ETV Bharat / sukhibhava

ବାମପାର୍ଶ୍ବ ମୁଣ୍ଡବିନ୍ଧା ଲାଗି ରହୁଥିଲେ କରନ୍ତୁନି ଅବହେଳା, ହୋଇପାରେ ଏହି ରୋଗର ସଙ୍କେତ

author img

By

Published : Apr 12, 2023, 2:03 PM IST

Etv Bharat
Etv Bharat

ନିୟମିତ ଭାବେ ମସ୍ତିଷ୍କର ବାମପାର୍ଶ୍ବ ବ୍ୟଥା କରିବାକୁ ଆଦୌ ହାଲୁକା ଭାବେ ନିଅନ୍ତୁ ନାହିଁ । ଏହି ଲକ୍ଷଣ କେଉଁ ରୋଗର ସଙ୍କେତ, ଜାଣନ୍ତୁ

ହାଇଦ୍ରାବାଦ: କାମ ଚାପ ହେଉ ଅବା ଅନ୍ୟାନ୍ୟ କାରଣ, ପ୍ରାୟ ଅଧିକାଂଶ ଲୋକେ ମୁଣ୍ଡ ବ୍ୟଥା ସମସ୍ୟାର ସମ୍ମୁଖୀନ ହୁଅନ୍ତି । ବେଳେବେଳେ ଥଣ୍ଡା, ଜ୍ବର ଭଳି ସାମାନ୍ୟ ଅସୁସ୍ଥତା କାରଣରୁ ମଧ୍ୟ ମୁଣ୍ଡ ବିନ୍ଧିଥାଏ । କିଛି ଲୋକ ବାମପାର୍ଶ୍ବ ମୁଣ୍ଡ ବିନ୍ଧୁଛି ବୋଲି କହୁ ଥିବାବେଳେ କେତେକଙ୍କର ବାମ ପାର୍ଶ ଏବଂ କପାଳ ବ୍ୟଥା କରିବା କହିଥାନ୍ତି । ଏସବୁ ସାମାନ୍ୟ କାରଣରୁ ହୋଇ ଥାଇପାରେ । ହେଲେ ନିୟମିତ ଭାବେ ମସ୍ତିଷ୍କର ବାମପାର୍ଶ୍ବ ବ୍ୟଥା କରିବାକୁ ଆଦୌ ହାଲୁକା ଭାବେ ନିଅନ୍ତୁ ନାହିଁ । ଏହି ଲକ୍ଷଣ କେଉଁ ରୋଗର ସଙ୍କେତ ହୋଇଥାଏ, ଜାଣନ୍ତୁ

ଅନେକ ଲୋକ ଅଛନ୍ତି ଯେଉଁମାନେ ମୁଣ୍ଡବିନ୍ଧା ପାଇଁ ଯନ୍ତ୍ରଣା ଉପଶମକାରୀ ଔଷଧ(ପେନ୍‌କିଲର୍) ସେବନ କରନ୍ତି । ହେଲେ ମସ୍ତିଷ୍କର ବାମପାର୍ଶ ଦରଜ କରୁଥିଲେ ଆଦୌ କୌଣସି ଔଷଧ ଖାଆନ୍ତୁ ନାହିଁ । ଡାକ୍ତରଙ୍କ ବିନା ପରାମର୍ଶରେ ମେଡିସିନ୍ ଖାଇବା ଜଟିଳ ସ୍ବାସ୍ଥ୍ୟ ସମସ୍ୟା କରିପାରେ । କାରଣ ଏହା ମସ୍ତିଷ୍କ ଟ୍ୟୁମର, କ୍ଲଷ୍ଟର, ସଂକ୍ରମଣ ଏବଂ ମାଇଗ୍ରେନର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ । ଯଦି ମୁଣ୍ଡର ବାମ ପାର୍ଶ୍ୱରେ ଲଗାତାର ଯନ୍ତ୍ରଣା ହୁଏ, ତେବେ ଏହାକୁ ତୁରନ୍ତ ଡାକ୍ତରଙ୍କ ଦ୍ୱାରା ପରୀକ୍ଷା କରାଯିବା ଉଚିତ୍ । ଯାହାଫଳରେ ରୋଗ ସଠିକ୍ ସମୟରେ ଚିହ୍ନଟ ହୋଇପାରିବ ।

କିପରି ଜାଣିବେ କେଉଁ ରୋଗ ହୋଇଛି ?

