ETV Bharat / sukhibhava

କମ ଖର୍ଚ୍ଚରେ ଘରୋଇ ସାମଗ୍ରୀରେ ତିଆରି କରନ୍ତୁ ରୁମ୍ ଫ୍ରେସନର

author img

By ETV Bharat Odisha Team

Published : Nov 17, 2023, 3:31 PM IST

homemade air freshener recipes
homemade air freshener recipes

ରୁମ୍ ଫ୍ରେସନର ମହଙ୍ଗାକୁ ନେଇ ଚିନ୍ତିତ କି? ଘରୋଇ ସାମଗ୍ରୀରୁ ମଧ୍ୟ ତିଆରି କରିପାରିବେ ରୁମ୍ ଫ୍ରେସନର । ଜାଣନ୍ତୁ ଆବଶ୍ୟକୀୟ ସାମଗ୍ରୀ

ହାଇଦ୍ରାବାଦ: ଦୁର୍ଗନ୍ଧରୁ ବର୍ତ୍ତିବା ପାଇଁ ପରଫ୍ୟୁମ ବ୍ୟବହାର କରାଯାଇଥାଏ । ଶରୀରରେ ଭଲ ସୁଗନ୍ଧ ପାଇଁ ପରଫ୍ୟୁମର ବ୍ୟବାହାର କରାଯାଉଥିବା ବେଳେ ଘରକୁ ଫ୍ରେସ ରଖିବା ପାଇଁ ରୁମ ଫ୍ରେସନର ବ୍ୟବହାର କରାଯାଏ । ଘର, କଲେଜ ହେଉ କିମ୍ବା ଅଫିସ, କିମ୍ବା କୌଣସି ପାର୍ଟି ଫଙ୍କସନ ସବୁ ଜାଗାରେ ପରଫ୍ୟୁମର ବ୍ୟବହାର କରାଯାଇଥାଏ । ସାଧାରଣତଃ ରୁମ ଫ୍ରେସନର ଘରକୁ ଫ୍ରେସ ଏବଂ ସୁଗନ୍ଧ ପାଇଁ ବ୍ୟବହାର କରାଯାଇଥାଏ । କିନ୍ତୁ ସାଧାରଣତଃ ରୁମ ଫ୍ରେସନର ଅଧିକ ଦାମୀ ହୋଇଥାଏ । କିନ୍ତୁ ଆପଣ ଜାଣଛନ୍ତି କି ଘରୋଇ ସାମଗ୍ରୀରୁ ମଧ୍ୟ ରୁମ ଫ୍ରେସନର କରିବା ସମ୍ଭବ ଅଟେ ।

  • ସାଧାରଣତଃ ଓଦା ଏବଂ ମଇଳା ପୋଷାକ ଦ୍ବାରା ସାରା ଘର ଦୁର୍ଗନ୍ଧ ହୋଇଥାଏ । ଏହି କ୍ଷେତ୍ରରେ ରୁମ ଫ୍ରେସନର ବଦଳରେ ସାଇଟ୍ରସ ଫଳ ଯେପରିକି କମଳା ଏବଂ କନ୍ଧମୂଳ ସହାୟକ ହୋଇପାରିବ । ଓଦା ଏବଂ ମଇଳା ପୋଷାକରେ କିଛି ଲବଙ୍ଗକୁ ରଖି ଘର କୋଣରେ ରଖନ୍ତୁ । ଏହା ଦ୍ବାରା ଘରର ଦୁର୍ଗନ୍ଧ ଦୂର ହେବା ସହିତ ମଶା ସମସ୍ୟାରୁ ମଧ୍ୟ ମୁକ୍ତି ମିଳିପାରିବ ।
  • ଏକ ବୋତଲରେ ଏକ ଚାମଚ ବେକିଂ ସୋଡା ନେଇ ସେଥିରେ ଗରମ ପାଣି ଢାଳନ୍ତୁ । ବେକିଂ ସୋଡାରେ ଡିଓଡୋରେଜିଂ ଗୁଣ ରହିଥାଏ । ଯାହାକି ଦୁର୍ଗନ୍ଧ ଦୂର କରିବାରେ ସାହାଯ୍ୟ କରିଥାଏ।
  • ଘର ଫ୍ରେସ ଲାଗୁନଥିଲେ ଏକ ପାତ୍ରରେ କିଛି ଗୋଲାପ ପାଖୁଡା ନେଇ ଅଳ୍ପ ପାଣି ଦେଇ ତାକୁ ଫୁଟାନ୍ତୁ । ଏହା ଥଣ୍ଡା ହେବା ପରେ ଉକ୍ତ ପାଣିକୁ ଏକ ସ୍ପ୍ରେ ବୋତଲରେ ଭର୍ତ୍ତି କରନ୍ତୁ । ଏହି ପାଣିକୁ ଘରେ ସିଞ୍ଚନ କରିବା ଦ୍ବାରା ଘରର ସୁଗନ୍ଧ ବୃଦ୍ଧି ପାଇବା ସହିତ ମନ ମଧ୍ୟ ପ୍ରଫୁଲ ରହିବ।
  • ଯେଉଁ ସ୍ଥାନରେ ଖରାପ ସୁଗନ୍ଧ ହେଉଛି, ସେହି ସ୍ଥାନରେ ଏକ ପାତ୍ରରେ କିଛି କଫି ପାଉଡରକୁ ଏକ ପାତ୍ରରେ ରଖନ୍ତୁ । କିଛି ସମୟ ପରେ ଘରେ ଏକ ପ୍ରକାର ସୁଗନ୍ଧ ହେବ।

ଏହା ମଧ୍ୟ ପଢନ୍ତୁ: ପରଫ୍ୟୁମ ବ୍ୟବହାର କରିବା ପୂର୍ବରୁ ଜାଣନ୍ତୁ, କିଛି ଖାସ କଥା

  • ଏକ ବୋତଲରେ ପସନ୍ଦର ଅଳ୍ପ ତେଲ ନିଅନ୍ତୁ । ସେଥିରେ ଅଳ୍ପ ଗୋଲାପ ପାଖୁଡା ପକାଇ ରଖନ୍ତୁ । କିଛି ସମୟ ପରେ ଘରେ ସୁଗନ୍ଧ ବୃଦ୍ଧି ପାଇବ ।
  • କିଛି ଅଳେଇଚକୁ ଅଧା ଗୁଣ୍ଡ କରି ଏକ ବୋତଲରେ ରଖନ୍ତୁ । ସେଥିରେ ଅଳ୍ପ ପାଣି ମିଶାଇ କିଛି ସମୟ ଘୋଡାଇ ରଖନ୍ତୁ । 6 ଘଣ୍ଟା ପରେ ଘୋଡଣୀ ବାହାର କରି ଦୁର୍ଗନ୍ଧ ହେଉଥିବା ସ୍ଥାନରେ ରଖନ୍ତୁ । ଏହା ଦ୍ବାରା ଘରର ସୁଗନ୍ଧ ବୃଦ୍ଧି ପାଇବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.