ETV Bharat / sukhibhava

ପାଗରେ ପରିବର୍ତ୍ତନ ଯୋଗୁଁ କମିପାରେ ରୋଗ ପ୍ରତିରୋଧକ ଶକ୍ତି, କରନ୍ତୁ ଏହି ବ୍ୟାୟାମ

author img

By ETV Bharat Odisha Team

Published : Sep 24, 2023, 12:53 PM IST

immune system during weather change
immune system during weather change

ପାଗରେ ପରିବର୍ତ୍ତନ ଯୋଗୁଁ ଦୁର୍ବଳ କମିପାରେ ରୋଗ ପ୍ରତିରୋଧକ ଶକ୍ତି । ଫଳରେ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ମଧ୍ୟ ବୃଦ୍ଧି ପାଇଥାଏ। ତେବେ ଏହି ବ୍ୟାୟାମ ଦ୍ବାରା ବୃଦ୍ଧି ହୋଇପାରିବ ରୋଗ ପ୍ରତିରୋଧକ ଶକ୍ତି । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଭାରତରେ ପାଣିପାଗରେ ପରିବର୍ତ୍ତନ ଜାରି ରହିଛି । ଗ୍ରୀଷ୍ମ, ବର୍ଷା, ଶରତ ପରେ ଶୀତ ଏଭଳି ଭାବେ ଜାରି ରହିଛି ପରିବର୍ତ୍ତନ । ତେବେ ଏଭଳି ପାଣିପାଗରେ ପରିବର୍ତ୍ତନ ଯୋଗୁଁ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି । ପାଗ ପରିବର୍ତ୍ତନ ହେଲେ ରୋଗ ହେବା ସାଧାରଣ କଥା । କିନ୍ତୁ ଋତୁ ପରିବର୍ତ୍ତନ ଅନୁସାରେ, ଖାଦ୍ୟ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ମଧ୍ୟ ଅତ୍ୟନ୍ତ ଜରୁରୀ ଅଟେ । ବିଶେଷ କରି ପାଗରେ ପରିବର୍ତ୍ତନ ସମୟରେ ସ୍ବାସ୍ଥ୍ୟର ବିଶେଷ ଯତ୍ନ ନେବା ଆବଶ୍ୟକ । ଗ୍ରୀଷ୍ମ ପରେ ଶୀତ ଆସିବା ମାତ୍ରେ ଲୋକଙ୍କୁ ଥଣ୍ଡା, କାଶ, ଜ୍ୱର ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ଯାହା ଫୁସଫୁସକୁ ପ୍ରଭାବିତ କରିଥାଏ । କାରଣ ପାଗରେ ହଠାତ୍ ପରିବର୍ତ୍ତନ ହେତୁ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୁଏ ଏବଂ କାଶ ହେତୁ ଫୁସଫୁସ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ । ଏଭଳି ପରିସ୍ଥିତିରେ, ନିଜକୁ ଋତୁକାଳୀନ ରୋଗରୁ ରକ୍ଷା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ । ତେବେ ଏକ ରିପୋର୍ଟରେ କୁହାଯାଇଛି ଯେ, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ବ୍ୟାୟାମ ନିହାତି ଆବଶ୍ୟକ । ବ୍ୟାୟାମ ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇପାରିବ ।

ରିବ ଷ୍ଟ୍ରେଚିଂ:

