ମସ୍ତିଷ୍କ ପରେ ଲିଭର ବା ଯକୃତ Liver ହେଉଛି ମନୁଷ୍ୟ ଶରୀରର ଏକ ସୂକ୍ଷ୍ମ ଅଙ୍ଗ ଯାହାର ସାମାନ୍ୟ ଅସୁସ୍ଥତା ଏବଂ ଯତ୍ନରେ ଅବହେଳା ନାନା ସମସ୍ୟା ସୃଷ୍ଟି କରିପାରେ । ଏପରିକି ଜୀବନକୁ ମଧ୍ୟ ବିପଦରେ ପକାଇ ଦେଇପାରେ । ତେବେ ଜାଣନ୍ତୁ କିପରି ନେବେ ଏହାର ସୁରକ୍ଷା ଏବଂ ରହିବେ ସୁସ୍ଥ ।ହାଇଦ୍ରାବାଦ ଲିଭର ଆମ ଶରୀରର ହଜମ ପ୍ରକ୍ରିୟାରେ ଏକ ପ୍ରମୁଖ ଭୂମିକା ନିଭାଇଥାଏ । ସଠିକ୍ ହଜମ ପ୍ରକ୍ରିୟା ମେଟାବୋଲିଜିମ୍ ବିଷାକ୍ତ ପଦାର୍ଥ ଅପସାରଣ ଏବଂ ପୁଷ୍ଟିକର ସଂରକ୍ଷଣରେ ସାହାଯ୍ୟ କରେ ଲିଭର । ଆମର ସାମଗ୍ରିକ ସ୍ବାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରଭାବିତ କରିବାରେ ଲିଭର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏକ ସୁସ୍ଥ ଲିଭର୍ ଦୀର୍ଘ ଜୀବନରେ ସହାୟକ ହୁଏ । ଜୀବନଶୈଳୀରେ ସାମାନ୍ୟ ପରିବର୍ତ୍ତନ ଦ୍ବାରା ଆପଣ ଏକ ସୁସ୍ଥ ଲିଭର ପାଇପାରିବେ ବୋଲି ବରିଷ୍ଠ ପରାମର୍ଶଦାତା ତଥା କ୍ଲିନିକାଲ୍ ଲିଡ୍ ଆଡଲ୍ଟ ହେପାଟୋଲୋଜି ଏବଂ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଗ୍ଲୋବାଲ୍ ହସ୍ପିଟାଲ୍ ପାରେଲ୍ ମୁମ୍ବାଇ ଡାକ୍ତର ଅମିତ ମାନ୍ଦୋଟ କହିଛନ୍ତି । ଲିଭର ସ୍ବାସ୍ଥ୍ୟ ବଜାୟ ରଖିବା ଅତ୍ୟନ୍ତ ଆବଶ୍ୟକ କାରଣ ଏହା ଅନେକ କାର୍ଯ୍ୟ କରିଥାଏ ଏବଂ ହଜମ ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଆପଣ ଯାହା ଖାଉଛନ୍ତି କିମ୍ବା ପିଉଛନ୍ତି ତାହା ଯକୃତ ଦେଇ ପାକସ୍ଥଳୀକୁ ଯାଇଥାଏ । ଯକୃତ ବିନା ଜୀବନ ବଞ୍ଚିବା ଅସମ୍ଭବ । ଏହା ଶରୀରର ଏକ ସୂକ୍ଷ୍ମ ଅଙ୍ଗ ଯଦି ଆପଣ ଯକୃତରେ ଯତ୍ନ ନେବାରେ ଅବହେଳା କରନ୍ତି ତେବେ ଅତି ସହଜରେ ପ୍ରଭାବିତ ହୁଏ ବୋଲି ଗ୍ରେଟର ନୋଏଡା ଶାରଦା ହସ୍ପିଟାଲର ବରିଷ୍ଠ ପରାମର୍ଶଦାତା ଡକ୍ଟର ଅଭିଷେକ ଦୀପକ କହିଛନ୍ତି ।ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଅନୁପଯୁକ୍ତ ଖାଦ୍ୟ ଗ୍ରହଣ ଶାରୀରିକ କାର୍ଯ୍ୟକଳାପର ଅଭାବ ଅତ୍ୟଧିକ ଓଜନ ବୃଦ୍ଧି ମଧୁମେହ ଉଚ୍ଚ ରକ୍ତଚାପ ଥାଇରଏଡ ଏବଂ ଅସ୍ୱାଭାବିକ କୋଲେଷ୍ଟ୍ରଲ ସ୍ତର ବୃଦ୍ଧି ଏକ ଅସ୍ବାସ୍ଥ୍ୟକର ଜୀବନଶୈଳୀର କାରଣ ହୋଇଥାଏ । ଏସବୁ ସମସ୍ୟା nonalcoholic fatty liver disease NAFLD ବା ନିଶାଦ୍ରବ୍ୟ ଗ୍ରହଣ ଲିଭର ଉପରେ ପ୍ରଭାବ ପକାଏ ଏବଂ ଧିରେ ଧିରେ ଲିଭର ଡ୍ୟାମେଜ ହେବାକୁ ଲାଗେ । ଶରୀରର ସଠିକ୍ ଓଜନ ସହ ଏକ ସୁସ୍ଥ ଖାଦ୍ୟ ବଜାୟ ରଖିବାକୁ ମାନ୍ଦୋଟ ପରାମର୍ଶ ଦେଇ କହିଛନ୍ତି ଯେ ଚର୍ବିଯୁକ୍ତ ଖାଦ୍ୟରୁ ଦୂରେଇ ରୁହନ୍ତୁ ନିୟମିତ ବ୍ୟାୟାମ କରନ୍ତୁ ଯେତେ କମ୍ ମଦ୍ୟପାନ କରନ୍ତୁ ଧୂମପାନଠୁ ସମ୍ପୂର୍ଣ୍ଣ ଦୂରେଇ ରହନ୍ତୁ ଅବୈଧ ଡ୍ରଗ୍ସ ସେବନ କରନ୍ତୁ ନାହିଁ । Hepatopancreatobiliary HPB ସର୍ଜରୀ ବିଭାଗ ଫୋର୍ଟିସ୍ ହସ୍ପିଟାଲ୍ ମୁଲୁନ୍ଦର ପରାମର୍ଶଦାତା ତଥା ମୁଖ୍ୟ ସର୍ଜନ ଡକ୍ଟର ଗୌରବ ଗୁପ୍ତାଙ୍କ ଅନୁଯାୟୀ ପର୍ଯ୍ୟାପ୍ତ ପରିମାଣର ପାଣି ନ ପିଇବା ଚାପଗ୍ରସ୍ତ ହେବା କିମ୍ବା ପେନ୍ କିଲରସ୍ସ ସେବନ ଦ୍ବାରା ଯକୃତ ପ୍ରଭାବିତ ହୋଇଥାଏ ।ଗୁପ୍ତା କହିଛନ୍ତି ଯେ ଏସିଟାମିନୋଫେନ୍ ପାରାସିଟାମଲ ଏବଂ ନାର୍କୋଟିକ୍ସ ଥିବା ମେଡିସିନ୍ ଯେମିତି କି ଶୋଇବା ମେଡିସିନsleeping pills ଉତ୍ତେଜକ ବା ADHD ଡ୍ରଗ୍ସ ଥିବା ରିଟାଲିନ ଆମ୍ଫେଟାମାଇନ୍ ଏବଂ କୋକେନ ସହଜରେ ଯକୃତକୁ ଡ୍ୟାମେଜ କରିଥାଏ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଡ୍ରଗ୍ସ ଇଞ୍ଜେକ୍ସନ ବା Intravenous drugs ହେପାଟାଇଟିସ୍ ବି ଏବଂ ସି ପରି ସଂକ୍ରମଣ ବିସ୍ତାର କରିପାରେ ଯାହା କ୍ରନିକ୍ ଯକୃତ ରୋଗ ଏବଂ ଯକୃତ କର୍କଟ ମଧ୍ୟ ହୋଇପାରେ । ଦୂଷିତ ଛୁଞ୍ଚିର ବ୍ୟବହାରରୁ ଦୂରେଇ ରହିବା ଖଣ୍ଡିଆ ଖାବରା ହୋଇ ରକ୍ତସ୍ରାବ ହେଲେ ଉପଯୁକ୍ତ ଚିକିତ୍ସା କରାଇବା ବ୍ୟକ୍ତିଗତ ସ୍ବଚ୍ଛତା ନିରାପଦ ଯୌନ ପ୍ରକ୍ରିୟା ହାତ ଧୋଇବା ସମସ୍ତ ମେଡିସିନ ଉପରେ ନିର୍ଦ୍ଦେଶନାମା ଅନୁସରଣ କରିବା ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଟୀକାକରଣ ପାଇଁ ବିଶେଷଜ୍ଞମାନଙ୍କ ପରାମର୍ଶ ନେବା । ଏହିପରି ସଯାଗ ଏବଂ ସଚେତନତା ଅବଲମ୍ବନ କରିବା ଦ୍ବାରା ଆମେ ଯକୃତ ବା ଲିଭରକୁ ସୁସ୍ଥ ରଖିପାରିବା । IANS