ETV Bharat / sukhibhava

Covid Infection: ଲକ୍ଷଣହୀନ ଆକ୍ରାନ୍ତଙ୍କ ମଧ୍ୟ ହୋଇଥାଏ ହୃଦଘାତ

author img

By

Published : Feb 22, 2022, 8:33 PM IST

ଭାରତରେ ହୃଦଘାତ (Heart Attack) ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ଏପରି କ୍ଷେତ୍ରରେ କୋଭିଡ଼ ମହାମାରୀ ଅଧିକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । କୋଭିଡ଼ରେ ଆକ୍ରାନ୍ତ ହେଉଥିବା ରୋଗୀଙ୍କ ହୃତପିଣ୍ଡକୁ ଭାଇରସ ଅଧିକ ଆକ୍ରାନ୍ତ କରୁଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

Covid Infection: ଲକ୍ଷଣହୀନ ଆକ୍ରାନ୍ତଙ୍କ ମଧ୍ୟ ହୋଇଥାଏ ହୃଦଘାତ
Covid Infection: ଲକ୍ଷଣହୀନ ଆକ୍ରାନ୍ତଙ୍କ ମଧ୍ୟ ହୋଇଥାଏ ହୃଦଘାତ

ହାଇଦ୍ରାବାଦ: କୋଭିଡ଼ ମହାମାରୀ ହୃତପିଣ୍ଡ ପାଇଁ ଘାତକ ସାଜିଛି । ଏହା ଅନେକ ପ୍ରକାର କାର୍ଡିଓଭାସ୍କୁଲାର ରୋଗ (CVD) ପାଇଁ ଦାୟୀ ରହିଛି ବୋଲି କହିଛନ୍ତି ମୁମ୍ବାଇ ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟର କାର୍ଡିଆକ୍‌ ସର୍ଜନ ଡକ୍ଟର ରମାକାନ୍ତ ପଣ୍ଡା । ଇଂରାଜୀ ଶବ୍ଦ COVIDରୁ 'O' ଓ 'I'କୁ ହଟାଇଲେ ଏହା CVD ହୋଇଯାଉଛି । ଏହି ଭାଇରସ ହୃତପିଣ୍ଡ ଉପରେ ଗଭୀର ଭାବେ ପ୍ରଭାବ ପକାଉଛି । ଘାତକ ଭାଇରସ ପ୍ରାୟ ୨୦ ପ୍ରତିଶତ ହୃତପିଣ୍ଡକୁ ଆକ୍ରାନ୍ତ କରୁଛି ବୋଲି ଜଣାପଡ଼ିଛି ।

ନୂଆଦିଲ୍ଲୀର HCMCT ମଣିପାଲ ହସ୍ପିଟାଲର ହୃତପିଣ୍ଡ ବିଶେଷଜ୍ଞ ଡକ୍ଟର ବିପିନ କୁମାର ଦୁବେ କହିଛନ୍ତି ଯେ କୋଭିଡ଼ ହୃତପିଣ୍ଡକୁ ୨ଟି ପ୍ରକାରରେ ସଂକ୍ରମିତ କରେ । ଏହା ଗୋଟିଏ ପ୍ରକାରରେ କରୋନାରୀ ଆର୍ଟେରୀ (ହୃତପିଣ୍ଡକୁ ରକ୍ତ ପଠାଉଥିବା ଶିରା)କୁ ବ୍ଲକ୍‌ କରୁଥିବା ବେଳେ ଅନ୍ୟପଟେ ହୃତପିଣ୍ଡର ମାଂସପେଶୀକୁ ଦୁର୍ବଳ କରିଥାଏ । ଯେଉଁ ବ୍ୟକ୍ତିଙ୍କ ପୂର୍ବରୁ ଏହା ବ୍ଲକେଜ(କୋଲେଷ୍ଟ୍ରୋଲ ଜମାଟ ବାନ୍ଧିଥାଏ) ହୋଇଥାଏ, ସେମାନେ ମହାମାରୀ ଦ୍ବାରା ସଂକ୍ରମିତ ହେବା ପରେ ଏହା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଏ ।

