ETV Bharat / sukhibhava

ଡିପ୍ରେସନରେ ଶିକାର ହୋଇଛନ୍ତି କି? ଦୌଡିଲେ କମ ହେବ ସମସ୍ୟା !

author img

By ETV Bharat Odisha Team

Published : Oct 10, 2023, 5:47 PM IST

Depression and running
Depression and running

ଡପ୍ରେସନରେ ପୀଡିତ ବ୍ୟକ୍ତି ଦୌଡିବା ଦ୍ବାରା ସମସ୍ୟା କମ ହୋଇଥାଏ ବୋଲି ଏକ ରିସର୍ଚ୍ଚରେ ଦର୍ଶାଯାଇଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଭାରତରେ ଆବସାଦ ବା ଡିପ୍ରେସନ ଏକ ବଡ଼ ସମସ୍ୟା ପାଲଟିଛି । ଭାରତର ଜନସଂଖ୍ୟାର ପ୍ରାୟ 14 ପ୍ରତିଶତ ଡିପ୍ରେସନ୍‌ରେ ପୀଡ଼ିତ ବୋଲି କୁହାଯାଇଛି । ଏକ ରିପୋର୍ଟରେ କୁହାଯାଇଛି ଯେ, ପ୍ରତି 7 ଜଣ ଭାରତୀୟଙ୍କ ମଧ୍ୟରୁ ଜଣେ ଡିପ୍ରେସନ୍‌ରେ ଶିକାର ହୋଇଛନ୍ତି । ଡିପ୍ରେସନ୍‌ ହେଉଛି ଏକ ପ୍ରକାର ମାନସିକ ବ୍ୟାଧି ଯାହା ଦ୍ବାରା ବ୍ୟକ୍ତିର ମନ ପ୍ରଭାବିତ ହୋଇଥାଏ । ଏହା ଦୁଃଖ, ନିରାଶା, ଥକାପଣ ଏବଂ ଚିନ୍ତା ଭଳି ଲକ୍ଷଣ ସୃଷ୍ଟି କରେ । କେତେକ କ୍ଷେତ୍ରରେ ଲୋକେ ଆତ୍ମହତ୍ୟା ମଧ୍ୟ କରିଥାଆନ୍ତି । ତେବେ ମାନସିକ ସ୍ବାସ୍ଥ୍ୟ ବିଷୟରେ ଲୋକମାନେ ଅବଗତ ନଥିବାରୁ ଡିପ୍ରେସନରେ ଅଧିକ ଲୋକଙ୍କ ପ୍ରାଣ ଯାଉଛି । ଲୋକମାନେ ଏହାକୁ ଏକ ସାଧାରଣ ସମସ୍ୟା ଭାବେ ଗ୍ରହଣ କରୁଥିବା ବେଳେ ସଠିକ ସମୟରେ ଏହାର ଚିକିତ୍ସା ମଧ୍ୟ କରନ୍ତି ନାହିଁ । ତେବେ ଆଜି ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ। ମାନସିକ ସ୍ବାସ୍ଥ୍ୟ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ସହିତ ସଠିକ ସମୟରେ ଚିକିତ୍ସା କରାଇବା ଦ୍ବାରା ଅନେକ ପ୍ରକାର ସମସ୍ୟାରୁ ରକ୍ଷା କରାଯିବା ସହିତ ଆତ୍ମହତ୍ୟାକୁ ମଧ୍ୟ ରୋକାଯାଇ ପାରିବ ।