ଯଦି ମୁଣ୍ଡରେ ଲଗାତାର ଯନ୍ତ୍ରଣା ହୁଏ, ତେବେ ଏହାକୁ କେବଳ ସିଟି ସ୍କାନ୍ ଏବଂ ଏମଆରଆଇ ସ୍କାନ ମାଧ୍ୟମରେ ଚିହ୍ନଟ କରାଯାଇପାରିବ । ଯଦି ପରୀକ୍ଷଣ ସତ୍ତ୍ବେ ରୋଗ ଚିହ୍ନଟ ନହୁଏ, ତେବେ ଏହା ଶରୀର ପାଇଁ ଅନେକ କ୍ଷତି କରିପାରେ । ସେଥିପାଇଁ ଶରୀରରେ କୌଣସି ଅସହ୍ୟ ଯନ୍ତ୍ରଣାକୁ କେବେବି ଅଣଦେଖା କରାଯିବା ଉଚିତ୍ ନୁହେଁ ।

ଏହା ମଧ୍ୟ ପଢନ୍ତୁ:- ଆଉ ରହିବନି ମେଦବହୁଳ ଲୋକଙ୍କର ମଧୁମେହ ବିପଦ ! ଏହି ସର୍ଜରୀ କରିବ ସମସ୍ୟାର ସମାଧାନ

ମୁଣ୍ଡର ବାମ ପାର୍ଶ୍ୱରେ ଯନ୍ତ୍ରଣା ହେବାର କାରଣ

ମାଇଗ୍ରେନ୍

ମାଇଗ୍ରେନକୁ କଦାପି ହାଲୁକା ଭାବରେ ଗ୍ରହଣ କରନ୍ତୁ ନାହିଁ । କାରଣ ଅନେକ ପ୍ରକାର ଯନ୍ତ୍ରଣା ଅଛି, ଯାହା ସହନଶୀଳତା ବାହାରେ । ତଥାପି କିଛି ଲୋକ ଏହାକୁ ଅଣଦେଖା କରନ୍ତି । କିଛି ଦିନ ପରେ ଭଲ ହୋଇଯିବ ଭାବନ୍ତି । ହେଲେ ମୁଣ୍ଡ ବୁଲାଇଲେ, ବାନ୍ତି ଭଳି ଲାଗିଲେ କିମ୍ବା ବାନ୍ତି ହେଲେ ତୁରନ୍ତ ଡାକ୍ତରଙ୍କୁ ଦେଖା କରନ୍ତୁ ।

କ୍ଲଷ୍ଟର ମୁଣ୍ଡବିନ୍ଧା

ଏହି ରୋଗ ହେଲେ ମୁଣ୍ଡବିନ୍ଧା ସାଙ୍ଗକୁ ଆଖିରୁ ପାଣି ଗଡିବା ଏବଂ ଶରୀରରୁ ଝାଳ ନିର୍ଗତ ହୋଇଥାଏ ।

ସେର୍ଭିକୋଜେନିକ ମୁଣ୍ଡବିନ୍ଧା

ଏଥିରେ ମସ୍ତିଷ୍କର ବାମ ପାର୍ଶ୍ବ ଅତ୍ୟନ୍ତ ବ୍ୟଥା ହୋଇଥାଏ । ଏହା ସହିତ ଅସ୍ଥିରତା, ମନୋବଳ ଦୁର୍ବଳ, ବେକ ଯନ୍ତ୍ରଣା ଏବଂ ପିଠି ଯନ୍ତ୍ରଣା ହୋଇଥାଏ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.