ETV Bharat / sukhibhava

ଅଜୀର୍ଣ୍ଣ ବି ପେଟ କର୍କଟ ରୋଗର ଲକ୍ଷଣ ହୋଇପାରେ, ଏହାକୁ ରୋକିବା ପାଇଁ ଜାଣନ୍ତୁ ଉପାୟ

author img

By ETV Bharat Odisha Team

Published : Dec 1, 2023, 5:26 PM IST

ଅଜୀର୍ଣ୍ଣ ବି ପେଟ କର୍କଟ ରୋଗର ଲକ୍ଷଣ ହୋଇପାରେ, ଏହାକୁ ରୋକିବା ପାଇଁ ଜାଣନ୍ତୁ ଉପାୟ
ଅଜୀର୍ଣ୍ଣ ବି ପେଟ କର୍କଟ ରୋଗର ଲକ୍ଷଣ ହୋଇପାରେ, ଏହାକୁ ରୋକିବା ପାଇଁ ଜାଣନ୍ତୁ ଉପାୟ

Stomach Cancer: ସାରା ବିଶ୍ବରେ ଲକ୍ଷ ଲକ୍ଷ ଲୋକ ପେଟ କର୍କଟରେ ପୀଡିତ । ଏହା ଦୁନିଆର ଚତୁର୍ଥ ବିପଜ୍ଜନକ କର୍କଟ ଅଟେ । ଯାହା ଯକୃତ କର୍କଟ ପରେ ଅଧିକାଂଶ ମୃତ୍ୟୁ ପାଇଁ ପେଟ କର୍କଟ ଦାୟୀ । ତେବେ ପେଟ କର୍କଟର ଲକ୍ଷଣ ଏବଂ ନିରାକରଣ ବିଷୟରେ ଜାଣନ୍ତୁ...

ହାଇଦ୍ରାବାଦ: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(WHO) ର ଏକ ରିପୋର୍ଟ ଅନୁସାରେ, ୨୦୨୦ରେ ସାରା ଦୁନିଆରେ ୧୦ଲକ୍ଷ ପେଟ କର୍କଟ ରୋଗରେ ଆକ୍ରାନ୍ତ ଲୋକଙ୍କ ମାମଲା ସାମ୍ନାକୁ ଆସିଛି । ଏଥିସହ ବିଶ୍ବରେ ପେଟ କର୍କଟ ବା ଷ୍ଟୋମାକ କ୍ୟାନ୍ସରରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଉଛି । ଷ୍ଟୋମାକ୍ କ୍ୟାନ୍ସର ସାଧାରଣତଃ ଏକ ଅପେକ୍ଷାକୃତ ଅଧିକ ଜଟିଳ କର୍କଟ ଭାବରେ ବର୍ଗୀକୃତ ହୋଇଥାଏ, କାରଣ ଅଧିକାଂଶ କ୍ଷେତ୍ରରେ ଏହି ପ୍ରକାରର କର୍କଟ ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନେ ଏହାର ପ୍ରାରମ୍ଭିକ ଲକ୍ଷଣ ବାବଦରେ ଜାଣିପାରନ୍ତି ନାହିଁ ଏବଂ ଲକ୍ଷଣଗୁଡ଼ିକ ବୁଝିବା ବେଳକୁ ଏହା ବିସ୍ତାର ହେବା ଆରମ୍ଭ କରି ଦେଇଥାଏ । କିନ୍ତୁ ଯଦି ଏହି କର୍କଟ ପ୍ରାରମ୍ଭିକ ପର୍ଯ୍ୟାୟରେ କିମ୍ବା ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ ହୁଏ, ତେବେ ଏହାକୁ ଔଷଧ, ଚିକିତ୍ସା ଏବଂ ଥେରାପି ସାହାଯ୍ୟରେ ନିୟନ୍ତ୍ରଣ କରାଯାଇପାରିବ ।

ପେଟ କର୍କଟ ବା ଷ୍ଟୋମାକ କ୍ୟାନ୍ସର କ’ଣ?

ସୂଚନା ଅନୁଯାୟୀ, ପେଟରେ କର୍କଟ ସେତେବେଳେ ହୁଏ ଯେତେବେଳେ କୋଷଗୁଡ଼ିକ ଅନିୟନ୍ତ୍ରିତ ଭାବରେ ବଢିବା ଆରମ୍ଭ କରେ । ଏହା ପେଟର ଯେକୌଣସି ଅଂଶରେ ହୋଇପାରେ ଏବଂ ଯଦି ଏହାର ଚିକିତ୍ସା କରା ନ ଯାଏ, ଏହା ଟ୍ୟୁମର ଆକାର ନେଇ ଯକୃତ ଏବଂ ଅଗ୍ନାଶୟକୁ ବ୍ୟାପିପାରେ । ପେଟ କର୍କଟକୁ ଗ୍ୟାସଟ୍ରିକ କର୍କଟ ମଧ୍ୟ କୁହାଯାଏ ।

ପେଟ କର୍କଟର ଲକ୍ଷଣଗୁଡ଼ିକ କ’ଣ?

