ETV Bharat / sukhibhava

ଆଉ ରହିବନି ମେଦବହୁଳ ଲୋକଙ୍କର ମଧୁମେହ ବିପଦ ! ଏହି ସର୍ଜରୀ କରିବ ସମସ୍ୟାର ସମାଧାନ

author img

By

Published : Apr 12, 2023, 12:41 PM IST

obesity
obesity

ଦୂର ହୋଇପାରିବ ମେଦବହୁଳ ଲୋକଙ୍କର ମଧୁମେହ ବିପଦ ଆଶଙ୍କା । ବେରିଆଟ୍ରିକ୍ ସର୍ଜରୀ ମେଦବହୁଳ ଲୋକଙ୍କର ମେଦବହୁଳ ଜଟିଳତାକୁ ହ୍ରାସ କରିପାରେ ବୋଲି ଏକ ଅନୁସନ୍ଧାନରୁ ଜଣାପଡିଛି । ଅଧିକ ପଢନ୍ତୁ

ୱାଶିଂଟନ୍: ଏଣିକି ମେଦବହୁଳ ଲୋକଙ୍କର ମଧୁମେହ ବିପଦ ଆଶଙ୍କା ଦୂର ହୋଇପାରିବ । ବେରିଆଟ୍ରିକ୍ ସର୍ଜରୀ ମେଦବହୁଳ ଲୋକଙ୍କର ମେଦବହୁଳ ଜଟିଳତାକୁ ହ୍ରାସ କରିପାରେ ବୋଲି ଏକ ଅନୁସନ୍ଧାନରୁ ଜଣାପଡିଛି । ଏଥିସହ ନଷ୍ଟ ହୋଇ ଯାଇଥିବା ସ୍ନାୟୁ ପୁନଃ ନିର୍ମାଣ ହୋଇପାରେ । ତେଣୁ ମେଦବହୁଳ ବ୍ୟକ୍ତି ବା ମୋଟାପଣ ଅଧିକ ଥିବା ଲୋକେ ଏଣିକି ମଧୁମେହ ଆଶଙ୍କାରୁ ରକ୍ଷା ପାଇପାରିବେ ।

ମିଚିଗାନ୍ ୟୁନିଭରସିଟିର ସ୍ନାୟୁବିଜ୍ଞାନ ବିଭାଗର ନେତୃତ୍ୱରେ ଏହି ଅନୁସନ୍ଧାନରୁ ଜଣାପଡିଛି ଯେ, ବେରିଆଟ୍ରିକ୍ ସର୍ଜରୀ ମେଦବହୁଳ ଲୋକଙ୍କର ମେଦବହୁଳତା ଜଟିଳତାକୁ ହ୍ରାସ କରିପାରେ । 120 ରୁ ଅଧିକ ମେଦବହୁଳ ରୋଗୀଙ୍କୁ ନେଇ ଏହି ଅନୁସରଣ କରାଯାଇଥିଲା, ଯେଉଁମାନଙ୍କର ମୋଟାପଣ ପାଇଁ ବେରିଆଟ୍ରିକ୍ ସର୍ଜରୀ କରିଥିଲେ । ଏହି ସର୍ଜରୀ ପରେ ଜଣାଗଲା ଯେ, ମେଦବହୁଳ ଲୋକଙ୍କର ମଧୁମେହ ରୋଗର ବିକାଶ ପାଇଁ ସମସ୍ତ ମେଟାବୋଲିକ୍ ବିପଦ କାରଣ, ଯେପରିକି ଉଚ୍ଚ ଗ୍ଲୁକୋଜ୍, ଲିପିଡ୍ ସ୍ତର, ରକ୍ତଚାପ ଏବଂ ମୋଟ କୋଲେଷ୍ଟ୍ରୋଲ୍ ସ୍ତର ଉନ୍ନତ ରହିଛି ।

