ETV Bharat / sukhibhava

Period Pain: ଋତୁସ୍ରାବ ଯନ୍ତ୍ରଣା ପାଇଁ ପେନ୍ କିଲର ଖାଉଛନ୍ତି କି ? ସ୍ବାସ୍ଥ୍ୟ ଉପରେ ପଡ଼ିପାରେ ଏହି ପ୍ରଭାବ

author img

By ETV Bharat Odisha Team

Published : Oct 11, 2023, 10:39 AM IST

pain killers during menstruation
pain killers during menstruation

ଋତୁସ୍ରାବ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ କିଛି ମହିଳା ପେନ କିଲର ବ୍ୟବହାର କରିଥାଆନ୍ତି । ତେବେ ଜାଣନ୍ତୁ କେଉଁ ପ୍ରକାର ଔଷଧ ଖାଇପାରିବେ ଏବଂ ଶରୀର ଉପରେ କେଉଁ ପ୍ରକାର ପ୍ରଭାବ ପଡ଼ିଥାଏ । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ମାସିକ ଋତୁସ୍ରାବ ଏକ ସାଧାରଣ ପ୍ରକ୍ରିୟା । ତେବେ ଋତୁସ୍ରାବ ସମୟରେ ଗୋଡ଼, ଅଣ୍ଟା ଏବଂ ପେଟ କାଟିବା ସାଧାରଣ କଥା। କେତେକ ଯୁବତୀ ବା ମହିଳାଙ୍କ କ୍ଷେତ୍ରରେ ଏହି ଯନ୍ତ୍ରଣା ସାମାନ୍ୟ ହୋଇଥିବା ବେଳେ ଅନ୍ୟ କେତେକଙ୍କ କ୍ଷେତ୍ରରେ ଏହା ଗମ୍ଭୀର ହୋଇଥାଏ। ତେବେ ଏହି ଯନ୍ତ୍ରଣାକୁ ମୁକ୍ତି ପାଇବା ପାଇଁ କିଛି ଜଣ ପେନ୍ କିଲର ବ୍ୟବହାର କରିଥାଆନ୍ତି । ଯାହାକି ପେଟ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ତେବେ ଆପଣ ଜାଣିଛନ୍ତି କି ପେନ କିଲର ସ୍ବାସ୍ଥ୍ୟ ଉପରେ କେଉଁ ପ୍ରଭାବ ପକାଏ ? ସାଧାରଣତଃ ପେଟ ଯନ୍ତ୍ରଣା ଋତୁସ୍ରାବର ପ୍ରଥମ ଦୁଇଦିନ ହୋଇଥାଏ । ଏହାର କାରଣ ମଧ୍ୟ ଅଲଗା ଅଲଗା ହୋଇଥାଏ । ପ୍ରୋଷ୍ଟାଗ୍ଲାଣ୍ଡିନ ନାମକ ହରମୋନ୍‌ ଯୋଗୁଁ ଏହା ହୋଇଥାଏ । ଯେଉଁ କାରଣରୁ ଗର୍ଭାଶୟରେ ସଙ୍କୋଚନ, ଯନ୍ତ୍ରଣା ହୋଇଥାଏ ।

ଏହି କାରଣରୁ କିଛି ମହିଳାଙ୍କୁ ହୁଏ ଅଧିକ ଯନ୍ତ୍ରଣା: ଋତୁସ୍ରାବ ସମୟରେ ଅନେକ ଯୁବତୀ ପେଟ ଯନ୍ତ୍ରଣାର ସାମ୍ନା କରିଥାଆନ୍ତି । କିନ୍ତୁ କେତେକଙ୍କୁ ଅଧିକ ଯନ୍ତ୍ରଣା ହୋଇଥାଏ । ତେବେ ଶରୀରରେ ପ୍ରୋଷ୍ଟାଗ୍ଲାଣ୍ଡିନର ମାତ୍ରା ଅଧିକ ହେଲେ ଯନ୍ତ୍ରଣାର ମାତ୍ରା ମଧ୍ୟ ଅଧିକ ହୋଇଥାଏ ବୋଲି ରିପୋର୍ଟରେ କୁହାଯାଇଛି । ଫାଇବ୍ରଏଡ୍, ଏଣ୍ଡୋମେଟ୍ରିଓସିସ୍ କିମ୍ବା ଓଭାରି କ୍ୟାନ୍ସର ହେଲେ ମଧ୍ୟ ଯନ୍ତ୍ରଣା ଅଧିକ ହୋଇଥାଏ ବୋଲି କୁହାଯାଇଛି ।

