ETV Bharat / sukhibhava

କମ୍ ବୟସରେ ଋତୁସ୍ରାବ ହୋଇଥିଲେ ସାବଧାନ! ଗମ୍ଭୀର ରୋଗର ଆଶଙ୍କା ଅଧିକ

author img

By ETV Bharat Odisha Team

Published : Dec 7, 2023, 11:18 AM IST

Updated : Dec 8, 2023, 1:32 PM IST

Growing up quickly may affect health
Growing up quickly may affect health

Childhood Menstruation: 10 ବର୍ଷରୁ କମ ବୟସରୁ ଋତୁସ୍ରାବ ହୋଇଥିଲେ ସାବଧାନ ! ପରବର୍ତ୍ତୀ ସମୟରେ ହୋଇପାରେ ଗମ୍ଭୀର ରୋଗ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଋତୁସ୍ରାବ ମହିଳାମାନଙ୍କର ପ୍ରଜନନ ସ୍ବାସ୍ଥ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହାକୁ ନାରିତ୍ବର ପରିଚୟ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ । କିଛି ଯୁବତୀଙ୍କ କମ ବୟସରେ ଋତୁସ୍ରାବ ଆରମ୍ଭ ହେଉଥିବା ବେଳେ ଆଉ କିଛି ଜଣଙ୍କର ବିଳମ୍ବରେ ହୋଇଥାଏ। ସାଧାରଣତଃ ଯୁବତୀମାନେ 11 ବର୍ଷରୁ 17 ବର୍ଷ ବୟସ ମଧ୍ୟରେ ଋତୁସ୍ରାବ ହୋଇଥାଇନ୍ତି। ତେବେ ହରମୋନରେ ପରିବର୍ତ୍ତନ, ଶରୀରରେ ପୋଷକ ତତ୍ତ୍ବର ଅଭାବ ଯୋଗୁଁ ଏହି ସମୟରେ ପାର୍ଥକ୍ୟ ଦେଖାଯାଇଥାଏ । ତେବେ ଆପଣ ଜାଣିଛନ୍ତି କି କେଉଁ ବୟସରେ ଋତୁସ୍ରାବ ସ୍ବାସ୍ଥ୍ୟ ପାଇଁ ଶରୀର ଉପରେ କୁପ୍ରଭାବ ପକାଏ ? ତେବେ ନିକଟରେ ଏନେଇ ଏକ ରିସର୍ଚ୍ଚ କରାଯାଇଥିଲା । ଯେଉଁମାନେ ଶୀଘ୍ର ଋତୁସ୍ରାବ ହୋଇଛନ୍ତି ସେମାନଙ୍କ ପାଇଁ ଏହା ଚିନ୍ତାଜନକ ବିଷୟ କହିଲେ ଅତ୍ଯୁକ୍ତି ହେବ ନାହିଁ ।

ଯୁବତୀଙ୍କ ଋତୁସ୍ରାବର ବୟସସୀମା ନେଇ ଆମେରିକାର ଅନୁସନ୍ଧାନକାରୀମାନେ ଏକ ଅନୁଧ୍ୟାନ କରିଥିଲେ । ତେବେ ଯେଉଁ ଯୁବତୀମାନ 13 ବର୍ଷ ବୟସରୁ କମ ବୟସରେ ଋତୁସ୍ରାବ ହୋଇଛନ୍ତି ସେମାନଙ୍କୁ ଟାଇପ-2 ଡାଇବେଟିସ ହେବାର ଆଶଙ୍କା ଅଧିକ ବୋଲ ଜଣା ପଡ଼ିଥିଲା । ଅନ୍ୟପଟେ ଯେଉଁମାନେ 10 ବର୍ଷରୁ କମ ବୟସରେ ଋତୁସ୍ରାବ ହୋଇଛନ୍ତି ସେମାନଙ୍କ ଠାରେ ଏହି ଆଶଙ୍କା ଦୁଇଗୁଣା ଅଧିକ ରହିଥାଏ । 10 ବର୍ଷରୁ କମ ବୟସରେ ଯେଉଁମାନଙ୍କର ଋତୁସ୍ରାବ ଆରମ୍ଭ ହୋଇଛି ସେମାନଙ୍କୁ ଡାଇବେଟିସ ବା ମଧୁମେହ ସହିତ ଷ୍ଟ୍ରୋକ୍‌ ହେବାର ଆଶଙ୍କା ମଧ୍ୟ ଅଧିକ ରହିଥିବା ନେଇ ଦର୍ଶାଯାଇଛି । 65 ବୟସରେ ଏହି ସମସ୍ୟା ଦେଖାଯାଇପାରେ ବୋଲି ଅନୁସନ୍ଧାନକାରୀମାନେ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Period Pain: ଋତୁସ୍ରାବ ଯନ୍ତ୍ରଣା ପାଇଁ ପେନ୍ କିଲର ଖାଉଛନ୍ତି କି ? ସ୍ବାସ୍ଥ୍ୟ ଉପରେ ପଡ଼ିପାରେ ଏହି ପ୍ରଭାବ

ତେବେ ଏହାର ଅନୁଧ୍ୟାନ ପାଇଁ 20ରୁ 65 ବୟସର ପ୍ରାୟ 17000 ମହିଳାଙ୍କୁ ସାମିଲ କରାଯାଇଥିଲା । ତେବେ ଅନୁଧ୍ୟାନ ସମୟରେ ଏହା ସାମ୍ନାକୁ ଆସିଥିଲା ଯେ, ଯେଉଁମାନଙ୍କର ଶୀଘ୍ର ବା କମ୍ ବୟସରୁ ଋତୁସ୍ରାବ ହେଉଛି ସେମାନଙ୍କର କ୍ଷେତ୍ରରେ ଇଷ୍ଟ୍ରୋଜେନ ହରମୋନ ଶୀଘ୍ର କ୍ଷରିତ ହୋଇଯାଇଥାଏ । ଏହାର ଅର୍ଥ ସାଧାରଣ ମହିଳାଙ୍କ ତୁଳନାରେ ସେମାନଙ୍କ ଅଧିକ ସମୟ ଇଷ୍ଟ୍ରୋଜେନ୍‌ ହରମୋନ ସଂସ୍ପର୍ଶରେ ଆସିଥାଆନ୍ତି ଏବଂ ଦୀର୍ଘ ବର୍ଷ ଧରି ଋତୁସ୍ରାବ ମଧ୍ୟ ହୋଇଥାଏ । ତେବେ ଏହି କ୍ଷେତ୍ରରେ ଡାଇବେଟିସ ଏବଂ ହୃଦୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ ବୋଲି ଅନୁସନ୍ଧାନକାରୀମାନେ ଅନୁମାନ କରିଛନ୍ତି । ଅନ୍ୟପଟେ ଏହା ସହିତ ମେଦ ବହୁଳତା ଏହାର ବିପଦକୁ ଦ୍ବିଗୁଣିତ କରିପାରେ ବୋଲି କୁହାଯାଇଛି । କହିରଖୁଛୁ କି, ପ୍ରକାଶ ପାଇଥିବା ଏହି ରିପୋର୍ଟ ଚିନ୍ତାର କାରଣ ଅଟେ । ତେଣୁ ଏହା ଉପରେ ଅଧିକ ଅନୁସନ୍ଧାନ ଜରୁରୀ ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Dec 8, 2023, 1:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.