ଏହା ମଧ୍ୟ ପଢନ୍ତୁ:- India Corona: କାୟା ମେଲାଉଛି କୋରୋନା, ଦିନକରେ 7,830 ନୂଆ ସଂକ୍ରମିତ

ଅନୁସନ୍ଧାନର ଫଳାଫଳ ଡାଏବେଟାଲୋଜିଆରେ ପ୍ରକାଶ ପାଇଛି । ଅନୁସନ୍ଧାନକାରୀମାନେ ଏହା ମଧ୍ୟ ଜାଣିବାକୁ ପାଇଛନ୍ତି ଯେ, ବେରିଆଟ୍ରିକ୍ ସର୍ଜରୀ ହୋଇଥିବା ରୋଗୀମାନେ ମେରୁଦଣ୍ଡରୁ ହାତ ଏବଂ ପାଦ ପର୍ଯ୍ୟନ୍ତ ଯାଇଥିବା ସ୍ନାୟୁ ଗୁଡ଼ିକର କ୍ଷତି ପେରିଫେରାଲ୍ ନ୍ୟୁରୋପାଥିରେ ଉନ୍ନତି ପ୍ରଦର୍ଶନ କରିଥିଲେ । ବରିଷ୍ଠ ଲେଖକ ବ୍ରେନ୍ ସି କାଲାଗାନ୍ କହିଛନ୍ତି ଯେ, "ଆମର ଅନୁସନ୍ଧାନରୁ ଜଣାପଡିଛି, ବେରିଆଟ୍ରିକ୍ ସର୍ଜରୀ ପେରିଫେରାଲ୍ ସ୍ନାୟୁର ପୁନଃନିର୍ମାଣକୁ ସକ୍ଷମ କରିଥାଏ । ତେଣୁ ଏହା ମେଦବହୁଳତା ଥିବା ଲକ୍ଷ ଲକ୍ଷ ବ୍ୟକ୍ତିଙ୍କ ପାଇଁ ଏକ ପ୍ରଭାବଶାଳୀ ଚିକିତ୍ସା ହୋଇପାରେ, ଯେଉଁମାନଙ୍କର ମଧୁମେହ ଏବଂ ପେରିଫେରାଲ୍ ନ୍ୟୁରୋପାଥି ହେବାର ଆଶଙ୍କା ରହିଛି ।"

ଏହା ମଧ୍ୟ ପଢନ୍ତୁ:- ସ୍କିନ୍ ଫ୍ୟାଟ୍ ସମସ୍ୟା କଣ, ଜାଣନ୍ତୁ କେମିତି କରିବେ ନିରାକରଣ

ମଧୁମେହ ପରେ ପେରିଫେରାଲ୍ ନ୍ୟୁରୋପାଥି ପାଇଁ ମୋଟାପଣ ହେଉଛି ଦ୍ୱିତୀୟ ମୁଖ୍ୟ ବିପଦ କାରଣ, ଯାହା 30 ନିୟୁତରୁ ଅଧିକ ଆମେରିକୀୟଙ୍କୁ ପ୍ରଭାବିତ କରିଥାଏ । ଅନୁସନ୍ଧାନକାରୀମାନେ ମେଦବହୁଳ ରୋଗୀଙ୍କ ପେରିଫେରାଲ୍ ନ୍ୟୁରୋପାଥି ପାଇଁ ଦୁଇଟି ପ୍ରାଥମିକ ପଦକ୍ଷେପ ଆକଳନ କରିଥିଲେ, ଯାହା ଜଙ୍ଘ ଏବଂ ଗୋଡରେ ନର୍ଭ ଫାଇବର ଡେନ୍ସିଟି ଦେଖାଉଥିବା ସ୍କିନ୍ ବାୟୋପସି । ବେରିଆଟ୍ରିକ୍ ସର୍ଜରୀର ଦୁଇ ବର୍ଷ ପରେ ଜଙ୍ଘରେ ନର୍ଭ ଫାଇବର ଡେନ୍ସିଟି ଉନ୍ନତ ହୋଇଥିବା ଦେଖିବାକୁ ପାଇଛନ୍ତି । ମେଦବହୁଳ ରୋଗୀଙ୍କ କ୍ଷେତ୍ରରେ ପେରିଫେରାଲ୍ ନ୍ୟୁରୋପାଥି ହ୍ରାସର ପ୍ରାକୃତିକ ଇତିହାସକୁ ଦୃଷ୍ଟିରେ ରଖି ନର୍ଭ ଫାଇବର ଡେନ୍ସିଟି ସ୍ଥିରତାକୁ ମଧ୍ୟ ଏକ ସଫଳ ଫଳାଫଳ ଭାବରେ ବିବେଚନା କରାଯାଇପାରେ ବୋଲି ଅନୁସନ୍ଧାନକାରୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.