Anxiety: ବୈଜ୍ଞାନିକଙ୍କ କମାଲ୍, ରକ୍ତ ପରୀକ୍ଷାରୁ ଜଣାପଡିବ କେତେ ଚିନ୍ତିତ ଅଛନ୍ତି ଆପଣ

author img

By

Published : Mar 9, 2023, 12:30 PM IST

Blood test for Anxiety

ଆଗକୁ ଜଣେ ବ୍ୟକ୍ତିଙ୍କ ମାନସିକ ସ୍ଥିତି ଜାଣିବ ରକ୍ତ ନମୂନା । ବୈଜ୍ଞାନିକମାନେ ଏପରି ଏକ ରକ୍ତ ପରୀକ୍ଷା ବିକଶିତ କରିଛନ୍ତି, ଯାହା ମାଧ୍ୟମରେ ଜଣେ ବ୍ୟକ୍ତି କେତେ ମାନସିକ ଚିନ୍ତାରେ ଅଛନ୍ତି ଏବଂ ତାଙ୍କ ସ୍ଥିତି କେତେ ଗମ୍ଭୀର ତାହା ଜଣାପଡି ପାରିବ । ଅଧିକ ପଢନ୍ତୁ

ନ୍ୟୁୟର୍କ: ଜଣେ ବ୍ୟକ୍ତି ଚିନ୍ତିତ ହେବା, ଗମ୍ଭୀର ଭାବେ ରହିବା ଏକ ରୋଗ ନୁହେଁ ସତ କିନ୍ତୁ ଏହାର କୁପ୍ରଭାବ ସିଧାସଳଖ ଆମ ସ୍ବାସ୍ଥ୍ୟ ଉପରେ ପଡିଥାଏ । ଏହି ସମସ୍ୟାକୁ ଡାକ୍ତରୀ ଭାଷାରେ ଏନ୍‌ଜାଇଟି(Anxiety) କୁହାଯାଏ । ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ମାନସିକ ଚିନ୍ତାର ସମ୍ମୁଖୀନ ହେଉଛନ୍ତି । ସବୁଠୁ ବଡ କଥା ହେଉଛି କି କିଛି ଲୋକଙ୍କ କ୍ଷେତ୍ରରେ ଏହି ଅବସ୍ଥା ଜଣାପଡିନଥାଏ । ଜଣେ ବ୍ୟକ୍ତିଙ୍କ ମାନସିକ ସ୍ଥିତି କିପରି ଅଛି ଜାଣିବା ଡାକ୍ତରମାନଙ୍କ ପାଇଁ ମଧ୍ୟ କଷ୍ଟକର ହୋଇପଡେ । ହେଲେ ବୈଜ୍ଞାନିକଙ୍କ ଆବିଷ୍କାର ଏହାକୁ ସହଜ କରିବାକୁ ଯାଉଛି ।

ରକ୍ତ ପରୀକ୍ଷା ମାଧ୍ୟମରେ କିପରି ଏନ୍‌ଜାଇଟି ଲକ୍ଷଣ ଚିହ୍ନଟ କରିହେବ ସେଥିରେ ସଫଳ ହୋଇଛନ୍ତି ଆମେରିକାର ବୈଜ୍ଞାନିକ । ଖବର ଅନୁସାରେ, ଅନୁସନ୍ଧାନକାରୀମାନେ ଚିନ୍ତାକୁ ଜାଣିବା ପାଇଁ ଏକ ରକ୍ତ ପରୀକ୍ଷାକୁ ସଫଳତାର ସହ ବିକଶିତ କରିଛନ୍ତି, ଯାହା ବାୟୋମାର୍କର ଯାଞ୍ଚ କରିଥାଏ । ଏହାଦ୍ବାରା ଡାକ୍ତରମାନେ ବ୍ୟକ୍ତିର ଚିନ୍ତା, ଗମ୍ଭୀରତା ଏବଂ କେଉଁ ଥେରାପି ତାଙ୍କ ଚିକିତ୍ସା ପାଇଁ ସର୍ବୋତ୍ତମ ହେବ ତାହା ନିର୍ଣ୍ଣୟ କରିପାରିବେ ।

