ETV Bharat / sukhibhava

Yoga Tips For Women: ଗର୍ଭଧାରଣ କରିବାରେ ଅସମର୍ଥ ହେଉଛନ୍ତି କି ? କରନ୍ତୁ ଏହି ଯୋଗାସନ

author img

By

Published : Jun 21, 2023, 12:46 PM IST

Yoga Tips For Women
Yoga Tips For Women

ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ପ୍ରଜନନ କ୍ଷମତା କମିବାରେ ଲାଗିଛି । ଏଭଳି ସ୍ଥିତିରେ ଇଚ୍ଛା ଥିଲେ ମଧ୍ୟ ଗର୍ଭଧାରଣ କରିବା ସକ୍ଷମ ହୋଇନଥାଏ । ତେବେ ଯୋଗାସନ ଦ୍ବାରା ଏହି ସମସ୍ୟାର ସମାଧାନ ହୋଇପାରିବ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ପରିବାରକୁ ପରିପୂର୍ଣ୍ଣ ଶିଶୁ । ବାହାଘରେ ପରେ ସନ୍ତାନର ଜନନୀ ହେବା ସମସ୍ତଙ୍କର ଇଚ୍ଛା ଥାଏ । କିନ୍ତୁ ଆଜିକାଲିର ବ୍ୟସ୍ତବହୁଳ ଜୀବନ ଏବଂ ଆଧୁନିକ ଜୀବନଶୈଳୀ ଯୋଗୁଁ ଉଭୟ ପୁରୁଷ ଏବଂ ମହିଳାଙ୍କଠାରେ ପ୍ରଜନନ ସମସ୍ୟା ବଢିବାରେ ଲାଗିଛି । ଏଭଳି ପରିସ୍ଥିତିରେ ମହିଳାମାନେ ଚାହିଁଲେ ମଧ୍ୟ ଗର୍ଭଧାରଣ କରିବାକୁ ସକ୍ଷମ ନୁହଁନ୍ତି ନାହିଁ । ଏହି ସମସ୍ୟା ପାଇଁ ଦମ୍ପତିମାନେ ଡାକ୍ତରଙ୍କ ପାଖକୁ ଦୌଡି ହଜାର ହଜାର ଟଙ୍କା ଖର୍ଚ୍ଚ କରିଥାଆନ୍ତି । କିନ୍ତୁ ଡାକ୍ତରଙ୍କ ନିକଟକୁ ଯିବା ପୂର୍ବରୁ ଏହିପରି ଦମ୍ପତିମାନେ ନିଜେ ସମସ୍ୟାର ସମାଧାନ କରିପାରିବେ । ଏଥିପାଇଁ କିଛି ସମୟ ନିଜକୁ ଦେବାକୁ ପଡିବ । କହିରଖୁଛୁ କି ପ୍ରଜନନ ସମସ୍ୟାକୁ ଏଡାଇବା ପାଇଁ ଯୋଗ ଏକ ପ୍ରକାର ପ୍ରଭାବଶାଳୀ ଅଟେ । ମହିଳା ଏବଂ ପୁରୁଷମାନଙ୍କର ପ୍ରଜନନ କ୍ଷମତା ବୃଦ୍ଧିରେ ଏହା ପ୍ରଭାବଶାଳୀ । ଏହି ଯୋଗାସନକୁ ନିୟମିତ ଅଭ୍ୟାସ କରିବା ଉଭୟ ଶରୀର ଏବଂ ମନ ପାଇଁ ଲାଭଦାୟକ ଅଟେ । ଜାଣନ୍ତୁ ବିବାହିତା ମହିଳାମାନେ ପ୍ରଜନନ କ୍ଷମତା ବୃଦ୍ଧି କରିବା ପାଇଁ କେଉଁ ଯୋଗାସନ କରିବେ ।

