ETV Bharat / sukhibhava

ଚିକିତ୍ସା ଇତିହାସରେ ପ୍ରଥମ: ଗର୍ଭରେ ଥିବା ଶିଶୁ ମସ୍ତିଷ୍କରେ ବିରଳ ଅସ୍ତ୍ରୋପଚାର

author img

By

Published : May 5, 2023, 5:29 PM IST

ଚିକିତ୍ସା ଇତିହାସରେ ପ୍ରଥମ କରି ମାଆ ପେଟରେ ଥିବା ଶିଶୁର ମସ୍ତିଷ୍କରେ ସଫଳ ଅସ୍ତ୍ରୋପଚାର କରିଛନ୍ତି ଡାକ୍ତର । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: 'ଦ୍ବିତୀୟ ଭଗବାନ' ଆଖ୍ୟାକୁ ଆଉ ଥରେ ପ୍ରତିପାଦନ କରିଛନ୍ତି ଡାକ୍ତର । ପ୍ରଥମ କରି ମାଆ ପେଟରେ ଥିବା ଶିଶୁର ମସ୍ତିଷ୍କରେ ବିରଳ ଅସ୍ତ୍ରୋପଚାର କରି ଇତିହାସ ରଚିଛନ୍ତି ବୋଷ୍ଟନ୍ ଚିଲ୍ଡ୍ରେନ୍ ହସ୍ପିଟାଲ୍ ଏବଂ ବ୍ରିଘମ୍ ଆଣ୍ଡ ୱେମେନ୍ସ ହସ୍ପିଟାଲର ଡାକ୍ତରମାନେ । ପରୀକ୍ଷାମୂଳକ ଭାବରେ ମାଆ ପେଟରେ ଥିବା ଶିଶୁର ମସ୍ତିଷ୍କର ରକ୍ତଭଣ୍ଡାରରେ ଏହି ବିରଳ ଚିକିତ୍ସା କରାଯାଇଛି । ସୂଚନା ଅନୁସାରେ, ଶିଶୁଟି ଏକ କନ୍ୟା ସନ୍ତାନ ଏବଂ ସେ 7 ମାସ ହେବ ଜନ୍ମ ହୋଇ ଥିବାବେଳେ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛି ।

ଗର୍ଭରେ ଥିବାବେଳେ, ଝିଅଟିର ମସ୍ତିଷ୍କରେ 14 ମିଲିମିଟର ଚଉଡା ଅଞ୍ଚଳରେ ରକ୍ତ ଭର୍ତ୍ତି ହୋଇଯାଉଥିଲା । ଏହି ବିରଳ ଅବସ୍ଥାକୁ "ଭେନସ୍ ଅଫ୍ ଗାଲେନ୍ ମାଲ୍‌ଫର୍ମେସନ୍" କୁହାଯାଏ, ଯାହା ଶିଶୁର ଜନ୍ମ ପରେ ମସ୍ତିଷ୍କର କ୍ଷତି, ହୃଦଘାତ ଏବଂ ଶ୍ୱାସକ୍ରିୟାରେ ଅସୁବିଧା ସୃଷ୍ଟି କରିପାରେ । ଭେନସ୍ ଅଫ୍ ଗାଲେନ୍ ମାଲ୍‌ଫର୍ମେସନ୍, ମସ୍ତିଷ୍କରୁ ହୃଦୟକୁ ରକ୍ତ ବହନ କରୁଥିବା ରକ୍ତବାହୀ ସଠିକ୍ ଭାବରେ ବିକଶିତ ହୁଏ ନାହିଁ, ଯେଉଁ କାରଣରୁ ଅତ୍ୟଧିକ ପରିମାଣର ରକ୍ତ ଶିରା ଏବଂ ହୃଦୟକୁ ଚାପ ଦେଇଥାଏ ।

