ETV Bharat / sukhibhava

ଡିସେମ୍ବରରେ 10 ହଜାର କୋରୋନା ସଂକ୍ରମିତଙ୍କ ମୃତ୍ୟୁ: ହୁ ମୁଖ୍ୟ

author img

By ETV Bharat Odisha Team

Published : Jan 11, 2024, 1:22 PM IST

ଟେଡ୍ରସ ଆଧାନୋମ
Who Chief On Global Covid Death

Who Chief On Global Covid Death: ସାରା ବିଶ୍ବରେ ଉପର ମୁହାଁ କୋରୋନା ଗ୍ରାଫ। ଡିସେମ୍ବରରେ ସାରା ବିଶ୍ବରେ 10 ହଜାର କୋରୋନା ସଂକ୍ରମିତଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ହୁ ମୁଖ୍ୟ । ଅଧିକ ପଢନ୍ତୁ

ଜେନେଭା: ବିଶ୍ୱରେ କୋରୋନା ସଂକ୍ରମଣ ମାମଲା ହୁ ହୁ ହୋଇ ବଢିବାରେ ଲାଗିଛି । ବିଶେଷକରି କୋରୋନାର ନୂଆ ଭାରିଆଣ୍ଟ ଜେଏନ 1 ଯୋଗୁଁ ଅନେକ ଦେଶର ସ୍ଥିତି ଖରାପ ହେବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ଦେଶକୁ ମାଡି ଚାଲିଛି ଜେଏନ1 ଭାରିଆଣ୍ଟ । ତେବେ ସିଙ୍ଗାପୁର ଏବଂ ଆମେରିକାରରେ କୋରୋନାର ସଂକ୍ରମଣର ଏହା ଅନ୍ୟ ଏକ ଲହର ବୋଲି କୁହାଯାଇଛି । ଏହାରି ଭିତରେ ଭାରତରେ ମଧ୍ୟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । 40ରୁ 50 ଦିନ ଭିତରେ କୋରୋନା ଗ୍ରାଫ ଉପର ମୁହାଁ ରହିଥିବା ବେଳେ ମୁଣ୍ଡ ନେଇଚାଲିଛି ମହାମାରୀ ।

କୋରୋନାର ନୂଆ ଭାରିଆଣ୍ଟ(ଓମିକ୍ରମ ଏବଂ ଏହାର ସବ ଭାରିଆଣ୍ଟ)କୁ ନେଇ ଅନେକ ଅଧ୍ୟୟନ କରାଯାଇଛି । ତେବେ ଏହି ଭାରିଆଣ୍ଟ ଶୀଘ୍ର ବ୍ୟାପୁଥିଲେ ସୁଦ୍ଧା ଏହି କାରଣରୁ ଗମ୍ଭୀର ହେବାର ଆଶଙ୍କା କମ୍ ରହିଥାଏ ବୋଲି କୁହାଯାଇଛି । କିନ୍ତୁ ନିକଟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏନେଇ ଏକ ତଥ୍ୟ ଉପସ୍ଥାପନା କରିଛି ଯାହାକି ଏକ ପ୍ରକାର ଚିନ୍ତାଜନକ ବୋଲି ମନେ ହେଉଛି ।

ମିଳିତ ଜାତିସଂଘର ସ୍ୱାସ୍ଥ୍ୟ ଏଜେନ୍ସିର ମୁଖ୍ୟ କହିଛନ୍ତି ଯେ, ଗତ ମାସରେ ଖ୍ରୀଷ୍ଟମାସ ଏବଂ ନୂଆ ବର୍ଷ ଛୁଟିଦିନରେ ଭିଡ ଯୋଗୁଁ ସାରା ବିଶ୍ବରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଅନ୍ୟପଟେ ଏନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରସ ଆଧାନୋମ କହିଛନ୍ତି, "ଡିସେମ୍ବରରେ କୋରୋନା ସଂକ୍ରମଣ ଯୋଗୁଁ ପ୍ରାୟ 10,000 ସଂକ୍ରମିତ ପ୍ରାଣ ହରାଇଛନ୍ତି । ସେହିପରି ପ୍ରାୟ 50ଟି ଦେଶରେ ଡାକ୍ତରଖାନାରେ ଭର୍ତ୍ତି କୋଭିଡ ରୋଗୀଙ୍କ ସଂଖ୍ୟା ମଧ୍ୟ 42 ପ୍ରତିଶତ ବୃଦ୍ଧି ପାଇଛି । ବିଶେଷକରି କୋରୋନା ଯୋଗୁଁ ୟୁରୋପୀୟ ଦେଶମାନଙ୍କରେ ସ୍ଥିତି ଖରାପ ରହିଛି ।"

ଏହା ମଧ୍ୟ ପଢନ୍ତୁ: ସତର୍କ କଲା ହୁ': ବିଶ୍ବରେ ଏକ ମାସ ମଧ୍ୟରେ କୋରାନା ପଜିଟିଭ ହାର 52% ବୃଦ୍ଧି

ହୁ ମହାନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା: ସୂଚନାଯୋଗ୍ୟ ଯେ, ଖ୍ରୀଷ୍ଟମାସ ଏବଂ ନୂଆବର୍ଷରେ ଭିଡ ଜମିବା ଯୋଗୁଁ କୋରୋନା ବିସ୍ଫୋରଣ ହୋଇପାରେ ବୋଲି ପୂର୍ବରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇଥିଲେ । ତେବେ ହୁ'ର ମହାନିର୍ଦ୍ଦେଶକ ଜିନେଭାରେ ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମହାମାରୀ ପିକରେ ରହିଥିବା ସମୟରେ 10,000 ମୃତ୍ୟୁ ସଂଖ୍ୟା ଅତ୍ୟନ୍ତ କମ୍ ଅଟେ । ତଥାପି ଯଦି ଚାହିଁବା ମୃତ୍ୟୁ ହାରରେ ରୋକ ଲଗାଇପାରିବା । କୋରୋନାକୁ ନେଇ ସତର୍କ ରହିବା ଜରୁରୀ । ସାରା ବିଶ୍ବରେ ସରକାର କୋରୋନାକୁ ଗମ୍ଭୀରତାର ସହ ନେଇ ଚିକିତ୍ସା ଏବଂ ଟୀକାକରଣ ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.