  • ସିଧା ଠିଆ ବା ବସନ୍ତୁ । ହାତକୁ ଛାତି ଉପରେ ରଖନ୍ତୁ
  • ଏକ ଗଭୀର ନିଶ୍ୱାସ ନିଅ ଏବଂ ମୁଣ୍ଡ ପଛରେ ହାତ ରଖି ଛାତିକୁ ଚଉଡା କରନ୍ତୁ
  • 5 ସେକେଣ୍ଡ ପାଇଁ ଏହି ଅବସ୍ଥାରେ ରୁହନ୍ତୁ
  • ତା’ପରେ ନିଶ୍ୱାସ ନେବାବେଳେ, ହାତକୁ ତଳକୁ ଆଣନ୍ତୁ
  • ଧୀରେ ଧୀରେ ସାଧାରଣ ସ୍ଥିତିକୁ ଫେରିବା ପାଇଁ ଚେଷ୍ଟା କରନ୍ତୁ
  • ଏହି ପ୍ରକ୍ରିୟାକୁ 10-15 ଥର ପୁନରାବୃତ୍ତି କରନ୍ତୁ
  • ଆରମ୍ଭରେ ଏହାକୁ 5-10 ଥର କରନ୍ତୁ, ତାପରେ ବୃଦ୍ଧି କରନ୍ତୁ
  • ଦୈନିକ ଏହି ବ୍ୟାୟାମ ଦ୍ବାରା ଫୁସଫୁସର କାର୍ଯ୍ୟ କରିବା କ୍ଷମତା ବୃଦ୍ଧି ପାଇବ

ବେଲି ବ୍ରିଦିଂ:

  • ସିଧା ଠିଆ ହୁଅନ୍ତୁ
  • ଧୀରେ ଧୀରେ ଗଭୀର ନିଶ୍ୱାସ ନିଅନ୍ତୁ ଯାହା ଦ୍ବାରା କି ପେଟ ମଧ୍ୟ ଫୁଲିବ
  • ପେଟକୁ ବିସ୍ତାର କରି ରଖିବାବେଳେ ନିଶ୍ୱାସ ନେବାକୁ ଚେଷ୍ଟା କରନ୍ତୁ
  • 5-10 ସେକେଣ୍ଡ ପାଇଁ ଏହା ଜାରି ରଖନ୍ତୁ
  • ତା’ପରେ ନିଶ୍ୱାସ ଛାଡ଼ି ସାଧାରଣ ଭାବରେ ନିଶ୍ୱାସ ନେବା ଆରମ୍ଭ କରନ୍ତୁ
  • ଏହାକୁ କ୍ରମାଗତ ଭାବରେ 10-15 ଥର ପୁନରାବୃତ୍ତି କରନ୍ତୁ
  • ଧୀରେ ଧୀରେ ଏହାର ସମୟରେ ବୃଦ୍ଧି କରନ୍ତୁ

ଏହା ମଧ୍ୟ ପଢନ୍ତୁ: ବର୍ଷା ଋତୁରେ ଆପଣାନ୍ତୁ ଏହି ଉପାୟ, ବଢିବ ରୋଗ ପ୍ରତିରୋଧକ ଶକ୍ତି

ପସେଡ ଲିପ ବ୍ରିଦିଂ:

  • ପ୍ରଥମେ ଶରୀରକୁ ସିଧା କରି ବସନ୍ତୁ
  • ଏହାପରେ ଓଠକୁ ସଙ୍କୋଚନ କରନ୍ତୁ
  • ତା’ପରେ ଧୀରେଧୀରେ ନିଶ୍ୱାସ ନିଅନ୍ତୁ ଏବଂ ଓଠ ବା ପାଟି ଦ୍ବାରା ବାୟୁ ବାହାର କରିବାକୁ ଚେଷ୍ଟା କରନ୍ତୁ ।
  • ପାଟିରୁ ବାହାରୁଥିବା ବାୟୁର ଶବ୍ଦ ଶୁଭିବା ଉଚିତ
  • 5-10 ସେକେଣ୍ଡ ପାଇଁ ଏହା କରନ୍ତୁ
  • ଏହାକୁ 10-15 ଥର ପୁନରାବୃତ୍ତି କରନ୍ତୁ ଏବଂ ଧୀରେଧୀରେ ବୃଦ୍ଧି କରନ୍ତୁ

ବିଦ୍ର: ଏହା ଏକ ସୂଚନା ଉପରେ ଆଧାରିତ ଖବର । ଯଦି କୌଣସି ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଛି ତାହେଲେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.