ETV Bharat / sukhibhava

ଶୀତ ଋତୁରେ ଅଧିକ ହୁଏ ସଂକ୍ରମଣ, ଆୟୁର୍ବେଦିକ ଡାକ୍ତରଙ୍କଠାରୁ ଜାଣନ୍ତୁ ଟିପ୍ସ

author img

By ETV Bharat Odisha Team

Published : Dec 7, 2023, 1:59 PM IST

Updated : Dec 8, 2023, 1:31 PM IST

Ayurvedic Tips to Beat the Winter Problems
Ayurvedic Tips to Beat the Winter Problems

Ayurvedic Remedies for Winter Infections: ସାଧାରଣତଃ ଶୀତ ଋତୁରେ ବୃଦ୍ଧି ପାଇଥାଏ ସଂକ୍ରମଣ। କିଭଳି ପାଇବେ ମୁକ୍ତି? ଜାଣନ୍ତୁ କଣ କହୁଛନ୍ତି ଇରାଗୁଡା ସରକାରୀ ଆୟୁର୍ବେଦିକ ହସ୍ପିଟାଲର ଉପାଧ୍ୟକ୍ଷ...

ହାଇଦ୍ରାବାଦ: ସାଧାରଣତଃ ଶୀତ ଋତୁରେ ସଂକ୍ରମଣ ବୃଦ୍ଧି ପାଇଥାଏ । ଛୁଆଙ୍କ ଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ସଂକ୍ରମିତ ହୋଇଥାଆନ୍ତି । ତେବେ ଇରାଗୁଡା ସରକାରୀ ଆୟୁର୍ବେଦିକ ହସ୍ପିଟାଲର ଉପାଧ୍ୟକ୍ଷ ଡାକ୍ତର ଉମାଶ୍ରୀନିବାସ କହିଛନ୍ତି, ଆୟୁର୍ବେଦିକ ଉପାୟରେ ମଧ୍ୟ ସଂକ୍ରମଣ ସମସ୍ୟାରୁ ରକ୍ଷା ପାଇବା ସମ୍ଭବ ଅଟେ । ତାଙ୍କର କହିବା ଅନୁସାରେ, ଶୀତ ଋତୁରେ ଥଣ୍ଡା, କାଶ, ମୁଣ୍ଡବିନ୍ଧା, ଜ୍ବର, ଶରୀରିକ ଯନ୍ତଣା, ଗଳାରେ ଯନ୍ତ୍ରଣା ଭଳି ସମସ୍ୟା ଦେଖାଯାଇଥାଏ । କିନ୍ତୁ ଏହି ସବୁ ସଂକ୍ରମଣରୁ ମୁକ୍ତି ପାଇବା ପାଇଁ ଔଷଧ ବଦଳରେ ରୋଷେଇ ଘରେ ରହିଥିବା ଉପାଦାନ ଦ୍ବାରା ଏହି ସମସ୍ୟାରୁ ମୁକ୍ତି ମିଳିପାରିବ । ରୋଷେଇ ଶାଳାରେ ରହିଥିବା ଉପାଦାନ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

* ଗୁଡୁଚି(ଏକ ଔଷଧୀୟ ତୃଣ): ଡାକ୍ତର ଉମାଶ୍ରୀନିବାସଙ୍କ କହିବା ଅନୁସାରେ, ଏହି ଗଛର ପତ୍ରକୁ ଛେଚି ରସ ପ୍ରସ୍ତୁତ କରି ପିଇବା ଦ୍ବାରା ଜ୍ବର, କାଶ, ଥଣ୍ଡା ଭଲ ହୋଇଯାଇଥାଏ । ଏହି ରସରେ ଅଳ୍ପ ପରିମାଣର ଗୋଲମରିଡ ପାଉଡର ମିଶାଇ ଦିନକୁ 3 ଥର ପିଇବା ଦ୍ବାରା ଥଣ୍ଡା ସମସ୍ୟା ଦୂର ହୋଇଯାଇଥାଏ । ଲଗାତାର 5 ଦିନ ଖାଇବା ଦ୍ବାରା ଜ୍ବର ଏବଂ ଗଳା ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏହାସହ 5 ଦିନ ପର୍ଯ୍ୟନ୍ତ ଦିନକୁ 2 ଥର ମହାଲକ୍ଷ୍ମୀ ଭିଲାସରସ ଏବଂ ଲକ୍ଷ୍ମୀ ଭିଲାସରସ ଔଷଧ ଖାଇବା ଦ୍ବାରା ମଧ୍ୟ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।

