ETV Bharat / sukhibhava

Drug Use in Pregnancy: ଗର୍ଭାବସ୍ଥାରେ ଖାଆନ୍ତୁ ଏହି ଔଷଧ, ଉଭୟ ସୁସ୍ଥ ରହିବେ ମା' ଓ ଶିଶୁ

author img

By ETV Bharat Odisha Team

Published : Oct 9, 2023, 6:42 PM IST

Drug Use in Pregnancy
Drug Use in Pregnancy

ଗର୍ଭାବସ୍ଥାରେ ମା' ଏବଂ ଗର୍ଭସ୍ଥ ଶିଶୁର ଯତ୍ନ ଜରୁରୀ ଅଟେ । ତେବେ ଜାଣନ୍ତୁ ଗର୍ଭାବସ୍ଥାରେ କେଉଁ ଔଷଧ ଜରୁରୀ ଅଟେ । ଅଧିକ ପଢନ୍ତୁ

ହାଇଦ୍ରାବାଦ: କୁହାଯାଏ, ଗର୍ଭଧାରଣ ହେଉଛି ମହିଳାଙ୍କ ଜୀବନର ସବୁଠାରୁ ସୁଖଦ ତଥା ସମ୍ବେଦନଶୀଳ ସମୟ । ଏହି ସମୟରେ ଉଭୟ ମା' ଏବଂ ଶିଶୁର ସ୍ୱାସ୍ଥ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ । ତେବେ ମା' ଏବଂ ଶିଶୁକୁ ସୁସ୍ଥ ରଖିବା ପାଇଁ ଅନେକ ପ୍ରକାର ଔଷଧର ସେବନ ପାଇଁ ଡାକ୍ତର ପରାମର୍ଶ ଦେଇଥାଆନ୍ତି । ଗର୍ଭାବସ୍ଥାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଔଷଧ ମଧ୍ୟରୁ ଫଲିକ୍ ଏସିଡ୍, ଆଇରନ୍ ଏବଂ କ୍ୟାଲସିୟମ୍ ସପ୍ଲିମେଣ୍ଟସ୍ ଏବଂ ଭିଟାମିନ୍ ଇତ୍ୟାଦି ଅନ୍ତର୍ଭୁକ୍ତ । ଫଲିକ୍ ଏସିଡ୍ ଶିଶୁର ମସ୍ତିଷ୍କ ଏବଂ ମେରୁଦଣ୍ଡର ବିକାଶରେ ସାହାଯ୍ୟ କରିବା ବେଳେ ଶିଶୁ ଏବଂ ମା’ର ଅସ୍ଥି ପାଇଁ ଲୌହ ଏବଂ କ୍ୟାଲସିୟମ୍ ଜରୁରୀ ଅଟେ । ଅନ୍ୟପଟେ ମା' ଏବଂ ଶିଶୁ ସୁସ୍ଥ ରହିବା ପାଇଁ ଭିଟାମିନ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ତେବେ ଜାଣନ୍ତୁ ଗର୍ଭାବସ୍ଥାରେ କେଉଁ ଔଷଧର ସେବନ ଦ୍ବାରା ଉଭୟ ମା' ଏବଂ ଶିଶୁ ସୁସ୍ଥ ରହିପାରିବେ ।

ଫଲିକ ଏସିଡ ବଟିକା: ଗର୍ଭାବସ୍ଥାରେ ସେବନ ପାଇଁ ପରାମର୍ଶ ଦିଆଯାଉଥିବା ଔଷଧ ମଧ୍ୟରୁ ଫଲିକ ଏସିଡ ଅନ୍ୟତମ । ଫଲିକ୍ ଏସିଡ୍ ଶରୀରରେ ଫୋଲେଟର ଏକ ରୂପ, ଯାହା ଡିଏନ୍ଏ ଗଠନରେ ସାହାଯ୍ୟ କରିଥାଏ । ଗର୍ଭସ୍ଥ ଶିଶୁର ମସ୍ତିଷ୍କ ଏବଂ ମେରୁଦଣ୍ଡର ସଠିକ୍ ବିକାଶ ପାଇଁ ଏହା ଅତ୍ୟନ୍ତ ଜରୁରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଥାଆନ୍ତି । ଫଲିକ୍ ଏସିଡର ଅଭାବ ନ୍ୟୁରାଲ୍ ଟ୍ୟୁବ୍ ତ୍ରୁଟି ପରି ଜନ୍ମଗତ ବ୍ୟାଧି ସୃଷ୍ଟି କରିପାରେ । ତେଣୁ ଫଲିକ୍ ଏସିଡ୍ ସପ୍ଲିମେଣ୍ଟ ଗର୍ଭଧାରଣ ଆରମ୍ଭରୁ ଖାଇବା ଉଚିତ୍‌ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: Tests During Pregnancy: ଗର୍ଭାବସ୍ଥାର 3 ମାସ ମଧ୍ୟରେ କେଉଁ ଟେଷ୍ଟ କରିବା ଜରୁରୀ, ଜାଣନ୍ତୁ