1.ସୂର୍ଯ୍ୟ ନମସ୍କାର: ଏହି ଯୋଗାସନା ମେନୋପାଜ୍ ସମୟରେ ଘଟୁଥିବା ସମସ୍ୟାରୁ ମୁକ୍ତି ପାଇବାରେ ଏବଂ ଋତୁସ୍ରାବକୁ ଠିକ କରିବାରେ ସାହାଯ୍ୟ କରିଥାଏ । କହିରଖୁଛୁ କି, ମହିଳାମାନଙ୍କ କ୍ଷେତ୍ରରେ 45ରୁ 50 ବର୍ଷ ବୟସ ମଧ୍ୟରେ ଋତୁସ୍ରାବ ବନ୍ଦ ହୋଇଯାଇଥାଏ । ଏହାକୁ ମେନୋପୋଜ କୁହାଯାଏ । ଋତୁସ୍ରାବ ସମୟରେ ହେଉଥିବା ପେଟ କଷ୍ଟକୁ ହ୍ରାସ କରିବା ପାଇଁ ସୂର୍ଯ୍ୟ ନମସ୍କାର କରିବା ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ମହିଳାମାନଙ୍କର ଗର୍ଭାଶୟ ଉପରେ ମଧ୍ୟ ଏହାର ବେଶ ପ୍ରଭାବ ପଡିଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ, ସୂର୍ଯ୍ୟ ନମସ୍କାର ଯୌନ ଗ୍ରନ୍ଥିଗୁଡିକର କ୍ଷତି ଭଳି ସମସ୍ୟାରୁ ଦୂରେଇ ରଖିପାରିଥାଏ ।

2.ବଟରଫ୍ଲାଇ ଆସନ: ଏହି ଯୋଗାସନ ପ୍ରଜାପତି ଭଳି ହେଇଥିବାରୁ ଏହାକୁ ପ୍ରଜାପତି ଆସନ ମଧ୍ୟ କୁହାଯାଏ । ଏହା ଦ୍ବାରା ଜଂଘର ମାଂସପେଶୀ, ଆଣ୍ଠୁର ମାଂସପେଶୀରେ ପ୍ରଭାବ ପକାଇଥାଏ । ଏହା ଦ୍ବାରା ପ୍ରଜନନ କ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ । ପ୍ରଜାପତି ସ୍ଥିତିରେ ଏହି ଆସନ କରିବା ଦ୍ବାରା ବିବାହିତା ମହିଳାଙ୍କ ପାଇଁ ଉପକାରୀ ହୋଇଥାଏ । ଅନ୍ୟପଟେ ପ୍ରସବ ସମୟରେ ମଧ୍ୟ ଅଧିକ ଯନ୍ତ୍ରଣା ହୋଇନଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

3.ବାଳାସନ: ପ୍ରଜନନ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଉଭୟ ମହିଳା ଏବଂ ପୁରୁଷଙ୍କ ପାଇଁ ବାଳାସନ ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରେ । ଯୋଗାସନ ଦ୍ବାରା ଶରୀରରେ ରକ୍ତ ସଞ୍ଚାଳନ ବୃଦ୍ଧି ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହା ବ୍ୟତୀତ ଏହି ଆସନ ଦ୍ବାରା ପିଠି, ଆଣ୍ଠୁ ଏବଂ ଜଙ୍ଘର ମାଂସପେଶୀ ମଜବୁତ ହୋଇଥାଏ ।

4.ପଶ୍ଚିମୋତ୍ତାନାସନ: ଏହି ଆସନ ଆପଣଙ୍କ ଶରୀରର ମାଂସପେଶୀକୁ ବିସ୍ତାର ବା ଷ୍ଟ୍ରେଚ କରିଥାଏ । ପ୍ରତିଦିନ ସକାଳେ ପଶ୍ଚିମୋତ୍ତାନାସନ କରିବା ଦ୍ବାରା ପ୍ରଜନନ କ୍ଷମତା ବଢିଥାଏ । ଏହା ବ୍ୟତୀତ ମାନସିକ ଚାପକୁ ମଧ୍ୟ ବହୁତ ପରିମାଣରେ ହ୍ରାସ କରିଥାଏ।

ବିଦ୍ର: ଏହି ଖବର ଇଟିଭି ଭାରତ କିମ୍ବା କୌଣସି ଯୋଗଗୁରୁ ଦ୍ବାରା କୁହାଯାଇଥିବା ଖବର ନୁହେଁ। ଏହା ଏକ ଆର୍ଟିକିଲ ଦ୍ବାରା ପ୍ରକାଶିତ ଖବର ଅଟେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.