ETV Bharat / sukhibhava

ଏହି ସବୁ କୁଅଭ୍ୟାସ ମସ୍ତିଷ୍କ ସ୍ବାସ୍ଥ୍ୟକୁ ଦୁର୍ବଳ କରେ, ରୁହନ୍ତୁ ସତର୍କ

author img

By

Published : Apr 20, 2023, 3:41 PM IST

ମାନବର ସାମୂହିକ ସ୍ବାସ୍ଥ୍ୟ ବଜାୟ ରହିବା ପାଇଁ ମସ୍ତିଷ୍କ ଠିକ୍ ଭାବେ କାର୍ଯ୍ୟ କରୁଥିବା ଉଚିତ୍ । ହେଲେ ପୂର୍ବ ଅପେକ୍ଷା ବର୍ତ୍ତମାନର ଜୀବନଶୈଳୀ ମସ୍ତିଷ୍କ ଉପରେ କୁପ୍ରଭାବ ପକାଉଛି । ଏହି ଜୀବନଶୈଳୀ ବା କୁଅଭ୍ୟାସ କଣ, ଜାଣନ୍ତୁ...

Etv Bharat
Etv Bharat

ହାଇଦ୍ରାବାଦ: ମନକୁ ଶରୀରର ଶକ୍ତି କୁହାଯାଏ । ଶରୀର ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଥାଏ ମନର । ସେଥିପାଇଁ ଏହାକୁ ସୁସ୍ଥ ରଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଆମର କିଛି ଦୈନନ୍ଦିନ ଖରାପ ଅଭ୍ୟାସ ମସ୍ତିଷ୍କକୁ କ୍ଷତି ପହଞ୍ଚାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ଅସ୍ୱାସ୍ଥ୍ୟକର ଅଭ୍ୟାସରୁ ଯଥାଶୀଘ୍ର ଦୂର କରିବା ଉଚିତ୍ ।

ବୃଦ୍ଧାବସ୍ଥାରେ, ଆମର ମସ୍ତିଷ୍କ ଦୁର୍ବଳ ହୋଇଯାଏ ଏବଂ ଏହାର କାର୍ଯ୍ୟ କରିବାର କ୍ଷମତା ହ୍ରାସପାଏ । କିନ୍ତୁ ଏହି ଅସ୍ୱାସ୍ଥ୍ୟକର ଅଭ୍ୟାସ ମସ୍ତିଷ୍କର ଶକ୍ତି(ଏନର୍ଜି)କୁ ଅକାଳରେ ହ୍ରାସ କରିଥାଏ । ଦୁର୍ବଳ ସ୍ମୃତି, ମସ୍ତିଷ୍କ କାର୍ଯ୍ୟକଳାପରେ ହ୍ରାସ, ଶିକ୍ଷଣରେ ସମସ୍ୟା ଏହାର ଲକ୍ଷଣ ହୋଇପାରେ । ତେବେ ଆସନ୍ତୁ ଜାଣିବା ମସ୍ତିଷ୍କର ସ୍ୱାସ୍ଥ୍ୟକୁ ଠିକ୍ ରଖିବା ପାଇଁ କେଉଁ ଜିନିଷ କରିବା ଉଚିତ୍ ନୁହେଁ...

ଆଳୁ ଟିକ୍କି ଖାଇବାର ଅଭ୍ୟାସ : ଭାରତୀୟ ଷ୍ଟ୍ରିଟ୍ ଫୁଡ୍‌ରେ ଆଶୁ ଟିକ୍କି ବହୁତ ଲୋକପ୍ରିୟ । କିନ୍ତୁ ଏହା କ୍ୟାଲୋରୀ, କାର୍ବସ୍, ଚର୍ବିରେ ପରିପୂର୍ଣ୍ଣ । ଏହିପରି ଖାଦ୍ୟକୁ ଜଙ୍କ ଫୁଡ୍ କୁହାଯାଏ । ଜଙ୍କ ଫୁଡରେ ଅକ୍ସିଡାଇଜଡ୍ ଫ୍ୟାଟ୍ ଥାଏ, ଯାହା ପ୍ରଦାହ ଏବଂ ଅକ୍ସିଡେଟିଭ୍ ଚାପ ଦ୍ୱାରା ମସ୍ତିଷ୍କକୁ ନଷ୍ଟ କରିଥାଏ । ଯଦି ପ୍ରତିଦିନ ଜଙ୍କ୍‌ ଫୁଡ୍ ଖାଇବାର ଅଭ୍ୟାସ ଅଛି, ତେବେ ଏହା ଆଲଜାଇମର କିମ୍ବା ପାର୍କିନ୍ସନ୍ ରୋଗର ଆଶଙ୍କା ସୃଷ୍ଟି କରିପାରେ । ତେଣୁ ଏହି ଅଭ୍ୟାସକୁ ତୁରନ୍ତ ବଦଳାନ୍ତୁ ।

