଷୁ ଏବଂ କର୍ଣ୍ଣ ବିଭାଗର ଅନୁସନ୍ଧାନକାରୀମାନେ କହିଛନ୍ତି, କୋରୋନା ଭାଇରସ ସ୍ନାୟୁ ପ୍ରଣାଳୀରେ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ । ଏହା ଦ୍ବାରା ଭୋକାଲ କୋର୍ଡ ଅର୍ଥାତ ସ୍ବରତନ୍ତ୍ରରେ ପାରାଲିସେସ ହେବାର ଏକ ମାମଲା ଦେଖିବାକୁ ମିଳିଥିଲା । ତେବେ ଜର୍ଣ୍ଣନ ପେଡିଆଟ୍ରିକ ପତ୍ରିକାରେ ଏହା ପ୍ରକାଶିତ ହୋଇଥିବା ବେଳେ କୋରୋନା ଭାଇରସ ଯୋଗୁଁ ଅନ୍ୟାନ୍ୟ ଗୁରୁତର ସମସ୍ୟା ମଧ୍ୟ ହୋଇପାରେ ବୋଲି କୁହାଯାଇଛି ।

ଶିଶୁର ସ୍ୱର ଛଡ଼ାଇ ନେଲା କୋରୋନା: ରିପୋର୍ଟ ଅନୁସାରେ, SARS-CoV-2ରେ ସଂକ୍ରମିତ ହେବାର କିଛି ଦିନ ପରେ 15 ବର୍ଷୀୟ ନାବାଳିକାକୁ ନିଶ୍ବାସ ନେବାରେ ସମସ୍ୟା ଦେଖାଯାଇଥିଲା। ତେବେ ହସ୍ପିଟାଲରେ ଭର୍ତ୍ତି କରିବା ପରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଥିଲା। କୋଭିଡ ଭାଇରସର ପ୍ରଭାବ ଯୋଗୁଁ ନାବାଳିକାର ଭୋକାଲ୍ କର୍ଡ ପାରାଲିସେସ ହୋଇଥିବା ଜଣାପଡିଥିଲା। ପୂର୍ବରୁ ହିଁ ନାବାଳିକାକ ଆଙ୍ଗ୍‌ଜାଇଟି ଏବଂ ଆସ୍ଥମା ସମସ୍ୟା ରହିଥିଲା । ତେବେ ଏଣ୍ଡୋସ୍କୋପିକ୍ ଟେଷ୍ଟ ପରେ ଏହି ତଥ୍ୟ ପ୍ରକାଶ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଦେଶରେ 4 ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା, ଥାନେରୁ ଚିହ୍ନଟ ହେଲେ 5 ଜେଏନ 1 ସଂକ୍ରମିତ

ଭୋକାଲ କର୍ଡ ପାରାଲିସେସର ପ୍ରଥମ ଘଟଣା: କୋଭିଡ ଭାଇରସ ଆରମ୍ଭ ହେବା ପରଠାରୁ ଭୋକାଲ କର୍ଡର ଏହା ପ୍ରଥମ ଘଟଣା। କିନ୍ତୁ ବୟସ୍କମାନଙ୍କ ଠାରେ ଏହା ସହିତ ଜଡ଼ିତ ସମସ୍ୟା ଦେଖା ଯାଉଥିବା ନେଇ ଅନୁସନ୍ଧାନକାରୀମାନେ କହିଛନ୍ତି। ହାର୍ଭାର୍ଡ ମେଡିକାଲ୍ ସ୍କୁଲର ପ୍ରଫେସର ଖ୍ରୀଷ୍ଟୋଫର୍ ହାର୍ଟନିକ୍ କହିଛନ୍ତି, "କୋରୋନା ସଂକ୍ରମଣ କାରଣରୁ ମୁଣ୍ଡବ୍ୟଥା, ହୃଦଘାତ ଏବଂ ପେରିଫେରାଲ୍ ନ୍ୟୁରୋପାଥି ଭଳି ଅନେକ ସ୍ନାୟୁଗତ ସମସ୍ୟା ସୃଷ୍ଟି ହେଉଛି । ତେଣୁ ଏଥିପାଇଁ ଭୋକାଲ କର୍ଡରେ ସମସ୍ୟା ହୋଇପାରେ ବୋଲି ଆଶଙ୍କା କରାଯାଇଥାଏ । ତେବେ ଏହି ସମସ୍ୟାକୁ ଗମ୍ଭୀର ଭାବେ ନେବା ସହିତ ଠିକ ସମୟରେ ଚିକିତ୍ସା କରିବା ଜରୁରୀ ଅଟେ ।"

ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ। ଏହା ଏକ ସର୍ଭେ ରିପୋର୍ଟ ଆଧାରିତ ଖବର ଅଟେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.