ଉତ୍ତାପଜନିତ କ୍ଲାନ୍ତି ଓ ହିଟ୍ ଷ୍ଟ୍ରୋକ୍: ଲକ୍ଷଣ, ପ୍ରତିକାର ଓ ଖାଦ୍ୟ

author img

By

Published : Apr 16, 2021, 6:44 PM IST

ଉତ୍ତାପଜନିତ କ୍ଲାନ୍ତି ଓ ହିଟ୍ ଷ୍ଟ୍ରୋକ୍ : ଲକ୍ଷଣ, ପ୍ରତିକାର ଓ ଖାଦ୍ୟ

ଗ୍ରୀଷ୍ମ ଋତୁରେ ଦୀର୍ଘ ସମୟ ଧରି ପ୍ରବଳ ଖରାରେ ରହିଲେ ବା ବୁଲିଲେ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଏ । ଡିହାଇଡ୍ରେସନ, ଅଧିକ ଝାଳ ବୋହିବା ଦ୍ୱାରା ଶରୀର ଥଣ୍ଡା ରହେ ନାହିଁ । ଏସବୁ ସ୍ଥିତି ଦ୍ୱାରା ଉତ୍ତାପଜନିତ କ୍ଲାନ୍ତି ଅନୁଭବ ହୁଏ । ଆଉ ଏହି ସ୍ଥିତି ଯଦି ଅଧିକ ବିଗିଡିଲେ ଏହା ହିଟ୍ ଷ୍ଟ୍ରୋକ୍‌ରେ ପରିଣତ ହୁଏ ।

ଗ୍ରୀଷ୍ମ ଋତୁରେ ଦୀର୍ଘ ସମୟ ଧରି ପ୍ରବଳ ଖରାରେ ରହିଲେ ବା ବୁଲିଲେ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଏ । ଡିହାଇଡ୍ରେସନ, ଅଧିକ ଝାଳ ବୋହିବା ଦ୍ୱାରା ଶରୀର ଥଣ୍ଡା ରହେ ନାହିଁ । ଏସବୁ ସ୍ଥିତି ଦ୍ୱାରା ଉତ୍ତାପଜନିତ କ୍ଲାନ୍ତି ଅନୁଭବ ହୁଏ । ଆଉ ଏହି ସ୍ଥିତି ଯଦି ଅଧିକ ବିଗିଡିଲେ ଏହା ହିଟ୍ ଷ୍ଟ୍ରୋକ୍‌ରେ ପରିଣତ ହୁଏ । ଗରମ ଜନିତ କ୍ଲାନ୍ତି ଦ୍ୱାରା ଶରୀରର ଆବଶ୍ୟକତା ଶରୀର ଦ୍ୱାରା ହିଁ ପୂରଣ ହେବା ଦରକାର ।ଏଥିରେ କୌଣସି ପ୍ରକାର ତ୍ରୁଟି ପରିଲକ୍ଷିତ ହେବା ଉଚିତ ନୁହେଁ । କିନ୍ତୁ ଏଥିରେ ବ୍ୟତିକ୍ରମ ହେଲେ, ଗରମଜନିତ କ୍ଲାନ୍ତି ହିଟ୍ ଷ୍ର୍ଟ୍ରୋକରେ ପରିଣତ ହୁଏ ବୋଲି ବିଶେଷଜ୍ଞ ଡକ୍ଟର ରାଜେଶ ଭକ୍କଲା କହନ୍ତି । ୫୦ ବର୍ଷରୁ ଅଧିକ ବୟସର ଲୋକଙ୍କଠାରେ ଏହି ସମସ୍ୟା ସାଧାରଣ ବୋଲି ଡକ୍ଟର ଭକ୍କଲା କହନ୍ତି । ବିଶେଷକରି ତାପମାତ୍ରା ୪୦ଡିଗ୍ରୀ ସେଲସିୟସରୁ ଅଧିକ ରହିଲେ ବୟସ୍କ ଲୋକଙ୍କ ପାଇଁ ସମସ୍ୟା ଟିକେ ଅଧିକ ହୋଇଥାଏ । ତେଣୁ ଗ୍ରୀଷ୍ମ ଋତୁରେ ଏଭଳି ସ୍ଥିତିର ଲକ୍ଷଣ ଦେଖାଗଲା ପରେ ଯଦି ଆବଶ୍ୟକ ସାବଧାନତା ଅବଲମ୍ବନ କରା ନ ଯାଏ, ତାହା ହେଲେ ସ୍ଥିତି ଗମ୍ଭୀର ହୋଇପାରେ । ଗରମ ଜନିକ କ୍ଲାନ୍ତି ଓ ହିଟ୍ ଷ୍ଟ୍ରୋକ ସଂପର୍କରେ ଡକ୍ଟର ଭକ୍କଲା ଅଧିକ ତଥ୍ୟ ପ୍ରଦାନ କରିଛନ୍ତି ।

