ETV Bharat / sukhibhava

Kidney Care Tips: ବର୍ଷା ଋତୁରେ ବଢିଥାଏ କିଡନୀ ସମସ୍ୟା, ବର୍ତ୍ତିବା ପାଇଁ ଆପଣାନ୍ତୁ ଏହି ଉପାୟ

author img

By

Published : Jul 13, 2023, 10:20 AM IST

ବର୍ଷା ଋତୁରେ ସଂକ୍ରମଣ ସହିତ ଅନେକ ପ୍ରକାର ରୋଗ ମାଡି ବସିଥାଏ। ତେବେ ସଂକ୍ରମଣ ଯୋଗୁଁ କିଡନୀ ରୋଗ ହେବାର ମଧ୍ୟ ସମ୍ଭାବନା ଅଧିକ ରହିଥାଏ। ତେବେ ଜାଣନ୍ତୁ କିଭଳି ବର୍ତ୍ତିବେ।

Kidney Care Tips
Kidney Care Tips

ହାଇଦ୍ରାବାଦ: ସାରା ଦେଶରେ ସକ୍ରିୟ ରହିଛି ମୌସୁମୀ । ଏହି ଋତୁ ପରିବର୍ତ୍ତନ ସହ ଚାରିଆଡେ ବର୍ଷା ଖରା ଲାଗି ରହିଛି । ବର୍ଷା ହେତୁ ପ୍ରବଳ ଉତ୍ତାପରୁ ନିଶ୍ଚିତ ଭାବେ ଆରାମ ମିଳୁଛି କିନ୍ତୁ ଏହି ଋତୁରେ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ସାମାନ୍ୟ ଦୁର୍ବଳ ହୋଇଯାଉଛି । କେବଳ ଏତିକି ନୁହେଁ ବର୍ଷା ଋତୁରେ ସଂକ୍ରମଣ ଏବଂ ଅନେକ ପ୍ରକାର ରୋଗ ହେବାର ଆଶଙ୍କା ମଧ୍ୟ ବଢ଼ିଯାଇଥାଏ । ଏହାର ପ୍ରଭାବ କିଡନୀ ଉପରେ ବହୁତ ଖରାପ ଅଟେ । ଯଦି ସମୟ ସମୟରେ ଏହାର ଯତ୍ନ ନିଆଯାଏ ନାହିଁ, ତେବେ କିଡନୀ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ ।

ବର୍ଷା ଋତୁରେ ଏହି ରୋଗ ହେବାର ସମ୍ଭବନା ଅଧିକ ରହିଥାଏ । ବର୍ଷା ଋତୁରେ ସମସ୍ତଙ୍କୁ ଚଟପଟା ଖାଦ୍ୟ ଖାଇବା ପାଇଁ ଅଧିକ ଇଚ୍ଛା ହୋଇଥାଏ । ସନ୍ଧ୍ୟା ହେବାମାତ୍ରେ ଠେଲାକୁ ଯାଇ ମନ ପସନ୍ଦର ଚଟପଟା ଖାଦ୍ୟ ଖାଇଥାଆନ୍ତି ଲୋକେ । ହେଲେ ବାସ୍ତବରେ ଏହା ପାଟିକୁ ସିନା ସୁଆଦିଆ ଲାଗେ ହେଲେ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ହୋଇଥାଏ । ଡାକ୍ତରଙ୍କ କହିବା ଅନୁସାରେ, ବର୍ଷା ଋତୁରେ ବାହାର ଖାଇବା ଠାରୁ ଦୂରେଇ ରହିବା ଆବଶ୍ୟକ । ଯଦି ଦୂଷିତ ଜଳ କିମ୍ବା ଅସ୍ବାସ୍ଥ୍ୟକର ପରିବେଷରେ ହୋଇଥିବା ଖାଦ୍ୟ ଖାଇବା ଦ୍ବାରା କୀଡନି ସମସ୍ୟା ହେବାର ଆଶଙ୍କା ଅଧିକ ରହିଥାଏ । ଯେଉଁ କାରଣରୁ ଏହି ଋତୁରେ 'ବ୍ୟାକ୍ଟେରିଆଲ ଇନଫେକ୍ସନ ଲେପ୍ଟୋସ୍ପାଇରୋସିସ୍' ହେବାର ଆଶଙ୍କା ବୃଦ୍ଧି ପାଇଥାଏ । କାରଣ ଏହା କିଡନୀକୁ ସହଜରେ କ୍ଷତି ପହଞ୍ଚାଏ । ଅନ୍ୟପଟେ ଯଦି ଦେଖିବା ତାହେଲେ ବର୍ଷାରେ ଡେଙ୍ଗୁ, ଟାଇଫଏଡ୍, ଡାଇରିଆ, ହେପାଟାଇଟିସ୍ ଏ ଏବଂ ହେପାଟାଇଟିସ୍ ବି ହେବାର ଆଶଙ୍କା ଅଧିକ ଥାଏ । ଏହି ରୋଗ କାରଣରୁ ମଧ୍ୟ କିଡନୀକୁ ଅଧିକ କ୍ଷତି ପହଞ୍ଚିଥାଏ ।