ଆଇରନ ଏବଂ କ୍ୟାଲସିୟମ: ଗର୍ଭାବସ୍ଥାରେ ଆଇରନ୍ ଏବଂ କ୍ୟାଲସିୟମ୍ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ । ଗର୍ଭାବସ୍ଥାରେ ଶରୀରର ଲୌହ ଏବଂ କ୍ୟାଲସିୟମର ଆବଶ୍ୟକତା ଅଧିକ ରହିଥାଏ । ତେଣୁ ଗର୍ଭାବସ୍ଥାରେ ଏହି ଔଷଧ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ। ଆଇରନର ଅଭାବକୁ ଏଡ଼ାଇବା ପାଇଁ ଏବଂ ଶିଶୁର ସଠିକ୍ ବିକାଶ ପାଇଁ ପର୍ଯ୍ୟାପ୍ତ ପରିମାଣର ଆଇରନ ବଟିକା ଖାଇବା ଆବଶ୍ୟକ । ଶିଶୁ ଏବଂ ମା’ର ହାଡ ଏବଂ ଦାନ୍ତ ପାଇଁ କ୍ୟାଲସିୟମ୍ ଜରୁରୀ ହୋଇଥାଏ । ତେଣୁ ଗର୍ଭାବସ୍ଥାରେ ଏହି ଦୁଇଟି ସପ୍ଲିମେଣ୍ଟ ଗ୍ରହଣ କରିବା ବାଧ୍ୟତାମୂଳକ ବୋଲି କୁହାଯାଇଛି ।

ଭିଟାମିନ ସପ୍ଲିମେଣ୍ଟ: ଗର୍ଭାବସ୍ଥାରେ ଭିଟାମିନ ସପ୍ଲିମେଣ୍ଟ ସେବନ କରିବା ପାଇଁ ମହିଳାଙ୍କୁ ପରାମର୍ଶ ଦିଆଯାଇଥାଏ । ଭିଟାମିନ A,C,D ଏବଂ ବି କମ୍ପ୍ଲେକ୍ସ ଆଦି ଗର୍ଭସ୍ଥ ଶିଶୁ ଏବଂ ମା' ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ଉପଯୁକ୍ତ ଭିଟାମିନ ପାଇବା ଦ୍ବାରା ଶିଶୁର ବିକାଶ ଠିକ ଭାବେ ହୋଇଥାଏ ଏବଂ ମା' ମଧ୍ୟ ସୁସ୍ଥ ରହିଥାଏ । ଭିଟାମିନ ଏ ଆଖି ପାଇଁ ଜରୁରୀ ହୋଇଥାଏ । ସେହିପରି ଭିଟାମିନ ସି ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଭିଟାମିନ ଡି ହାଡକୁ ଶକ୍ତ ରଖିବା ପାଇଁ ଜରୁରୀ ଅଟେ । ତେଣୁ ଏହି ପ୍ରକାରର ଭିଟାମିନ ସେବନ ପାଇଁ ପରାମର୍ଶ ଦିଆଯାଇଥାଏ ।

ବିଦ୍ର: ଏହା କେବଳ ନିର୍ଦ୍ଦିଷ୍ଟ ସୂଚନା ପାଇଁ ଆଧାରିତ। ଗର୍ଭାବସ୍ଥାରେ କୌଣସି ଔଷଧ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଜରୁରୀ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.