ETV Bharat / sukhibhava

ଓଜନ ହ୍ରାସ କରିବାକୁ କରୁଛନ୍ତି କି ଡାଏଟିଂ ? ସ୍ୱାସ୍ଥ୍ୟ ଉପରେ ପଡିପାରେ ମହଙ୍ଗା

author img

By ETV Bharat Odisha Team

Published : Oct 22, 2023, 5:47 PM IST

ଓଜନ ହ୍ରାସ କରିବାକୁ କରୁଛନ୍ତି କି ଡାଏଟିଂ? ସ୍ୱାସ୍ଥ୍ୟ ଉପରେ ପଡିପାରେ ମହଙ୍ଗା
ଓଜନ ହ୍ରାସ କରିବାକୁ କରୁଛନ୍ତି କି ଡାଏଟିଂ? ସ୍ୱାସ୍ଥ୍ୟ ଉପରେ ପଡିପାରେ ମହଙ୍ଗା

ଓଜନ କମ କରିବାକୁ ଆଜିକାଲି ଅଧିକାଂଶ ଲୋକେ ଡାଏଟିଂ କରୁଛନ୍ତି । ଏହା ଏକ ଟ୍ରେଣ୍ଡିଂରେ ମଧ୍ୟ ପରିଣତ ହୋଇଛି । କିନ୍ତୁ ଆପଣ ଜାଣିଛନ୍ତି କି ଅତ୍ୟଧିକ ଡାଏଟିଂ କେବଳ ଗୋଟିଏ ନୁହେଁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । କ'ଣ କ'ଣ ସମସ୍ୟା ହୋଇପାରେ ? ଜାଣନ୍ତୁ

ହାଇଦ୍ରାବାଦ: ଆମର ଖରାପ ଜୀବନଶୈଳୀ ଏବଂ ଖାଇବା ଅଭ୍ୟାସ ମୋଟାପଣ ସହ ଅନେକ ରୋଗର ମୂଳ ଅଟେ । ଏହି କାରଣରୁ, ଡାଏଟିଂ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହାଁନ୍ତି ସେମାନେ ବ୍ୟାୟାମ ସହ ଡାଏଟିଂ ଫୋଲୋ କରନ୍ତି । ବର୍ତ୍ତମାନ ଡାଏଟିଂ ଏକ ଟ୍ରେଣ୍ଡିଂ ହୋଇଯାଇଛି । ଯାହାକୁ ସମସ୍ତେ ଫୋଲୋ କରୁଛନ୍ତି । କିନ୍ତୁ ଅତ୍ୟଧିକ ଡାଏଟିଂ ଅନେକ ପ୍ରକାରର ମାନସିକ ଏବଂ ଶାରୀରିକ ସମସ୍ୟା ସୃଷ୍ଟି କରିପାରେ । ତେବେ ଡାଏଟି କରିବା ଦ୍ବାରା ଶରୀର ଉପରେ କ'ଣ ପ୍ରଭାବ ପକାଏ? ଜାଣନ୍ତୁ

ମେଟାବୋଲିଜିମ୍ ଧୀମା ହେବା

ଆମେରିକାର ସ୍ୱାସ୍ଥ୍ୟ ଏଜେନ୍ସି ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ ଦ୍ୱାରା କରାଯାଇଥିବା ଅନୁସନ୍ଧାନ ଅନୁଯାୟୀ, ଅତ୍ୟଧିକ ଡାଏଟିଂ ମେଟାବୋଲିକ୍ ସିଷ୍ଟମ ଉପରେ ଖରାପ ପ୍ରଭାବ ପକାଇଥାଏ । ଏହି କାରଣରୁ ଶରୀରରେ ମେଟାବୋଲିଜିମ୍ ମନ୍ଥର ବା ଧୀମା ହୋଇଯାଏ । ଏହାର ଅର୍ଥ ଶରୀରରେ କମ୍ କ୍ୟାଲୋରୀ ହେବା । ତେବେ ଯଦି ବହୁତ କମ୍ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଉଛନ୍ତି, ତେବେ ମାଂସପେଶୀ ନଷ୍ଟ ହେବା ଏବଂ ହରମୋନ୍ ପରିବର୍ତ୍ତନ ଭଳି ସମସ୍ୟା ହେବାର ଆଶଙ୍କା ଅଛି ।

ମୁଣ୍ଡବିନ୍ଧା

ଅନେକ ମାସ ଧରି ଡାଏଟ୍ ଫୋଲୋ କରିବା ଦ୍ୱାରା ମଧ୍ୟ ମୁଣ୍ଡବିନ୍ଧାର କାରଣ ହୋଇପାରେ । ତେଣୁ ସତର୍କ ହେବା ଆବଶ୍ୟକ । ଡାଏଟିଂ ଦ୍ୱାରା ଶୀଘ୍ର ଓଜନ ହ୍ରାସ ହୋଇଥାଏ ଏବଂ ଶରୀରରେ ପୋଷକ ତତ୍ତ୍ବର ବି ଅଭାବ ହୋଇଥାଏ ।

ହଜମ ପ୍ରକ୍ରିୟାରେ ସମସ୍ୟା

ଖାଦ୍ୟରେ କ୍ୟାଲୋରୀ ପରିମାଣ ହ୍ରାସ ହେତୁ ହଜମ ପ୍ରକ୍ରିୟାରେ ସମସ୍ୟା ହେବାକୁ ଲାଗେ । ଯଦି ଶରୀରରେ ଫାଇବରର ଅଭାବ ଥାଏ, ତେବେ କୋଷ୍ଠକାଠିନ୍ୟ, ଅମ୍ଳତା ଏବଂ ଗ୍ୟାସ୍ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

ଏହା ମଧ୍ୟ ପଢନ୍ତୁ: ଏହି ଖାଦ୍ୟକୁ ଡାଏଟରେ ସାମିଲ କରନ୍ତୁ ଆର୍ଥ୍ରାଇଟିସ ରୋଗୀ, ମିଳିବ ସୁଫଳ

କିଡନୀ ଷ୍ଟୋନ୍

ଆମେ ଦୀର୍ଘ ସମୟ ଯାଏଁ ଭୋକିଲା ରହିବା ଫଳରେ ଓଜନ ହ୍ରାସ ହୋଇଥାଏ ଏବଂ କୋଲେଷ୍ଟ୍ରଲ ସ୍ତର ଛାଡିବା ଆରମ୍ଭ କରିଥାଏ । ଏହା ଦ୍ବାରା ଗଲ ବ୍ଲାଡରରେ କୋଲେଷ୍ଟ୍ରଲର ମାତ୍ରା ବଢିବାରେ ଲାଗେ, ଯେଉଁ କାରଣରୁ କିଡନୀ ଷ୍ଟୋନ୍ ହେବା ଆଶଙ୍କା ମଧ୍ୟ ବଢିଯାଏ । ଏହି ସମୟ ମଧ୍ୟରେ ଜଣେ ବ୍ୟକ୍ତି ପେଟର ଉପର ଏବଂ ପିଠିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି ।

(Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.