ଏମିତି କରନ୍ତୁ ପେନ କିଲରର ବ୍ୟବହାର: ତେବେ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଅନେକ ପେନ୍‌ କିଲର ଖାଇଥାଆନ୍ତି । ତେବେ ଅତ୍ୟଧିକ ପେନ୍‌ କିଲରର ବ୍ୟବହାର ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ ବୋଲି କୁହାଯାଇଛି । ବାରମ୍ବାର ପେନ୍‌ କିଲର ଖାଇବା ଦ୍ବାରା ଅନେକ ପାର୍ଶ୍ବପ୍ରତିକ୍ରିୟା ଦେଖାଯିବାର ସମ୍ଭାବନା ଅଧିକ ରହିଥାଏ । ତେଣୁ ଏଭଳି ସ୍ଥଳେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। କିନ୍ତୁ ସାମାନ୍ୟ ଯନ୍ତ୍ରଣା ପାଇଁ ନନ୍ ଷ୍ଟେରଏଡାଲ୍ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ (NSAID) ବ୍ୟବହାର କରିପାରିବେ। ଯେପରିକି ମେଫେନାମିକ୍ ଏସିଡ୍ ଏବଂ ଆଇବୁପ୍ରୋଫେନ୍ । NSAID ପ୍ରୋଷ୍ଟାଗ୍ଲାଣ୍ଡିନ ସ୍ତରକୁ କମ୍‌ କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ଆବଶ୍ୟକ ସ୍ଥଳେ ହିଁ ଏହାକୁ ବ୍ୟବହାର କରିବା ଉଚିତ ବୋଲି କୁହାଯାଇଛି । ଆଇବୁପ୍ରୋଫେନର ଆଦର୍ଶ ମାତ୍ରା 200 ମିଗ୍ରା ହୋଇଥିବାବେଳେ ମେଫେନାମିକ୍ ଏସିଡର ଆଦର୍ଶ ମାତ୍ରା 250 ମିଗ୍ରା ଅଟେ । ପ୍ରବଳ ଯନ୍ତ୍ରଣା ହେଲେ ଆଠ ଘଣ୍ଟା ମଧ୍ୟରେ ଆପଣ କେବଳ ଗୋଟିଏରୁ ଦୁଇଟି ଟାବଲେଟ୍ ନେବା ଉଚିତ । ଅଧିକ ମାତ୍ରା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ହୋଇପାରେ ।

ଏଭଳି ସମସ୍ୟା ହେଲେ ଡାକ୍ତରଙ୍କ ପରାମର୍ଶ ଆବଶ୍ୟକ: ତେବେ ପେନ୍‌ କିଲର ଔଷଧ ଖାଉଥିଲେ ଏହାକୁ ଖାଦ୍ୟ ଗ୍ରହଣ ପରେ ଖାଇବା ଉଚିତ ବୋଲି କୁହାଯାଇଛି । ଖାଦ୍ୟ ଖାଇବା ପରେ NSAID ଔଷଧ ଖାଇପାରିବେ । କାରଣ ଏଗୁଡ଼ିକ ପାକସ୍ଥଳୀରେ ସମସ୍ୟା ସୃଷ୍ଟି କରିପାରେ। କିନ୍ତୁ ଏହି ଔଷଧ ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ନଚେତ ପାର୍ଶ୍ବ ପ୍ରତିକ୍ରିୟା ଦେଖାଯିବାର ସମ୍ଭାବନା ରହିଥାଏ । କେତେକଙ୍କ କ୍ଷେତ୍ରରେ ଅତ୍ୟଧିକ ବାନ୍ତି ହେବାର ସମ୍ଭାବନା ରହିଥାଏ ।

ପ୍ରିମେନ୍ଷ୍ଟ୍ରୁଆଲ୍ ସିଣ୍ଡ୍ରୋମ୍‌ (PMS)ରେ ପୀଡ଼ିତ ମହିଳାମାନଙ୍କଠାରେ ଏହି ଲକ୍ଷଣ ଦେଖାଯାଇଥାଏ । କୋଷ୍ଠକାଠିନ୍ୟ, ହୃଦଘାତ, ଉଚ୍ଚ ରକ୍ତଚାପ ଏବଂ ପେଟ ଯନ୍ତ୍ରଣା ମଧ୍ୟ ଦେଇପାରେ । NSAID ଗୁଡ଼ିକର ଅତ୍ୟଧିକ ବ୍ୟବହାର ପେଟରେ ଅଲସର କିମ୍ବା ରକ୍ତସ୍ରାବ, କିଡନୀ ଏବଂ ହୃଦଘାତର କାରଣ ହୋଇପାରେ । ତେଣୁ ସର୍ବଦା ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ବୋଲି କୁହାଯାଇଛି ।

ଅତ୍ୟଧିକ ଯନ୍ତ୍ରଣାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଉପାୟ:

  • ହାଇଡ୍ରେଟେଡ୍ ରୁହନ୍ତୁ
  • ଟମାଟୋ, ବିରି, ଧନିଆ ପତ୍ର, ଅଦା, ସବୁଜ ପତ୍ରଯୁକ୍ତ ପନିପରିବା, ବାଦାମ ଏବଂ ଆଲୁଅ ପରି ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଖାଦ୍ୟ ଖାଆନ୍ତୁ ନାହିଁ
  • ଭିଟାମିନ୍ ଡି', ଇ' ଏବଂ ଓମେଗା-3 ଫ୍ୟାଟି ଏସିଡ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ
  • ତଳ ପେଟକୁ ଗରମ ରଖିବା ପାଇଁ ଚେଷ୍ଟା କରନ୍ତୁ
  • ବ୍ୟାୟାମ ଆମ ଶରୀରରେ ଏଣ୍ଡୋରଫିନ୍ ମୁକ୍ତ କରିଥାଏ ଯାହା ମାଂସପେଶୀକୁ ଆରାମ ଦେଇଥାଏ

ବିଦ୍ର: ଏହା ଏକ ନିର୍ଦ୍ଦିଷ୍ଟ ସୂଚନା ଉପରେ ଆଧାରିତ ଖବର। ପେଟ ଯନ୍ତ୍ରଣା ପାଇଁ କୌଣସି ଔଷଧ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.