ETV Bharat / sukhibhava

ସାବଧାନ ! ଏହିସବୁ କାରଣରୁ ଭଲ ନିଦ ହୋଇନଥାଏ

author img

By

Published : Dec 29, 2022, 6:03 PM IST

କୋଭିଡ ପରେ ପରେ ନିଦ୍ରାଜନିତ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ଅଧିକାଂଶ ଲୋକେ ଏହି ସମସ୍ୟାର ସମ୍ମୁଖୀନ କରୁଛନ୍ତି । ବାସ୍ତବରେ ଏହା ପଛରେ କେତେକ ପ୍ରମୁଖ କାରଣ ରହିଛି(for these reasons you are unable to sleep), ଜାଣନ୍ତୁ...

sleeping disorder
sleeping disorder

ନୂଆଦିଲ୍ଲୀ: ଗତ ଦୁଇ ବର୍ଷ ମଧ୍ୟରେ କୋଭିଡ-19 ମହାମାରୀ ମଧ୍ୟରେ ଚାପ ଏବଂ ଅନ୍ୟାନ୍ୟ ଆହ୍ବାନ କାରଣରୁ ଆମମାନଙ୍କ ମଧ୍ୟରୁ ଅନେକ ଶୋଇବା ସହ ସଂଘର୍ଷ କରୁଛନ୍ତି । ନଭେମ୍ବର 2021 ରେ ସ୍ଲୋ ମେଡିସିନରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ମହାମାରୀ ପରଠାରୁ ନିଦ୍ରାଜନିତ ସମସ୍ୟା 2 ଗୁଣା ବୃଦ୍ଧିପାଇଛି । 13ଟି ଦେଶର 22,330 ବୟସ୍କଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା ।

ଏଥିରୁ ଜଣାପଡିଲା ଯେ, ତିନିଜଣ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ଜଣଙ୍କର କ୍ଲିନିକାଲ୍ ଅନିଦ୍ରା ଲକ୍ଷଣ ଥିଲା ଏବଂ ପ୍ରାୟ 20 ପ୍ରତିଶତ ଲୋକଙ୍କର ଅନିଦ୍ରା ବ୍ୟାଧିଜନିତ ସମସ୍ୟା ରହିଛି । ମହାମାରୀ ପରେ ଗ୍ୟାଜେଟ ଉପରେ ନିର୍ଭରଶୀଳତା ଶୋଇବା ଶୈଳୀକୁ ପ୍ରଭାବିତ କରୁଥିବା ଦେଖାଯାଇ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଚିନ୍ତା ଏବଂ ଉଦାସୀନତା ଭଳି ମାନସିକ ବିକୃତି ମଧ୍ୟ ଶୋଇବା ସମସ୍ୟାର କାରକ ହୋଇଥାଏ । ଡାକ୍ତରଙ୍କ କହିବା ଅନୁସାରେ ଜଣେ ଲୋକ ପ୍ରତିଦିନ 7-8 ଘଣ୍ଟା ଶୋଇବା ଆବଶ୍ୟକ ।

ଆମର ମାନସିକ ସୁସ୍ଥତା ପାଇଁ ଏକ ଭଲ ନିଦ ଆବଶ୍ୟକ, କାରଣ ଏହା ସର୍ବୋତ୍କୃଷ୍ଟ କାର୍ଯ୍ୟ ପାଇଁ ଆମ ମନକୁ ଶକ୍ତି ଯୋଗାଇଥାଏ । ଶୋଇବା ଅକ୍ଷମତା ଚିନ୍ତାର କାରଣ, କାରଣ ନିଦ୍ରା ଅଭାବ ଆମର ଜ୍ଞାନଗତ ଏବଂ ଭାବପ୍ରବଣତା ଉପରେ ପ୍ରଭାବ ପକାଇଥାଏ । ବିଶେଷଜ୍ଞମାନେ କହିଛନ୍ତି ଯେ, ସଠିକ୍ ନିଦ ବିନା ଜଣେ ବ୍ୟକ୍ତି ଥକ୍କା, ସହଜରେ ବିରକ୍ତ, ଆକ୍ରମଣାତ୍ମକ କିମ୍ବା ଏକାଗ୍ର ହେବାକୁ ଅସମର୍ଥ, ଯାହା ସେମାନଙ୍କର କାର୍ଯ୍ୟଦକ୍ଷତା ଉପରେ ପ୍ରଭାବ ପକାଇଥାଏ ।

ଯଦି ଶୋଇବା ସମ୍ବନ୍ଧୀୟ ସମସ୍ୟା କିଛି ଦିନ ଧରି ରହିଥାଏ ଏବଂ ଶୀଘ୍ର ସମାଧାନ ନହୁଏ, ତେବେ ଏହା ସ୍ବାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ ଏବଂ ଏହା ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ । କାହିଁକି ଏପରି ହୋଇଥାଏ, ସେ ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି(for these reasons you are unable to sleep)...

