ETV Bharat / sukhibhava

କିଡନୀ ଫେଲ ହେଲେ ଶରୀର ଦେଇଥାଏ ଏହି ସଂକେତ, ଅଣଦେଖା କଲେ ହୋଇପାରେ ମୃତ୍ୟୁ !

author img

By

Published : Jul 14, 2023, 12:16 PM IST

କିଡନୀ ଫେଲ ହେଲେ ଶରୀର ଦେଇଥାଏ ଏହି ସଂକେତ, ଅଣଦେଖା କଲେ ହୋଇପାରେ ମୃତ୍ୟୁ!
କିଡନୀ ଫେଲ ହେଲେ ଶରୀର ଦେଇଥାଏ ଏହି ସଂକେତ, ଅଣଦେଖା କଲେ ହୋଇପାରେ ମୃତ୍ୟୁ!

କିଡନୀ ଫେଲ ଏକ ଗୁରୁତର ଅବସ୍ଥା ଅଟେ । ଶରୀରକୁ ଫିଲ୍ଟର କରିବାରେ କିଡନୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯଦି କିଡନୀ ଫେଲ ହୋଇଯାଏ, ଏହା ଶରୀର ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗ ଉପରେ ପ୍ରଭାବ ପକାଏ । ଫଳରେ ଏହାକୁ ଅନେକ ଲୋକଙ୍କ ମୃତ୍ୟୁ ହୋଇଥାଏ । ତେବେ କିଡନୀ ଫେଲ ହେଲେ ଶରୀରରେ କ'ଣ ସଂକେତ ଦେଇଥାଏ ? ଜାଣନ୍ତୁ

ହାଇଦ୍ରାବାଦ: ସୁସ୍ଥ ରହିବାକୁ ହେଲେ ଶରୀରର କିଛି ଗୁରୁତ୍ୱପୂର୍ଣ୍ଣ ଅଂଶ ସଠିକ୍ ଭାବରେ କାର୍ଯ୍ୟ କରିବା ଆବଶ୍ୟକ । ଏହି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି କିଡନୀ । ଯଦି ଏହା ଫେଲ ହୋଇଯାଏ ତେବେ ବ୍ୟକ୍ତିର ମୃତ୍ୟୁ ମଧ୍ୟ ହୋଇପାରେ । କିଡନୀ ଫେଲ ଏକ ଗୁରୁତର ଅବସ୍ଥା । କାରଣ ଶରୀରକୁ ଫିଲ୍ଟର କରିବାରେ କିଡନୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା, ରକ୍ତ ଫିଲ୍ଟର କରିବା, ହରମୋନ୍ ସନ୍ତୁଳନ ଏବଂ ଅନ୍ୟାନ୍ୟ କାର୍ଯ୍ୟ କରିଥାଏ । କିନ୍ତୁ ଯେତେବେଳେ ଏହା ଫେଲ ହୁଏ, ଏହା ରକ୍ତକୁ ଫିଲ୍ଟର କରିବାରେ ସକ୍ଷମ ନୁହେଁ କିମ୍ବା ହରମୋନର ସନ୍ତୁଳନ ବଜାୟ ରଖେ ନାହିଁ । ଫଳରେ ଆବର୍ଜନା ପଦାର୍ଥ ଶରୀର ଭିତରେ ଜମା ହେବା ଆରମ୍ଭ କରେ । ଯେଉଁ କାରଣରୁ ରକ୍ତରେ ରାସାୟନିକ ପଦାର୍ଥର ସନ୍ତୁଳନ ଶରୀରରେ ଖରାପ ହେବାକୁ ଲାଗେ । ଯଦି ଅବସ୍ଥା ବିଗିଡିଯାଏ, ଜଣେ ବ୍ୟକ୍ତି ମୃତ୍ୟୁବରଣ ମଧ୍ୟ କରିପାରେ ।

ଯଦି ଜଣେ ବ୍ୟକ୍ତି ଗୁରୁତର କିଡନୀ ରୋଗରେ ପୀଡିତ, ତେବେ ଏହା ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଏହା ଶରୀରକୁ ଗୁରୁତର ଭାବରେ କ୍ଷତି ପହଞ୍ଚାଇପାରେ । ସେଥିପାଇଁ ଏହା ଅତ୍ୟନ୍ତ ଜରୁରୀ ଯେ ଆପଣ କିଡନୀ ରୋଗ ସହିତ ଜଡିତ ଲକ୍ଷଣ ଗୁଡ଼ିକୁ ଠିକ୍ ସମୟରେ ଚିହ୍ନିବା ଦରକାର ଏବଂ ଡାକ୍ତରଙ୍କ ସହ ପରାମର୍ଶ ନେବା ଆବଶ୍ୟକ । ତେବେ କିଡନୀ ଫେଲ ହେଲେ ଶରୀର କ’ଣ ସଙ୍କେତ ଦେଇଥାଏ ? କିମ୍ବା ଶରୀର ଉପରେ ଏହାର କ’ଣ ପ୍ରଭାବ ପକାଇଥାଏ? ଜାଣନ୍ତୁ