ଏହାଫଳରେ ରୋଗୀକୁ ହାର୍ଟ ଆଟାକ୍‌ ବା ହୃଦଘାତ ହୋଇଥାଏ । ସେପଟେ ଦୁର୍ବଳ ମାଂସପେଶୀ କ୍ଷେତ୍ରରେ ମଧ୍ୟ ହୃତପିଣ୍ଡକୁ ରକ୍ତ ଯାଏ ନାହିଁ । ଯାହାଦ୍ବାରା ରୋଗୀଟି ଅଣନିଶ୍ବାସୀ ଅନୁଭବ କରେ । ଏହାପରେ ହୃଦଘାତ ହେବାର ସମ୍ଭାବନା ବୃଦ୍ଧି ପାଇଥାଏ । ବିଶେଷ କରି କୋଭିଡ଼ରେ ଆକ୍ରାନ୍ତ ହେଉଥିବା ୬୦ ବର୍ଷରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ ଏହି ହୃଦଘାତ ସମସ୍ୟା ଅଧିକ ରହିଥାଏ । ମେଦ ବହୁଳତା, ମଧୁମେହ ଓ ଧୂମପାନ କରୁଥିବା ଆକ୍ରାନ୍ତଙ୍କୁ ଅଧିକ ହୃଦଘାତର ସମ୍ମୁଖୀନ ହୋଇଥାନ୍ତି ।

ଡକ୍ଟର ଦୁବେ କହିଛନ୍ତି ଯେ କିଛି ରୋଗୀଙ୍କ ଠାରେ କୌଣସି ପ୍ରକାର ଲକ୍ଷଣ ନ ଦେଖାଯାଇନଥାଏ । ମାତ୍ର ସେମାନେ ହୃତପିଣ୍ଡରେ ଯନ୍ତ୍ରଣା ହେଉଥିବା କହିଥାନ୍ତି । ଏହାପରେ ସେମାନଙ୍କ ହୃଦଘାତ ହୋଇଥାଏ ବୋଲି ସେ କହିଛନ୍ତି । ଏଥିଲାଗି କୋଭିଡ଼ କେତେ ମାତ୍ରାରେ ସଂକ୍ରମିତ କରିଛି ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ । ଏମିତିକି ଲକ୍ଷଣହୀନ ଆକ୍ରାନ୍ତଙ୍କ ମଧ୍ୟ ହୃଦଘାତ ହୋଇଥାଏ । ଏ ସମ୍ପର୍କରେ 'Nature Medicine' ପତ୍ରିକାରେ ବର୍ଣ୍ଣିତ ହୋଇଛି ।

କୋଭିଡ଼ରୁ ସୁସ୍ଥ ହେବା ପରେ ହାର୍ଟ ଫେଲ୍ୟୁଅର ଓ ଷ୍ଟୋକ୍‌ ଭଳି ସମସ୍ୟା ମଧ୍ୟ ଦେଖାଦେଉଛି । କୋଭିଡ଼ ଫୁସଫୁସକୁ ଆକ୍ରାନ୍ତ କରିଥାଏ । ଏହାପରେ ଫୁସଫୁସ କାମ କରିବା ବନ୍ଦ କରିବା ପରେ ହାର୍ଟ ଉପରେ ପ୍ରଭାବ ପଡ଼ିଥାଏ । ଏହାପରେ ହୃତପିଣ୍ଡ ପ୍ରଭାବିତ ହୋଇ କାମ କରିବା ସହ ଅଧିକ କାର୍ଯ୍ୟ କରିବା ପରେ ହାର୍ଡ ରିଦିମ (Heart Rhythm) ପ୍ରଭାବିତ ହୁଏ । ଏହାପରେ ହୃଦଘାତ ଜନିତ ସମସ୍ୟା ଦେଖାଦିଏ ବୋଲି ପଣ୍ଡା କହିଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.