ଲକ୍ଷଣ

ଉତ୍ତାପ ଜନିତ କ୍ଲାନ୍ତିର ପ୍ରାରମ୍ଭିକ ପର୍ଯ୍ୟାୟରେ ନିମ୍ନଲିଖିତ ଲକ୍ଷଣ ଦେଖାଯାଇପାରେ ।

- ଅସୁସ୍ଥ ଅନୁଭବ କରିବା

-ବାନ୍ତି

-ଡିହାଇଡ୍ରେସନ

-ମାଂସପେଶୀ କ୍ରାମ୍ପ୍

-ଦୁର୍ବଳତା ଓ ଅତ୍ୟଧିକ କ୍ଲାନ୍ତି

-ଶୁଷ୍କ ତ୍ୱଚା

- ମୁଣ୍ଡବ୍ୟଥା

-ଅତ୍ୟଧିକ ଝାଳ

ଉତ୍ତାପ ଜନିତ କ୍ଲାନ୍ତି ଅଧିକ ବିଗିଡିଗଲେ ହିଟ୍ ଷ୍ଟ୍ରୋକ୍ ହୁଏ । ଏ କ୍ଷେତ୍ରରେ ବ୍ରେନ୍‌ର ସଂପୃକ୍ତି ମଧ୍ୟ ରହେ । ଲକ୍ଷଣ ସବୁ ହେଲା –

-ଶରୀରର ଉଚ୍ଚ ତାପମାତ୍ରା ( ୧୦୪ ଫାରେନହିଟ୍ )

-ସଂଶୟ

- ଅନ୍ଧାରିଆ ଲାଗିବା

-ଅବଚେତନା ବା କୋମା

-ରାପିଡ୍ ହିଟ୍ ରେଟ୍‌

-ନାଲି, ଉତ୍ତପ୍ତ, ଶୁଷ୍କ ତ୍ୱଚା

ଏହି ସ୍ଥିତି ଜଟିଳ ହେଲେ ପ୍ରାଣ ଯିବା ବି ଆଶଙ୍କା ରହିଛି ।

ପ୍ରତିକାରମୂଳକ ପଦକ୍ଷେପ

ହିଟ୍ ଷ୍ଟ୍ରୋକ୍ ଓ ଉତ୍ତାପ ଜନିତ କ୍ଲାନ୍ତିରୁ ବର୍ତ୍ତିବା ପାଇଁ ଡକ୍ଟର ଭକ୍କଲା କିଛି ପ୍ରତିକାରମୂଳତ ପଦକ୍ଷେପର ସୁପାରିଶ କରିଛନ୍ତି ।

. ଗ୍ରୀଷ୍ମ ଦିନେ ସକାଳ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ଖରାରେ ଘରୁ ବାହାରନ୍ତୁ ନାହିଁ । କାରଣ ଏହି ସମୟ ମଧ୍ୟରେ ତାପମାତ୍ରା ଶୀର୍ଷରେ ଥାଏ ।

. ଯଦି ଆପଣ ବାହାରକୁ ଯିବେ, ତାହା ହେଲେ ଲାଇଟ କଲର୍‌, ଲୁଜ୍ ଓ କଟନ ପୋଷାକ ପିନ୍ଧି ବାହାରନ୍ତୁ । ଏଭଳି ପୋଷାକ ଦ୍ୱାରା ଆପଣଙ୍କ ଶରୀରରେ ବାୟୁ ଚଳାଚଳ କରିପାରିବ ।

. ସୂର୍ଯ୍ୟତାପରୁ ରକ୍ଷା ପାଇଁ ଟୋପି ପିନ୍ଧନ୍ତୁ । ଛତା ବ୍ୟବହାର କରନ୍ତୁ ।

. ସର୍ବଦା ପାଣି ବୋତଲ ପାଖରେ ରଖନ୍ତୁ । ନିୟମିତ ବ୍ୟବଧାନରେ ପାଣି ଧୀରେ ଧୀରେ ପିଅନ୍ତୁ । ଏକାଥରକେ ପାଣି ପିଅନ୍ତୁ ନାହିଁ ।

