ETV Bharat / sukhibhava

ବ୍ୟାୟାମ ଦ୍ବାରା ମହିଳାଙ୍କ କ୍ଷେତ୍ରରେ ପାର୍କିନ୍ସନ ବିପଦ 25 ପ୍ରତିଶତ କମିପାରେ: ରିପୋର୍ଟ

author img

By

Published : May 29, 2023, 3:43 PM IST

ମହିଳାଙ୍କ ପାଇଁ ଉପକାରୀ ବ୍ୟାୟାମ । ଏହାଦ୍ବାରା ମହିଳାମାନଙ୍କ କ୍ଷେତ୍ରରେ ପାର୍କିନ୍ସନ ବିପଦ 25 ପ୍ରତିଶତ କମିପାରେ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି । ଅଧିକ ପଢନ୍ତୁ

exercise may lower parkinsons disease risk
exercise may lower parkinsons disease risk

ଲଣ୍ଡନ: ବ୍ୟାୟାମ ଶରୀରକୁ ଅନେକ ଉପକାର ପ୍ରଦାନ କରିଥାଏ ବୋଲି ସମସ୍ତେ ଜାଣିଥାଆନ୍ତି । ହେଲେ ଏହା କେବେ ଜାଣିନଥିବେ ଯେ ବ୍ୟାୟାମ ଦ୍ବାରା ପାର୍କିନ୍ସନ ବିପଦ 25 ପ୍ରତିଶତ କମିଥାଏ। ଆଜି ଏନେଇ ଏକ ରିପୋର୍ଟରେ ପ୍ରକାଶ ପାଇଛି। ସାଇକେଲ ଚଲାଇବା, ଚାଲିବା, ବଗିଚା କାମ କରିବା, ସଫେଇ କାର୍ଯ୍ୟ କରିବା ଏବଂ କ୍ରୀଡ଼ାରେ ଅଂଶଗ୍ରହଣ କରିବା ଭଳି ବ୍ୟାୟାମ କରିବା ଦ୍ବାରା ମହିଳାମାନଙ୍କ ନିକଟରେ ପାର୍କିନ୍ସନ୍ ରୋଗ ହେବାର ଆଶଙ୍କା ପ୍ରାୟ 25 ପ୍ରତିଶତ କମ୍ ହୋଇପାରେ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି । ତେବେ ଆମେରିକୀୟ ଏକାଡେମୀ ଅଫ୍ ନ୍ୟୁରୋଲୋଜିର ମେଡିକାଲ୍ ଜର୍ନାଲ୍ ନ୍ୟୁରୋଲୋଜିରେ ପ୍ରକାଶିତ ଏହି ଅଧ୍ୟୟନ ଏହାକୁ ଶତପ୍ରତିଶତ ସତ ସାବ୍ୟସ୍ତ କରି ନାହିଁ । ଏହା କେବଳ ଏକ ଆଶଙ୍କା ବୋଲି କୁହାଯାଉଛି ।

ତେବେ ସ୍ବଳ୍ପ ମୂଲ୍ୟରେ କେବଳ ବ୍ୟାୟାମ କରି ଶରୀରକୁ ସୁସ୍ଥ ରଖିପାରିବା ବୋଲି ସମସ୍ତେ ଜାଣନ୍ତି । ଆମେ ଜାଣିଛେ ପାର୍କିନ୍ସନ୍ ରୋଗର କୌଣସି ଚିକିତ୍ସା ନାହିଁ, ତେଣୁ ବ୍ୟାୟମ ସହ ଏହି ରୋଗର ସମ୍ବନ୍ଧକୁ ଜାଣିବା ପାଇଁ କେବଳ ଅନୁସନ୍ଧାନ କରାଯାଇଥିଲା ବୋଲି ଫ୍ରାନ୍ସ ପ୍ୟାରିସର ଇନସର୍ମ ରିସର୍ଚ୍ଚ ସେଣ୍ଟରର ଲେଖକ ଆଲେକ୍ସିସ୍ ଏଲବାଜ୍ କହିଛନ୍ତି । ରିସର୍ଚ୍ଚ ରିପୋର୍ଟ ପାର୍କିନ୍ସନ୍ ରୋଗକୁ ରୋକିବା ସହ ଯୋଜନା ପାଇଁ ପ୍ରମାଣ ପ୍ରଦାନ କରିଥାଏ ବୋଲି ସେ କହିଛନ୍ତି ।