ଏହା ମଧ୍ୟ ପଢନ୍ତୁ:-World Kidney Day: ଏହି ସବୁ ଅଭ୍ୟାସ କିଡନୀ ଉପରେ ପକାଏ କୁପ୍ରଭାବ

ଇଣ୍ଡିଆନ୍ ୟୁନିଭରସିଟି ସ୍କୁଲ୍ ଅଫ୍ ମେଡିସିନ୍‌ର ମାନସିକ ରୋଗ ପ୍ରଫେସର ଆଲେକ୍ସଜାଣ୍ଡାର୍ ନିକ୍ୟୁଲେସ୍କୁ କହିଛନ୍ତି ଯେ, ଅନେକ ଲୋକ ଚିନ୍ତାର ଶିକାର ହେଉଛନ୍ତି, ଏହା ଦୈନନ୍ଦିନ ଜୀବନରେ ବାଧା ସୃଷ୍ଟି କରିପାରେ । ଏଥିପାଇଁ କିଛି ଲୋକଙ୍କୁ ମେଡିସିନ୍ ସେବନ କରିବାକୁ ଦିଆଯାଏ । ମାତ୍ର କିଛି ଔଷଧ ନିଶା ଭଳି କାର୍ଯ୍ୟ କରିବା ସହ ଅଧିକ ସମସ୍ୟା ସୃଷ୍ଟି କରିପାରେ । କିନ୍ତୁ ଏହି ପରୀକ୍ଷା ବିକଶିତ ହେବା ପରେ ରୋଗୀର ପ୍ରକୃତ ଲକ୍ଷଣକୁ ପ୍ରାରମ୍ଭିକ ପର୍ଯ୍ୟାୟରୁ ଚିହ୍ନଟ କରାଯିବା ସହ ସଠିକ୍ ଚିକିତ୍ସା ଥେରାପି ପ୍ରୟୋଗ କରିବାରେ ସହାୟକ ହେବ ।

ମଲିକୁଲାର ସାଇକିଆଟ୍ରି ପତ୍ରିକାରେ ଏହି ଅଧ୍ୟୟନର ଫଳାଫଳ ପ୍ରକାଶ ପାଇଛି । ଏଥିରେ ଦର୍ଶାଯାଇଛି ଯେ, ରକ୍ତ ନମୁନାରେ RNA(ରାଇବୋନ୍ୟୁକ୍ଲିକ୍ ଏସିଡ୍) ବାୟୋମାର୍କର ପରୀକ୍ଷା କରିବା ଅନୁସନ୍ଧାନକାରୀଙ୍କୁ ରୋଗୀର ବର୍ତ୍ତମାନର ଚିନ୍ତା ସ୍ଥିତିକୁ ଚିହ୍ନିବାରେ ସାହାଯ୍ୟ କରିଛି । ଔଷଧ ବ୍ୟତୀତ, ଚିନ୍ତାର ଚିକିତ୍ସା ପାଇଁ ଅନ୍ୟାନ୍ୟ ପଦ୍ଧତି ଅଛି, ଯେପରିକି ଜ୍ଞାନଗତ ଆଚରଣବିହୀନ ଚିକିତ୍ସା କିମ୍ବା ଜୀବନଶୈଳୀରେ ପରିବର୍ତ୍ତନ ଇତ୍ୟାଦି । ସେ ଦୃଷ୍ଟିରୁ କେଉଁ ପ୍ରକାରର ମାନସିକ ରୋଗୀଙ୍କୁ କେଉଁ ପ୍ରକାରର ଚିକିତ୍ସା ଆବଶ୍ୟକ ତାହା ଏହି ପରୀକ୍ଷଣରୁ ଜଣାପଡି ପାରିବ ବୋଲି ନିକ୍ୟୁଲେସ୍କୁ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.