  • ଥକ୍କାପଣ
  • ଅପଚ ବା ଅଜୀର୍ଣ୍ଣ
  • ବାନ୍ତି
  • ଭୋକ ନ ଲାଗିବା
  • ଖାଦ୍ୟ ଗିଳିବାରେ ଅସୁବିଧା
  • ଓଜନ ହ୍ରାସ
  • ଅଳ୍ପ ଖାଇବା ପରେ ମଧ୍ୟ ପୂର୍ଣ୍ଣ ଅନୁଭବ କରିବା
  • ପେଟ ବ୍ୟଥା

ଏହାର ବିପଦ କାରଣଗୁଡ଼ିକ କ’ଣ?

  • ଅଧିକ ଲୁଣ ଏବଂ ତେଲ ଯୁକ୍ତ ଖାଦ୍ୟ
  • ଧୂମପାନ କିମ୍ବା ତମାଖୁ ସେବନ
  • ମଦ୍ୟପାନ
  • ପେଟରେ ଘା’
  • ଖାଦ୍ୟରେ ଫଳ ଏବଂ ପନିପରିବା ହ୍ରାସ କିମ୍ବା ନ ଖାଇବା
  • ମେଦବହୁଳତା
  • ପେଟରେ ଜୀବାଣୁ ସଂକ୍ରମଣ
  • ଜେନେଟିକ୍ସ
  • ଏହାକୁ କିପରି ରୋକାଯାଇପାରିବ?

ଧୂମପାନ କର ନାହିଁ

ଯଦି ତୁମେ ଧୂମପାନ କର, ତାହା ବନ୍ଦ କରିବା ଉଚିତ । ଧୂମପାନ କରିବା ଦ୍ୱାରା କେବଳ ପେଟ କର୍କଟ ହୁଏ ନାହିଁ ବରଂ ଫୁସଫୁସ କର୍କଟ, ହୃଦ ରୋଗ, ପାଟି କର୍କଟ ଇତ୍ୟାଦି ମଧ୍ୟ ହୋଇପାରେ। ତେଣୁ, ଧୂମପାନ ବନ୍ଦ କରନ୍ତୁ ଏବଂ ଯଦି ଆପଣ ଧୂମପାନ କରନ୍ତି ନାହିଁ, ତେବେ ଦ୍ୱିତୀୟ ହାତ ଧୂଆଁରୁ ମଧ୍ୟ ଦୂରରେ ରୁହନ୍ତୁ । ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ ।

ଅଲସର ଭଳି ସମସ୍ୟାର ଚିକିତ୍ସା କରାନ୍ତୁ

ଅଲସର ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଅଲସର ହଜମ ଜନିତ ସମସ୍ୟା ସହ ପେଟ କର୍କଟ ମଧ୍ୟ ସୃଷ୍ଟି କରିପାରେ । ତେଣୁ, ଯଦି ଏପରି କିଛି ସମସ୍ୟା ଅଛି, ଏହାକୁ ଅଣଦେଖା କରନ୍ତୁ ନାହିଁ ଏବଂ ତୁରନ୍ତ ଏହାର ଚିକିତ୍ସା କରାନ୍ତୁ ।

ଡାଇଟରେ ଫଳ ଏବଂ ପନିପରିବା ସାମିଲ କରାନ୍ତୁ

ଆପଣଙ୍କ ଖାଦ୍ୟରେ ଫଳ ଏବଂ ପନିପରିବା ଅନ୍ତର୍ଭୂକ୍ତ କରନ୍ତୁ । ଏହା ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ ଏବଂ ଅନ୍ୟ ରୋଗକୁ ରୋକିବାରେ ମଧ୍ୟ ସାହାଯ୍ୟ କରିବ । ସୂଚନା ଥାଉ କି, ପୂର୍ବରୁ ପ୍ରସ୍ତୁତି ବା ପ୍ୟାକ ଥିବା ଖାଦ୍ୟରୁ ଦୂରେଇ ରୁହନ୍ତୁ ।

ଏହା ମଧ୍ୟ ପଢନ୍ତୁ: କାହିଁକି ପୁରୁଷଙ୍କୁ ଷ୍ଟୋମାକ୍ କ୍ୟାନସର ବିପଦ ଅଧିକ, ଜାଣନ୍ତୁ

ବ୍ୟାୟାମ କର

ମୋଟାପଣ ପେଟ କର୍କଟ ରୋଗର କାରଣ ହୋଇପାରେ । ତେଣୁ, ପ୍ରତିଦିନ ବ୍ୟାୟାମ କରନ୍ତୁ । ଏହା ଆପଣଙ୍କ ଓଜନ ହ୍ରାସ କରିବ ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.