ETV Bharat / sukhibhava

Harvard study: ସପ୍ତାହରେ କେତେଥର ବ୍ୟାୟାମ ଜରୁରୀ, ଜାଣନ୍ତୁ କଣ କହୁଛି ଷ୍ଟଡି

author img

By ETV Bharat Odisha Team

Published : Sep 20, 2023, 2:31 PM IST

Harvard study
Harvard study

ସପ୍ତାହରେ କେତେଥର ବ୍ୟାୟାମ ଜରୁରୀ । ଜାଣନ୍ତୁ କଣ କହୁଛି ରିସର୍ଚ୍ଚ ? ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଆଜିର ଆଧୁନିକ ଜୀବନଶୈଳୀରେ ନିଜକୁ ଫିଟ୍ ରଖିବା ଆଜିକା ସମୟରେ ଏକ ବଡ ଆହ୍ବାନ । ତେବେ ନିଜକୁ ଫିଟ୍‌ ରଖିବା ପାଇଁ ଅନେକ ବ୍ୟାୟାମ ଏବଂ ଡାଏଟ୍‌ ଫଲୋ କରିଥାଆନ୍ତି । ତେବେ ନିକଟରେ ହାଓ୍ବାର୍ଡଙ୍କ ପକ୍ଷରୁ ଏକ ଗବେଷଣା ପ୍ରକାଶ ପାଇଛି। ପ୍ରତି ସପ୍ତାହରେ ଅତି କମରେ 150 ମିନିଟ୍ ବ୍ୟାୟାମ କରିବା ଉଚିତ ବୋଲି ରିପୋର୍ଟରେ କୁହାଯାଇଛି । ରିସର୍ଚ୍ଚରେ କୁହାଯାଇଛି ଯେ, ନିଜକୁ ଫିଟ୍‌ ରଖିବା ଆଜିକା ସମୟରେ ଏକ ଆହ୍ବାନ ହୋଇଥିଲେ ହେଁ ଖାଦ୍ୟ ଏବଂ ଜଳ ଶରୀର ପାଇଁ ଗୁରୁତ୍ବପୂର୍ଣ୍ଣ । କିନ୍ତୁ ଖାଦ୍ୟ ସହିତ ବ୍ୟାୟାମ ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଇଛି ।

ହାୱାର୍ଡଙ୍କ ଏହି ବିଶେଷ ଅନୁସନ୍ଧାନରେ ଏହା ଆହୁରି କୁହାଯାଇଥିଲା ଯେ, ଯଦି ଆପଣ ପ୍ରତିଦିନ ବ୍ୟାୟାମ କରିବାକୁ ସମୟ ପାଆନ୍ତି ନାହିଁ, ତେବେ ସପ୍ତାହରେ 2-3 ଦିନ ସମୟ ବାହାର କରି ବ୍ୟାୟାମ କରିବା ଉଚିତ । ଯାହା ଦ୍ବାରା ଶରୀରକୁ ଅନେକ ପ୍ରକାର ଲାଭ ମିଳିଥାଏ । JAMAରେ ପ୍ରକାଶିତ ହାଓ୍ବାର୍ଡ ରିସର୍ଚ୍ଚ ଅନୁଯାୟୀ, ଏହି ପୁରା ଅନୁସନ୍ଧାନର ନାମ ୱିକେଣ୍ଡ୍‌ ୱାରିୟର୍ସ ରଖାଯାଇଥିଲା । ଏହାସହ ସପ୍ତାହରେ ବ୍ୟାୟାମ କରିବା ଦ୍ବାରା ଅନେକ ରୋଗରୁ ମଧ୍ୟ ରକ୍ଷା ପାଇପାରିବେ ।