* ଯଦି ସୁଖିଲା କାଶ ହେଉଛି ତାହେଲେ ହରିଡାକୁ କଳରେ ରଖିବା ଦ୍ବାରା ଉପଶମ ମିଳିଥାଏ । ନଚେତ୍‌ 5ରୁ 6ଟି ତୁଳସୀ ପତ୍ର, ଦୁଇଟି ଲବଙ୍ଗ ଏବଂ 3ଟି ଗୋଲମରିଚକୁ ନେଇ ଗୁଣ୍ଡ କରନ୍ତୁ ।

ଏହା ମଧ୍ୟ ପଢନ୍ତୁ: ଶୀତଦିନେ ପ୍ରତିଦିନ ଖାଆନ୍ତୁ ଏହି ଅଟାରେ ପ୍ରସ୍ତୁତ ରୁଟି, ଥଣ୍ତା ଜ୍ବରରୁ ଦେଇଥାଏ ମୁକ୍ତି

* ଶୀତ ଋତୁରେ କିଛି ଜଣଙ୍କର ଗଳାରେ ମାଂସ ବଢ଼ି ଯାଇଥାଏ । ତେବେ ଏଭଳି ସ୍ଥିତିରେ 5ରୁ 6 ଗ୍ରାମ ଗୋଲମରିଚ ପାଉଡର ନେଇ କ୍ଷୀରରେ ମିଶାଇ 5ରୁ 7 ଦିନ ପିଇବା ଉଚିତ । ସେଥିରେ ଅଧ ଚାମଚ ହଳଦୀ ପାଉଡର ମିଶାଇବା ଦ୍ବାରା ଯନ୍ତ୍ରଣାରୁ ଉପଷମ ମିଳିଥାଏ ।

* ଶୀତ ଋତୁରେ ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା ଅଟେ । ସାଧାରଣତଃ ଲୋକେ ଅଦାକୁ ଖଣ୍ଡକରି ଚୋବାଇ ଖାଇଥାଆନ୍ତି । ଏହା ମଧ୍ୟ ସମସ୍ୟାରୁ ମୁକ୍ତି ଦେଇପାରିବ । ତେବେ ଅସହ୍ୟ ମୁଣ୍ଡ ବିନ୍ଧା ହେଲେ ସୁଦର୍ଶନଗଣଭାତି ଆୟୁର୍ବେଦିକ ଔଷଧ ଦିନକୁ 3 ଥର ଖାଆନ୍ତୁ । କିନ୍ତୁ ସକାଳ ଏବଂ ସନ୍ଧ୍ୟାରେ ତ୍ରିଭୁବନ କ୍ରିତିରାସ ଏବଂ ମୃତ୍ୟୁଞ୍ଜୟ ରାସ ଖାଇବା ଦ୍ବାରା ମୁଣ୍ଡବିନ୍ଧା, ଆଲର୍ଜି ଏବଂ ଦଳା ସମସ୍ୟାରୁ ମୁକ୍ତି ମିଳିଥାଏ ।

* ଗଳାରେ ସଂକ୍ରମଣ ଦେଖାଗଲେ ଏକ ଚାମଚ ତ୍ରିଫଳା ପାଉଡରକୁ ଏକ ଗ୍ଲାସ ଉଷୁମ ପାଣିରେ ମିଶାଇ ସକାଳ ଏବଂ ସନ୍ଧ୍ୟାରେ କୁଳି କରନ୍ତୁ ।

* ଶୀତ ଋତୁରେ ଥଣ୍ଡା ଜ୍ବର ଲାଗି ରହିବା କାରଣରୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ହୋଇଯାଇଥାଏ । ଗୁଡୁଚି, ଅଶ୍ବଗନ୍ଧା ଏବଂ ସାତଭରି ପାଉ଼ଡରକୁ ମିଶାଇ ସନ୍ଧ୍ୟା ଏବଂ ସକାଳେ ଖାଇବା ଦ୍ବାରା ମଧ୍ୟ ଏହି ସମସ୍ୟାରୁ ମୁକ୍ତି ମିଳିବ ।

* ଅନ୍ୟପଟେ ଉଭୟ ଜ୍ବର ସହିତ କାଶ ଲାଗି ରହିଲେ ପୋଦିନା ରସ ଏବଂ ପାନପତ୍ର ରସକୁ ମିଶାଇ ସକାଳ ଏବଂ ସନ୍ଧ୍ୟା ସମୟରେ ଖାଇବା ପିଇବା ଉଚିତ । ଏହା ବ୍ୟତୀତ ଲବଙ୍ଗ ମଧ୍ୟ ସମସ୍ଯାରୁ ମୁକ୍ତି ଦେଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Dec 8, 2023, 1:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.