ଗ୍ୟାଜେଟ୍ ବ୍ୟବହାର ବୃଦ୍ଧି:- କୋଭିଡ ମହାମାରୀ ପରେ ମନୋରଞ୍ଜନ କିମ୍ବା ଆରାମ ପାଇଁ ଗ୍ୟାଜେଟ ଉପରେ ନିର୍ଭରଶୀଳତା ଦୁର୍ବଳ ନିଦ୍ରା ପଛରେ ଅନ୍ୟତମ କାରଣ ହୋଇପାରେ । ଶୋଇବା ସମୟରେ ଫୋନ ବ୍ୟବହାର ଖରାପ ନିଦ ପାଇଁ ଦାୟୀ ହୋଇଥାଏ । ଫୋନରୁ ନିର୍ଗତ ହୋଇଥିବା ନୀଳ ଆଲୋକ ଶୋଇବା ହରମୋନ୍ 'ମେଲାଟୋନିନ୍' ରିଲିଜ୍ କରିବାରେ ବାଧା ସୃଷ୍ଟି କରେ । ଫଳରେ ନିଦ୍ରା ହ୍ରାସପାଏ ।

ଶୋଇବା ପାଇଁ କମ୍ ପ୍ରାଥମିକତା:- ଅନେକ ସମୟରେ ଶୋଇବାକୁ ପ୍ରାଥମିକତା ଦିଆଯାଇନଥାଏ ଏବଂ ବିଶେଷ ଭାବରେ ଯୁବକମାନେ ଏପରି କରିଥାନ୍ତି । ଅନିୟମିତ କାର୍ଯ୍ୟସୂଚି ନିଦ ଉପରେ ପ୍ରଭାବ ପକାଇଥାଏ ।

ବୟସ ସମ୍ବନ୍ଧୀୟ ସମସ୍ୟା:- ଆଲଜାଇମର ରୋଗ ପରି ବୟସ ସମ୍ବନ୍ଧୀୟ ରୋଗ ହେତୁ ବୟସ୍କ ବ୍ୟକ୍ତିମାନେ ଶୋଇବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । କ୍ରନିକ୍ ରୋଗ, ଅନିଦ୍ରା କିମ୍ବା ବାରମ୍ବାର ପରିସ୍ରା କରିବାର ଆବଶ୍ୟକତା ହେତୁ ନିଦ କମ୍ ହୋଇଥାଏ ।

କ୍ୟାଫିନ୍ ଏବଂ ମଦ୍ୟପାନ:- ଶୋଇବା ପୂର୍ବରୁ କ୍ୟାଫିନ୍( caffeine-ଚା କିମ୍ବା କଫିରେ ଥିବା ଏକ ଉପାଦାନ) କିମ୍ବା ମଦ୍ୟପାନର ମାତ୍ରା ବୃଦ୍ଧି କରିବା ଅନୁଚିତ । ଶୋଇବାର ଛଅ ଘଣ୍ଟା ପୂର୍ବରୁ କ୍ୟାଫିନ୍ ନନେବାକୁ ପରାମର୍ଶ ଦିଆଯାଇଛି କାରଣ ଏହା ଶୋଇବାର ଅବଧି ଏବଂ କାର୍ଯ୍ୟଦକ୍ଷତା ଉପରେ ପ୍ରଭାବ ପକାଇପାରେ । ମଦ୍ୟପାନ ଦ୍ବାରା ବିଚ୍ଛିନ୍ନ ନିଦ ମଧ୍ୟ ହୋଇପାରେ କାରଣ ଅତ୍ୟଧିକ ପରିମାଣ ଖାଇବା ଦ୍ୱାରା ଗଭୀର ନିଦ ହୁଏ ନାହିଁ । ଶୋଇବା ପୂର୍ବରୁ ମଦ୍ୟପାନ ମଧ୍ୟ ଡିହାଇଡ୍ରେସନ୍ ସୃଷ୍ଟି କରି ଶୋଇବା ଉପରେ ପ୍ରଭାବ ପକାଇଥାଏ ।

ମାନସିକ ସ୍ବାସ୍ଥ୍ୟ ସମସ୍ୟା କିମ୍ବା ଚାପ:- ଏହି ସମସ୍ୟା ଖରାପ ନିଦର ଏକ ପ୍ରମୁଖ କାରଣ । ଚିନ୍ତା ଏବଂ ନିଦ ମଧ୍ୟ ପରସ୍ପର ସହିତ ନିବିଡ଼ ଭାବରେ ଜଡିତ । ଚିନ୍ତା ଶୋଇବାକୁ ବାଧା ଦେଇପାରେ, ନିଦ ନହେଲେ ମଧ୍ୟ ଜଣେ ବ୍ୟକ୍ତି ଚିନ୍ତା କରିଥାଏ ।

ଦୈନନ୍ଦିନ ଜୀବନରେ ଘଟୁଥିବା ସମସ୍ୟା:- ପାରିବାରିକ କଳହ କିମ୍ବା କାର୍ଯ୍ୟ ଚାପ ଆଦି ନିଦ ଉପରେ ପ୍ରଭାବ ପକାଇଥାଏ । ଚାପର ଜବାବରେ ରାସାୟନିକ ପଦାର୍ଥ ନିର୍ଗତ ହୁଏ ଯାହା ହୃଦସ୍ପନ୍ଦନକୁ ବଢାଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.