ଦୌଡିବା ଦ୍ବାରା ଦୂର ହେବ ଡିପ୍ରେସନ: ତେବେ ଡିପ୍ରେସନ୍‌କୁ ଦୂର କରିବାର ଉପାୟ ବିଷୟରେ ଜାଣିବା ପାଇଁ ଅନେକ ଅନୁସନ୍ଧାନ କରାଯାଉଛି । ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଉଦାସୀନତାକୁ ଏଡ଼ାଇବା ଏବଂ ଦୂର କରିବା ପାଇଁ ଦୌଡ଼ିବା ଅତ୍ୟନ୍ତ ଲାଭଦାୟକ ଅଟେ । ଦୌଡ଼ିବା ଦ୍ବାରା ଶରୀର ଏବଂ ମନ ଉଭୟ ଭଲ ରହିଥାଏ । ଏହା ବ୍ୟକ୍ତିର ମନୋବଳ ବୃଦ୍ଧି କରିବା ସହିତ ଚାପକୁ ହ୍ରାସ କରିଥାଏ । ଦୌଡ଼ିବା ଦ୍ବାରା ଏଣ୍ଡରୋଫିନ ନାମକ ଏକ ହରମୋନ କ୍ଷରିତ ହୋଇଥାଏ । ଏହା ମନକୁ ଖୁସି କରିବା ସହିତ ମନରେ ସକରାତ୍ମକ ଭାବନା ଜାଗ୍ରତ କରାଇଥାଏ । ଏହା ସହିତ କର୍ଟିସଲ ହରମୋନର ମାତ୍ରା କମ ହୋଇଥାଏ । କହି ରଖୁଛି କି କର୍ଟିସଲ ହରମୋନ୍‌ ଚାପ ଏବଂ ଚିନ୍ତାକୁ ବଢ଼ାଇଥାଏ । ଯଦି ଜଣେ ବ୍ୟକ୍ତି ପ୍ରତିଦିନ ଦୌଡ଼ିବ ତାହେଲେ ଆତ୍ମବିଶ୍ବାସ ମଧ୍ୟ ବୃଦ୍ଧି ପାଇବ ବୋଲି ଏକ ରିପୋର୍ଟରେ କୁହାଯାଇଛି । ଏହସହିତ ଦୌଡ଼ିବା ଦ୍ବାରା ଏକାଗ୍ରତା ବୃଦ୍ଧି ପାଇବା ସହିତ ନିଦ୍ରାହୀନତା ସମସ୍ୟା ଦୂର ହେବା ସଙ୍ଗେସଙ୍ଗେ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ଯଦି ଜଣେ ଉଦାସୀନତା ବା ଡିପ୍ରେସନରେ ଶିକାର ହେବା ଭଳି ମନେ ହୁଏ ତେବେ ଦୌଡ଼ିବା ନିହାତି ଆବଶ୍ୟକ ବୋଲି କୁହାଯାଇଛି । କମ ସମୟ ଦୌଡ଼ିବା ପରେ ସମୟାନୁକ୍ରମେ ଦୌଡ଼ିବାର ସମୟ ଏବଂ ଦୂରତଚାକୁ ବୃଦ୍ଧି କରିବା ଆବଶ୍ୟକ ବୋଲି କୁହାଯାଇଛି । ଖୁବ କମ ଦିନ ମଧ୍ୟରେ ଡିପ୍ରେସନ୍‌ ସମସ୍ୟା ଦୂର ହୋଇପାରିବ ବୋଲି ରିପୋର୍ଟରେ କୁହାଯାଇଛି । ଡିପ୍ରେସନ୍‌ ସହିତ ମୁକାବିଲା କରିବା ପାଇଁ ଦୌଡ଼ିବା ସହଜ ଏବଂ ପ୍ରଭାବଶାଳୀ ଉପାୟ ଅଟେ ।

ଏହା ମଧ୍ୟ ପଢନ୍ତୁ: Depression: ପ୍ରତ୍ୟେକ ବର୍ଷ ଡିପ୍ରେସନରେ ଯାଉଛି ଏତିକି ଜୀବନ, ଜାଣନ୍ତୁ ଲକ୍ଷଣ

ଡିପ୍ରେସନର ଲକ୍ଷଣ:

  • କ୍ରମାଗତ 2 ସପ୍ତାହ କିମ୍ବା ଅଧିକ ସମୟ ଧରି ନିରାଶ ରହିବା
  • ଦୈନନ୍ଦିନ କାମ କରିବା ପାଇଁ ଇଚ୍ଛା ନହେବା
  • ଭୋକ ନଲାଗିବା କିମ୍ବା ଖାଇବା ପାଇଁ ଇଚ୍ଛା ନହେବା
  • ନିଦ୍ରାହୀନତା, କେତେକ କ୍ଷେତ୍ରରେ ଆବଶ୍ୟକତାଠାରୁ ମଧ୍ୟ ଅଧିକ ନିଦ ହୋଇଥାଏ
  • ବିନା ପରିଶ୍ରମରେ ଥକ୍କା ଲାଗିବା
  • ଶରୀରରେ ଶକ୍ତିର ଅଭାବ ଦେଖାଯିବା
  • ବିନା କାରଣରେ କାନ୍ଦିବା
  • ସିଦ୍ଧାନ୍ତ ନେବାରେ ସମସ୍ୟା ହେବା
  • ବିନା କୌଣସି କାରଣରେ ରାଗିବା
  • ଆତ୍ମ ବିଶ୍ବାସ କମ ରହିବା
  • ନିଜକୁ କ୍ଷତି ପହଞ୍ଚାଇବା ଭାବନା ମନକୁ ଆସିବା
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.