ସୂର୍ଯ୍ୟକିରଣରେ ବସିବାକୁ ନାପସନ୍ଦ କରିବା : ଆମର ଜୀବନଶୈଳୀ ଏପରି ହୋଇଗଲାଣି ବିନା ଏସି(ଏୟାର୍ କଣ୍ଡିସନର୍)ରେ ରହିବା କଷ୍ଟକର ହୋଇ ପଡ଼ିଲାଣି । ଏହି ଅଭ୍ୟାସ ସହ ଲୋକମାନେ ଆଦୌ ସୂର୍ଯ୍ୟକିରଣକୁ ଯିବାକୁ ପସନ୍ଦ କରୁ ନାହାନ୍ତି । ଯେଉଁ କାରଣରୁ ଭିଟାମିନ୍-ଡି ଅଭାବ ହେବାର ଆଶଙ୍କା ବଢ଼ିଥାଏ । NCBI ଅଧ୍ୟୟନ ଅନୁସାରେ ଭିଟାମିନ୍-ଡି ର ଅଭାବ ମାନସିକ ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ ବୋଲି ବର୍ଣ୍ଣନା କରେ । ଯାହା ଡିପ୍ରେସନ୍, ଡିମେନ୍ସିଆ, ଅଟିଜିମ୍, ସ୍କିଜୋଫ୍ରେନିଆ ପରି ମାନସିକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ।

ଅଳସୁଆମି: ଅଳସୁଆମି ଆପଣଙ୍କୁ ଶାରୀରିକ କାର୍ଯ୍ୟକଳାପରୁ ଦୂରେଇ ରଖେ । ଏହି କାରଣରୁ, ଶରୀରର ରକ୍ତ ପ୍ରବାହ ଦୁର୍ବଳ ହୋଇଯାଏ ଏବଂ ମସ୍ତିଷ୍କ ଆବଶ୍ୟକୀୟ ପୁଷ୍ଟିକର ଖାଦ୍ୟ ପାଇପାରେ ନାହିଁ । ଧୀରେ ଧୀରେ କୋଷଗୁଡ଼ିକର ଶକ୍ତି ହ୍ରାସ ହେବାକୁ ଲାଗେ ଏବଂ ମସ୍ତିଷ୍କ ଦୁର୍ବଳ ହୋଇଯାଏ ।

ନିଶା : ନିଶା ଯାହା ବି ହେଉ, ଏହା ସ୍ୱାସ୍ଥ୍ୟ ପାଇଁ ବିପଦଜନକ । ଯେକୌଣସି ପରିମାଣରେ ମଦ୍ୟପାନ ମସ୍ତିଷ୍କ କୋଷରେ ପ୍ରଦାହ ସୃଷ୍ଟି କରିପାରେ । ଯେଉଁଥିପାଇଁ ସ୍ମୃତି ବହୁତ ଦୁର୍ବଳ ହୋଇଯାଏ ଏବଂ ନୂତନ ଜିନିଷ ଶିଖିବା କିମ୍ବା ଚିନ୍ତା କରିବାର ଶକ୍ତି ମଧ୍ୟ ହ୍ରାସ ହେବାକୁ ଲାଗେ ।

ଘରେ ରହିବାର ଅଭ୍ୟାସ: କିଛି ଲୋକ ସାମାଜିକ ହେବାକୁ ଅର୍ଥାତ୍ ଅନ୍ୟମାନଙ୍କ ସହ ମିଶିବାକୁ ପସନ୍ଦ କରନ୍ତି ନାହିଁ । ଘରେ ପ୍ରାୟତଃ ତାଲା ବନ୍ଦ କରି ରହିବାର ଅଭ୍ୟାସ ଥାଏ । କିନ୍ତୁ ଏହି ଅଭ୍ୟାସ ମନୋଭାବ ଉପରେ ଖରାପ ପ୍ରଭାବ ପକାଇପାରେ । ଯେଉଁ କାରଣରୁ ଉଦାସୀନତା, ବୁଦ୍ଧିରେ ସ୍ଥିରତା, ଚାପ ବୃଦ୍ଧି ଭଳି ସମସ୍ୟା ହୋଇପାରେ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.