90 ହଜାର ଲୋକଙ୍କୁ ନେଇ କରାଯାଇଥିଲା ରିସର୍ଚ୍ଚ: ଏହି ରିସର୍ଚ୍ଚରେ 90 ହଜାର ଲୋକଙ୍କୁ ସାମିଲ କରାଯାଇଥିଲା । ସମସ୍ତଙ୍କର ବୟସ ମଧ୍ୟ ପାଖାପାଖି 62 ବର୍ଷ ରହିଥିଲା । ଏହି ରିସର୍ଚ୍ଚରେ ଶରୀର ସମ୍ବନ୍ଧୀୟ ଗତିବିଧି ଉପରେ ନଜର ରଖିବା ସହିତ ତଥ୍ୟ ସଂଗ୍ରହ କରାଯାଇଥିଲା । ଏହି ଲୋକମାନଙ୍କୁ 3ଟି ଶ୍ରେଣୀରେ ବିଭକ୍ତ କରାଯାଇଥିଲା । ଯେଉଁମାନେ ପୁରା ସପ୍ତାହ ବ୍ୟାୟାମ କରୁଛନ୍ତି ସେମାନଙ୍କୁ ପ୍ରଥମ ଷ୍ଟେଜରେ ରଖାଯାଇଥିଲା । ଯେଉଁମାନେ ସାପ୍ତାହିକ ଛୁଟିରେ ବ୍ୟାୟାମ କରୁଛନ୍ତି ସେମାନଙ୍କୁ ଷ୍ଟେଜ 2ରେ ରଖାଯାଇଥିଲା। ତୃତୀୟ ଷ୍ଚେଜରେ ଯେଉଁମାନେ କେବେ ବ୍ୟାୟାମ କରନ୍ତି ନାହିଁ ସେମାନଙ୍କୁ ରଖାଯାଇଥିଲା । 6 ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ବ୍ୟାୟାମ ଦ୍ବାରା ମହିଳାଙ୍କ କ୍ଷେତ୍ରରେ ପାର୍କିନ୍ସନ ବିପଦ 25 ପ୍ରତିଶତ କମିପାରେ: ରିପୋର୍ଟ

ପ୍ରତିଦିନ ବ୍ୟାୟାମ କରୁଥିବା ବ୍ୟକ୍ତିଙ୍କ ତୁଳନାରେ ସାପ୍ତାହିକ ବ୍ୟାୟାମ କରୁଥିବା ବ୍ୟକ୍ତିଙ୍କ ବିପଦ 27 ପ୍ରତିଶତ କମ: ଯେଉଁମାନେ ବ୍ୟାୟାମ କରିନାହାଁନ୍ତି ସେମାନଙ୍କ ତୁଳନାରେ, ଯେଉଁମାନେ କେବଳ ଛୁଟି ଦିନରେ ବ୍ୟାୟାମ କରିଥିଲେ ସେମାନଙ୍କ ହୃଦୟରୋଗ ହେବାର ଆଶଙ୍କା 27 ପ୍ରତିଶତ କମ୍ ଥିଲା । ହୃଦଘାତର ଆଶଙ୍କା 38 ପ୍ରତିଶତ କମ୍ ଥିଲା । ଅନ୍ୟପଟେ ଆଟ୍ରିଆଲ୍ ଫାଇବ୍ରିଲେସନ୍ ହେବାର ଆଶଙ୍କା 22% କମ୍ ଏବଂ ଷ୍ଟ୍ରୋକ୍ ହେବାର ଆଶଙ୍କା 21% କମ୍ ରହିଥିଲା । ତେବେ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେଉଁମାନେ ସପ୍ତାହସାରା ବ୍ୟାୟାମ କରୁଥିଲେ ସେମାନଙ୍କ ତୁଳନାରେ ଛୁଟି ଦିନରେ ବ୍ୟାୟାମ କରୁଥିବା ଲୋକଙ୍କ ମଧ୍ୟରେ ରୋଗର ଆଶଙ୍କା ସମାନ ରହିଥିଲା । ତେବେ ପ୍ରକାଶିତ ରିପୋର୍ଟ ଶେଷରେ କୁହାଯାଇଛି ଯେ, ପ୍ରତିଦିନ ବ୍ୟାୟାମ କରିବା ପାଇଁ ସମୟ ନହେଲେ ମଧ୍ୟ ସପ୍ତାହକୁ 2ରୁ 3 ଥର ବ୍ୟାୟାମ କରିବା ଜରୁରୀ ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.