କିଡନୀ ଫେଲ ହେଲେ ଶରୀର ଏହି ସଙ୍କେତ ଦେଇଥାଏ

  • ଅନାବଶ୍ୟକ ଥକ୍କା ଅନୁଭବ କରିବେ
  • ଭୋକ ଲାଗିବ ନାହିଁ
  • ରାତିରେ ଶୋଇବାରେ ଅସୁବିଧା ହୋଇପାରେ
  • ଶ୍ୱାସ ନେବାରେ ଅସୁବିଧା ଅନୁଭବ ହୋଇପାରେ
  • ପାଦରେ ଫୁଲିବା ଭଳି ସମସ୍ୟା ଦେଖାଯିବ
  • ହାଡ ଦୁର୍ବଳ ହେବା ଆରମ୍ଭ କରେ
  • ମାଂସପେଶୀରେ ଯନ୍ତ୍ରଣା ହୁଏ
  • ପରିସ୍ରା ତିଆରି ପ୍ରକ୍ରିୟା ବାଧାପ୍ରାପ୍ତ ହୁଏ
  • ଓଜନ ହଠାତ୍ କମିଯାଏ
  • ବାନ୍ତି ବାନ୍ତି ଅନୁଭବ ହୁଏ

ଏହା ମଧ୍ୟ ପଢନ୍ତୁ: ବର୍ଷା ଋତୁରେ ବଢିଥାଏ କିଡନୀ ସମସ୍ୟା, ବର୍ତ୍ତିବା ପାଇଁ ଆପଣାନ୍ତୁ ଏହି ଉପାୟ

କିଡନୀ ଫେଲ ହେବା କାରଣ:

  • ଖରାପ ଖାଦ୍ୟ ଏବଂ ଜୀବନଶୈଳୀ
  • ମଧୁମେହ କିଡନୀ ଷ୍ଟୋନ ରୋଗ
  • ପ୍ରୋଷ୍ଟେଟ ବୃଦ୍ଧି ହେବା
  • ୟୁରିନରୀ ନଳୀରେ ରକ୍ତ ଜମାଟ ବାନ୍ଧିବା
  • ରକ୍ତକୁ ନିୟନ୍ତ୍ରଣ କରୁଥିବା ସ୍ନାୟୁ ଗୁଡ଼ିକର ଦୁର୍ବଳ ହେବା
  • କିଡନୀ ଚାରିପାଖରେ ରକ୍ତ ଜମାଟ ବାନ୍ଧିବା
  • ଶରୀରରେ ଅତ୍ୟଧିକ ବିଷାକ୍ତ ପଦାର୍ଥ ରହିବା
  • କମ୍ ପାଣି ପିଇବା
  • ଡ୍ରଗ୍ ଏବଂ ମଦ୍ୟପାନ କରିବା

ସୂଚନା ଥାଉ କି, ପ୍ରତିବର୍ଷ 2 ଲକ୍ଷରୁ ଅଧିକ ଲୋକ କିଡନୀ ଫେଲର ଶିକାର ହୋଇଥାନ୍ତି । ହାରାହାରି ଦେଶରେ 14% ମହିଳା ଏବଂ 12% ପୁରୁଷ ଏହି ରୋଗରେ ପୀଡିତ ଅଛନ୍ତି । କିଡନୀ ସମସ୍ୟା ପ୍ରାରମ୍ଭିକ ଅବସ୍ଥାରେ ଏହି ରୋଗକୁ ଚିହ୍ନିବା କଷ୍ଟକର କାରଣ ଉଭୟ କିଡନୀରେ 60% କ୍ଷତି ହେବା ପରେ ରୋଗୀ ଏହା ବିଷୟରେ ଜାଣିବାକୁ ପାଇଥାଏ । କେବଳ 5 ହଜାର ଲୋକ କିଡନୀ ପ୍ରତିରୋପଣ କରନ୍ତି । WHO ଅନୁଯାୟୀ, ଭାରତରେ କମ୍ ଅଙ୍ଗ ଦାନ ହେତୁ ପ୍ରତିରୋପଣ ପାଇଁ କିଡନୀ ଉପଲବ୍ଧ ହୋଇପାରୁନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.