ଗର୍ଭଧାରଣର 30 ସପ୍ତାହ ମଧ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ଅଲଟ୍ରାସାଉଣ୍ଡ ସ୍କାନରେ ଶିଶୁର ଏପରି ଅବସ୍ଥା ଥିବା ଲକ୍ଷ୍ୟ କରାଯାଇଥିଲା । ଅବସ୍ଥାର ସାଂଘାତିକ ଫଳାଫଳକୁ ଭୟ କରି ଶିଶୁର ପିତାମାତା ଏକ ଇନ୍-ୟୁଟେରୋ ସର୍ଜିକାଲ୍ ଚିକିତ୍ସାର କ୍ଲିନିକାଲ୍ ପରୀକ୍ଷା ପାଇଁ ରାଜି ହୋଇଥିଲେ । ବୋଷ୍ଟନ୍ ଚିଲ୍ଡ୍ରେନ୍ ହସ୍ପିଟାଲ୍ ଏବଂ ବ୍ରିଘମ୍ ଆଣ୍ଡ ୱେମେନ୍ସ ହସ୍ପିଟାଲର ଡାକ୍ତରମାନେ ଗର୍ଭରେ 34 ସପ୍ତାହରେ ଥିବା ଭୃଣରେ ଏହି ବିରଳ ଅସ୍ତ୍ରୋପଚାର କରିଥିଲେ ।

ଏହା ମଧ୍ୟ ପଢନ୍ତୁ:- ଡାକ୍ତରଙ୍କ ଚମତ୍କାରିତା, କ୍ୟାନସର୍ ରୋଗୀଙ୍କ ଜିଭରେ କଲେ ବିରଳ ଅସ୍ତ୍ରୋପଚାର

ଅଲଟ୍ରାସାଉଣ୍ଡ ମାର୍ଗଦର୍ଶନ ସାହାଯ୍ୟରେ, ଆମନିଓସେଣ୍ଟେସିସ୍ ପାଇଁ ବ୍ୟବହୃତ ସମାନ ଛୁଞ୍ଚି(ତରଳ ପଦାର୍ଥର ନମୁନା ବାହାର କରିବା ପାଇଁ ବ୍ୟବହୃତ ଏକ ପ୍ରଣାଳୀ ଯାହା ଗର୍ଭସ୍ଥ ଶିଶୁକୁ ଆଘାତରୁ ରକ୍ଷା କରିଥାଏ) ଏବଂ ରକ୍ତ ପ୍ରବାହକୁ ବନ୍ଦ କରିବା ପାଇଁ ଅସ୍ୱାଭାବିକ ରକ୍ତଭଣ୍ଡାରରେ ରଖାଯାଇଥିବା କ୍ଷୁଦ୍ର କୋଏଲ୍ ବ୍ୟବହାର କରି ଏହି ଅସ୍ତ୍ରୋପଚାର କରିଛନ୍ତି । ଏହି ପରୀକ୍ଷାମୂଳକ ଅସ୍ତ୍ରୋପଚାରର ସଫଳତା ପରେ ଆଗକୁ ଏହିପରି ଅସ୍ତ୍ରୋପଚାର କରାଯାଇ ଗର୍ଭାବସ୍ଥାରେ ଶିଶୁଙ୍କ ରୋଗ ବିପଦକୁ ଦୂର କରାଯାଇପାରିବ ବୋଲି ଡାକ୍ତରମାନେ ବିଶ୍ବାସ କରୁଛନ୍ତି ।

ସୂଚନା ଅନୁସାରେ, ଦିଲ୍ଲୀ ଏମ୍ସ ଡାକ୍ତରାନେ ମଧ୍ୟ ଏହିପରି ଏକ ଅସ୍ତ୍ରୋପଚାର କରିଥିଲେ । ସେତେବେଳେ ଗର୍ଭରେ ଥିବା ଶିଶୁର ହାର୍ଟରେ ଅସ୍ତ୍ରୋପଚାର କରାଯାଇ ଥିବାବେଳେ ବର୍ତ୍ତମାନ ମସ୍ତିଷ୍କରେ କରାଯାଇଛି । ଗର୍ଭରେ ଥିବା ଶିଶୁ ମସ୍ତିଷ୍କରେ ଅସ୍ତ୍ରୋପଚାର କରିବାରେ ଏହା ପ୍ରଥମ ଘଟଣା । ଡାକ୍ତରମାନଙ୍କର ଏପରି ପଦକ୍ଷେପ ନିଶ୍ଚିତ ରୂପେ ସ୍ବାଗତଯୋଗ୍ୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.