ବର୍ଷା ଋତୁରେ କିଡନୀ ସମସ୍ୟାରୁ ବର୍ତ୍ତିବାକୁ ହେଲେ ଆପଣାନ୍ତୁ ଏହି ଉପାୟ: ଯଦି ଆପଣ କିଡନୀକୁ ସମ୍ପୂର୍ଣ୍ଣ ସୁସ୍ଥ ରଖିବାକୁ କିମ୍ବା ଏହାକୁ ସଂକ୍ରମଣରୁ ରକ୍ଷା କରିବାକୁ ଚାହୁଁଛନ୍ତି, ତେବେ ଅଧିକରୁ ଅଧିକ ପାଣି ପିଇବା ଆବଶ୍ୟକ । ପ୍ରଚୁର ପାଣି କିମ୍ବା ଜୁସ୍‌ ମଧ୍ୟ ପିଇପାରିବେ । ବର୍ଷା ଋତୁରେ ଥଣ୍ଡା ପାଣି ପିଇବା ବଦଳରେ ପାଣି ଫୁଟାଇବା ପରେ ଏହାକୁ ଥଣ୍ଡା କରି ପିଇବା ଉଚିତ । ଏହା ବ୍ୟତୀତ ଆପଣ ଫଳ ରସ, ବଟରମିଲ୍କ ଏବଂ ଅନ୍ୟାନ୍ୟ ଜୁସ୍‌ ମଧ୍ୟ ପିଇପାରିବେ।

ଏହା ମଧ୍ୟ ପଢନ୍ତୁ: ସବୁବେଳ ଥକ୍କା ଲାଗିବା ସହ ନିଦ ହେଉନଥିଲେ ସାବଧାନ! ହୋଇପାରେ କିଡନୀ ସମସ୍ୟା

ସୁଇମିଂ କରିବା ଉଚିତ ନୁହେଁ: କୌଣସି ସ୍ଥାନରେ ପାଣି ଜମା ହୋଇଥିଲେ ସେଥିରୁ ଦୂରେଇ ରହିବା ଆବଶ୍ୟକ । କାରଣ ଜମା ହୋଇଥିବା ପାଣିରେ ବ୍ୟାକ୍ଟେରିଆ ବଢିବାର ସମ୍ଭାବନା ଅଧିକ ରହିଥାଏ ଏବଂ ଏହା ଦ୍ବାରା ନାନା ପ୍ରକାର ରୋଗ ହେବାର ଆଶଙ୍କା ମଧ୍ୟ ଅଧିକ ରହିଥାଏ । ଏହାସହ ହାତକୁ ସାବୁନରେ ବାରମ୍ବାର ଧୋଇବା ଆବଶ୍ୟକ । ମଶା ମାଛିଠାରୁ ଦୂରେଇ ରହିବା ପାଇଁ ମଶାରୀ ବ୍ୟବହାର କରନ୍ତୁ ।

ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ: ବର୍ଷା ଋତୁରେ ବାସି ଖାଦ୍ୟ କିମ୍ବା ଅଧା ରନ୍ଧା ଖାଦ୍ୟ ଖାଇବା ଠାରୁ ବଞ୍ଚନ୍ତୁ । ଯଦି ପରିବା ତରକାରୀ କରୁଛନ୍ତି ତେବେ ତାହାକୁ ଭଲ ଭାବେ ରୋଷେଇ ନକରି ବା ଅଧାରନ୍ଧା ଖାଇବା ଦ୍ବାରା ପେଟରେ ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଥାଏ ।

ଉଲ୍ଲେଖଯୋଗ୍ୟ ଯେ, ରକ୍ତକୁ ସ୍ବଚ୍ଛ କରିବା ଏବଂ ଶରୀରରୁ ବର୍ଜ୍ୟବସ୍ତୁ ନିଷ୍କାସନ କରିବା ହେଉଛି କିଡନୀର କାମ । ଯଦି ଏଥିରେ କୌଣସି ପ୍ରକାର ସମସ୍ୟା ଦେଖାଯାଏ ତେବେ ଗମ୍ଭୀର ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ । ବାରମ୍ବାର ପରିସ୍ରା ଲାଗିବା, ଭୋକ ନଲାଗିବା, ବୟସ ନହେଉଣୁ ଚର୍ମରେ କୁଞ୍ଚନ, କ୍ଲାନ୍ତ ଲାଗିବା ଏବଂ ପାଦ ଫୁଲିବା ଭଳି ଲକ୍ଷଣ ଦେଖାଗଲେ କିଡନୀ ରୋଗ ହେବାର ଆଶଙ୍କା ରହିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.