ETV Bharat / sukhibhava

Bile Duct Cancer: ଏହି ସବୁ ଲକ୍ଷଣକୁ କରନ୍ତୁନି ଅବହେଳା, ହୋଇପାରେ ପିତ୍ତ ନଳୀ କର୍କଟ

author img

By

Published : Apr 20, 2023, 6:24 PM IST

Etv Bharat
Etv Bharat

ବିଭିନ୍ନ ପ୍ରକାର କର୍କଟ ମଧ୍ୟରୁ ବାଇଲ୍ ଡକ୍ଟ ବା ପିତ୍ତ ନଳୀ କର୍କଟ ଅନ୍ୟତମ । ରୋଗ ଗମ୍ଭୀର ହେଲେ ମଧ୍ୟ ପ୍ରାରମ୍ଭିକ ପର୍ଯ୍ୟାୟରେ ଲକ୍ଷଣ ଚିହ୍ନଟ ହୋଇପାରିଲେ ଜଣେ ବ୍ୟକ୍ତି ସୁସ୍ଥ ହୋଇପାରିବେ । ତେବେ ଏହି କର୍କଟର ଲକ୍ଷଣ କଣ, ଜାଣନ୍ତୁ...

ହାଇଦ୍ରାବାଦ: ପରିସଂଖ୍ୟାନ ଅନୁସାରେ ସମଗ୍ର ବିଶ୍ବରେ ବିଭିନ୍ନ ପ୍ରକାର କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହି ସବୁ ପ୍ରକାର କର୍କଟ ମଧ୍ୟରୁ ବାଇଲ ଡକ୍ଟ ବା ପିତ୍ତ ନଳୀ କର୍କଟ ଅନ୍ୟତମ । ଏହାକୁ ମଧ୍ୟ ସାଂଘାତିକ ପ୍ରକାର କର୍କଟ ମଧ୍ୟରେ ଗଣାଯାଏ । ପିତ୍ତ ନଳୀରେ ଅସ୍ବାଭାବିକତା କାରଣରୁ ଏହି ସମସ୍ୟା ହୋଇପାରେ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯଦି ରୋଗର ଲକ୍ଷଣ ପ୍ରାଥମିକ ପର୍ଯ୍ୟାୟରୁ ଜଣାପଡେ ଏବଂ ସଠିକ୍ ଚିକିତ୍ସା କରାଯାଏ, ତେବେ ଜଣେ ରୋଗୀ ସୁସ୍ଥ ହୋଇ ପାରିବେ । ତେବେ ଏହି ରୋଗରେ କି କି ଲକ୍ଷଣ ରହିଛି, ଜାଣନ୍ତୁ...

ଚର୍ମ କୁଞ୍ଚନ: ଅଧିକାଂଶ ପିତ୍ତ ନଳୀ କର୍କଟ ରୋଗୀଙ୍କ ଚର୍ମ କୁଞ୍ଚନ ସମସ୍ୟା ହୋଇପାରେ । ଚର୍ମରେ ଅତ୍ୟଧିକ ବିଲିରୁବିନ ସ୍ତର କୁଞ୍ଚନ ସୃଷ୍ଟି କରିପାରେ ।

ମୂତ୍ର ରଙ୍ଗରେ ପରିବର୍ତ୍ତନ: ଯଦି ରକ୍ତରେ ବିଲିରୁବିନର ମାତ୍ରା ଅଧିକ ଥାଏ, ତେବେ ମୂତ୍ରର ରଙ୍ଗ ଗାଢ ହୋଇଥାଏ । ଏହା ପିତ୍ତ ନଳୀ କର୍କଟ ଲକ୍ଷଣ ହୋଇପାରେ ।

ଭୋକ କମିବା ଏବଂ ଓଜନ ବୃଦ୍ଧି: ପିତ୍ତ ନଳୀ କର୍କଟ ରୋଗୀମାନେ ଭୋକ ହରାଇପାରନ୍ତି ଏବଂ ବିନା କାରଣରେ ଓଜନ ହ୍ରାସ ହୋଇପାରେ । ଯଦି ଦିନକୁ ଦିନ ଦ୍ରୁତ ଗତିରେ ଓଜନ ହ୍ରାସ ଘଟୁଛି, ତେବେ ଡାକ୍ତରଙ୍କୁ ଦେଖା କରନ୍ତୁ ।

ଏହା ମଧ୍ୟ ପଢନ୍ତୁ:- ଏହି ସବୁ କୁଅଭ୍ୟାସ ମସ୍ତିଷ୍କ ସ୍ବାସ୍ଥ୍ୟକୁ ଦୁର୍ବଳ କରେ, ରୁହନ୍ତୁ ସତର୍କ

ପେଟ ଯନ୍ତ୍ରଣା: ପ୍ରାରମ୍ଭିକ ଅବସ୍ଥାରେ ପିତ୍ତ ନଳୀ କର୍କଟ ସାମାନ୍ୟରୁ ମଧ୍ୟମ ପେଟରେ ଯନ୍ତ୍ରଣା ଦେଇପାରେ, କିନ୍ତୁ ବଡ଼ ଟ୍ୟୁମର୍ ଅଧିକ ଯନ୍ତ୍ରଣା ଦେଇପାରେ ।

ବାନ୍ତି କିମ୍ବା ବାନ୍ତି ପରି ଲାଗିବା: ଯେଉଁମାନେ ପିତ୍ତ ନଳୀ ଅବରୋଧ ହେତୁ କୋଲାଙ୍ଗାଇଟିସ୍ ରୋଗରେ ଆକ୍ରାନ୍ତ ହୁଅନ୍ତି ସେମାନଙ୍କର ଏହି ଲକ୍ଷଣଗୁଡିକ ଦେଖା ଦେଇପାରେ । ଏହି ଅବସ୍ଥାରେ ଜ୍ୱର ଲକ୍ଷଣ ସହିତ ବାନ୍ତି ପରି ଲାଗିବା କିମ୍ବା ବାନ୍ତି ହୋଇଥାଏ ।

ପିତ୍ତ ନଳୀ କର୍କଟକୁ କିପରି ଚିହ୍ନଟ କରାଯାଏ : ପିତ୍ତ ନଳୀ କର୍କଟ ରୋଗ ନିର୍ଣ୍ଣୟ କରିବା ଏକ ଚ୍ୟାଲେଞ୍ଜ ହୋଇପାରେ । କିନ୍ତୁ ପେଟର ସି.ଟି ସ୍କାନ(Abdominal CT Scan), ଏମଆରସିପି, ପେଟର ପାକସ୍ଥଳୀ ଏଣ୍ଡୋସ୍କୋପି, ଏଣ୍ଡୋସ୍କୋପିକ ରେଟ୍ରୋଗ୍ରେଡ କୋଲାଙ୍ଗିଓପାନକ୍ରାଟୋଗ୍ରାଫି(ERCP), କୋଲାଙ୍ଗିଓସ୍କୋପି ଏବଂ ଏଣ୍ଡୋସ୍କୋପିକ ଅଲଟ୍ରାସୋନୋଗ୍ରାଫି କର୍କଟ ରୋଗକୁ ଚିହ୍ନଟ କରେ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.