ଏହି ଅଧ୍ୟୟନରେ ହାରାହାରି 49 ବର୍ଷ ବୟସ ସହିତ 95,354 ମହିଳା ଅଂଶଗ୍ରହଣକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ଅନୁସନ୍ଧାନକାରୀମାନେ ତିନି ଦଶନ୍ଧି ଧରି ଅଂଶଗ୍ରହଣକାରୀଙ୍କୁ ଅନୁସରଣ କରିଥିଲେ ଯେଉଁଥିରେ 1,074 ଅଂଶଗ୍ରହଣକାରୀଙ୍କ ଦେହରେ ପାର୍କିନ୍ସନ୍ ବିକଶିତ ହୋଇଥିଲା । ତେବେ ସେହି ସମୟରେ ତାଙ୍କୁ 6ଟି ପ୍ରଶ୍ନ କରାଯାଇଥିଲା । ସେମାନଙ୍କୁ ପଚରାଯାଇଥିଲା ଯେ ସେମାନେ କେତେ ସମୟ ବ୍ୟାୟାମ କରିବା ସହ ଚାଲିଥାଆନ୍ତି । ଅନ୍ୟପଟେ କେତେ ଘଣ୍ଟା ଘର କାମ ସହ ବଗିଚା କାମରେ ସମୟ ବିତାଇଥାଆନ୍ତି । ସର୍ବାଧିକ ବ୍ୟାୟାମ ଅଂଶଗ୍ରହଣକାରୀ ଗୋଷ୍ଠୀଙ୍କ ମଧ୍ୟରେ ପାର୍କିନ୍ସନ୍ ରୋଗର 246ଟି ମାମଲା କିମ୍ବା ସର୍ବନିମ୍ନ ବ୍ୟାୟାମ ଗୋଷ୍ଠୀର ଅଂଶଗ୍ରହଣକାରୀଙ୍କ ମଧ୍ୟରେ 286ଟି ମାମଲା ରହିଥିଲା ।

ପ୍ରଥମେ ମେନୋପାଜାଲ୍ ସ୍ଥିତି, ଏବଂ ଧୂମପାନ ଭଳି ଅଭ୍ୟାସକୁ ସଜାଡ଼ିବା ସଜାଡିବା ପରେ, ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ସର୍ବାଧିକ ବ୍ୟାୟାମ ଗୋଷ୍ଠୀରେ ଥିବା ବ୍ୟକ୍ତିମାନେ ଶାରୀରିକ କାର୍ଯ୍ୟକଳାପ ସମୟରେ ସର୍ବନିମ୍ନ ବ୍ୟାୟାମ ଗୋଷ୍ଠୀର ତୁଳନାରେ ପାର୍କିନ୍ସନ୍ ରୋଗର 25% କମ୍ ହାରରେ ଥିଲେ । ରୋଗ ନିର୍ଣ୍ଣୟ ପୂର୍ବରୁ 10 ବର୍ଷ ପର୍ଯ୍ୟନ୍ତ ମୂଲ୍ୟାଙ୍କନ କରାଯାଇଥିଲା । ଉଚ୍ଚ ରକ୍ତଚାପ, ମଧୁମେହ ଏବଂ ହୃଦ୍‌ରୋଗ ଭଳି ଖାଦ୍ୟ କିମ୍ବା ଚିକିତ୍ସା ଅବସ୍ଥା ପାଇଁ ସଜାଡିବା ପରେ ଫଳାଫଳ ସମାନ ଥିଲା । ଅନୁସନ୍ଧାନକାରୀମାନେ ଏହା ମଧ୍ୟ ଜାଣିବାକୁ ପାଇଲେ ଯେ ନିରାକରଣର 10 ବର୍ଷ ପୂର୍ବରୁ, ପାର୍କିନ୍ସନ୍ ରୋଗରେ ଆକ୍ରାନ୍ତଙ୍କ ତୁଳନାରେ ଶାରୀରିକ କାର୍ଯ୍ୟକଳାପ ଦ୍ରୁତ ଗତିରେ ହ୍ରାସ ପାଇଥିଲା। ଏହି ଅଧ୍ୟୟନରେ ଭାଗ ନେଇଥିବା ମହିଳା ଅଂଶିଦାରମାନେ ନିଜ ଇଚ୍ଛାରେ ସାମିଲ ହୋଇଥିଲେ ।

ପ୍ରକାଶଥାଉକି, ଏହି ରୋଗ ମୁଖ୍ୟତଃ ମସ୍ତିଷ୍କର ସ୍ନାୟୁକୁ ପ୍ରଭାବିତ କରିଥାଏ । ଏହି ରୋଗ ହେଲେ ଶାରୀରିକ ସନ୍ତୁଳନ ବଜାୟ ରହେ ନାହିଁ । ଏହାର ଲକ୍ଷଣ ହଠାତ୍ ଦେଖାଯାଏ ନାହିଁ । ପାର୍କିନ୍ସନ୍ ରୋଗ ହେଲେ ମସ୍ତିଷ୍କର ନିର୍ଦ୍ଦିଷ୍ଟ କେତେକ କୋଷ କ୍ଷତିଗ୍ରସ୍ତ ହୁଏ । ଏହି ରୋଗର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ, କେବଳ ଖାଦ୍ୟ ମାଧ୍ୟମରେ କେତେକ ସତର୍କତା ଅବଲମ୍ବନ କରିପାରିଲେ ଏହି ରୋଗ ନିରାକରଣ ହୋଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.