. ନିଜକୁ ହାଇଡ୍ରେଟ୍ କରି ରଖିବା ପାଇଁ ତରଭୁଜ ଭଳି ଜଳୀୟ ଅଂଶ ଥିବା ଫଳ ଖାଆନ୍ତୁ ।

. ବାହାରକୁ ଗଲେ ଛାଇରେ ରହିବାକୁ ଚେଷ୍ଟା କରନ୍ତୁ । ସନସ୍କ୍ରିନ ବ୍ୟବହାର କରନ୍ତୁ ।

ନିମ୍ନଲିଖିତ ଫଳ, ପରିବା ଓ ପାନୀୟ ବ୍ୟବହାର କରିପାରିବେ

ତରଭୁଜ ,କାକୁଡି ଭଳି ଜଳୀୟ ଅଂଶ ଅଧିକ ଥିବା ଫଳ

. ଲାଉ

. ସପୁରୀ ପଣସ

. ଆମ୍ବ ପଣା

. ପଇଡ ପାଣି, ଜଲଜିରା

. ଦହି

. ତେନ୍ତୁଳି ପାଣି

. ଆମ୍ବ

. ବେଲ ପଣା

କାହା ପ୍ରତି ଅଧିକ ବିପଦ ଆଶଙ୍କା ?

୫୦ ବର୍ଷରୁ ଅଧିକ ବୟସର ଲୋକଙ୍କ ସମେତ ଯେଉଁମାନଙ୍କର କିଡନୀ ଓ ଯକୃତ ରୋଗ ରହିଛି, ସେମାନଙ୍କ ପାଇଁ ଉତ୍ତାପ ଜନିତ କ୍ଲାନ୍ତି ଓ ହିଟ୍ ଷ୍ଟ୍ରୋକ୍ ଆଶଙ୍କା ଅଧିକ ରହିଥାଏ । ଏହାଛଡା ମଧୁମେହ, ହାଇପରଟେନସନରେ ପୀଡିତ ଓ ଔଷଧ ସେବନ କରୁଥିବା ଲୋକେ ବି ଡିହାଇଡ୍ରେସନ ଓ ଉତ୍ତାପଜନିତ କ୍ଲାନ୍ତିର ସମ୍ମୁଖୀନ ହେବା ଆଶଙ୍କା ଥାଏ । ତେଣୁ ଏ ପ୍ରକାର ଲୋକେ ଖରାରେ ବାହାରକୁ ବାହାରିବା ବେଳେ ବିଶେଷ ସତର୍କତା ଅବଲମ୍ବନ କରିବା ଦରକାର ।

ହିଥ୍ ଷ୍ଟ୍ରୋକ ବିରୋଧରେ ପ୍ରତିକାରାତ୍ମକ ପଦକ୍ଷେପ ହିଁ ସବୁଠାରୁ ଭଲ ଉପାୟ । ଯଦି ଲକ୍ଷଣ ଦେଖାଯାଏ, ତାହା ହେଲେ ଡାକ୍ତର କିଛି ନିର୍ଦ୍ଦିଷ୍ଟ ଔଷଧ ଓ ମସଲ ରିଲାକ୍ସଂଟ୍ ଦେଇ ସ୍ଥିତିକୁ ସମ୍ଭାଳିପାରିବେ । ଯଦି ବ୍ୟକ୍ତି ଉତ୍ତାପଜନିତ କ୍ଲାନ୍ତିରେ ଆକ୍ରାନ୍ତ ହୁଅନ୍ତି ,ତାହା ହେଲେ ତାଙ୍କୁ ହାଇଡ୍ରେଟ୍ କରି ରଖିବା ଜରୁରୀ ।ଏଥିପାଇଁ ତାଙ୍କୁ ବିଭିନ୍ନ ଫଳରସ ଓ ପ୍ରଚୁର ପାଣି ପିଇବାକୁ ଦିଆଯିବା ଦରକାର ।ଜଳୀୟ ଅଂଶ ଅଧିକ ଥିବା ପନିପରିବା ବି ଖାଇବା ଜରୁରୀ । ଏକ ଏୟାରକଣ୍ଡିସନର ଓ ଏୟାର କୁଲର ଆଗରେ ବସିବା ଦରକାର । ଡାକ୍ତରଙ୍କ ସହ ପରାମର୍ଶ କରାଯାଇ କିଛି ଔଷଧ ବି ସେବନ କରାଯାଇପାରେ । ଉପଚାର ଅପେକ୍ଷା ପ୍ରତିକାର ହିଁ ଶ୍ରେଷ୍ଠ ମାଧ୍ୟମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.