ETV Bharat / sukhibhava

କେରଳରୁ ଚିହ୍ନଟ ହେଲେ JN.1 ସଂକ୍ରମିତ, ବଢିଲା ଚିନ୍ତା

author img

By ANI

Published : Dec 16, 2023, 4:52 PM IST

Covid subvariant JN 1
Covid subvariant JN 1

Covid subvariant JN.1: ପୁଣି କୋରୋନା ଭାଇରସକୁ ନେଇ ବଢିଲା ଚିନ୍ତା। କେରଳରୁ ଚିହ୍ନଟ ହେଲେ JN.1 ସଂକ୍ରମିତ। ଅଧିକ ପଢନ୍ତୁ

ଥିରୁଅନନ୍ତପୁରମ: କୋରୋନା ଭାଇରସର ନାଁ ଶୁଣିଲେ ଆଜି ମଧ୍ୟ ଛାତିରେ ଛନକା ପଶେ। ଗତ କିଛି ଦିନ ହେବ ସାରା ବିଶ୍ବରେ ଏହାର ପ୍ରଭାବ କମ୍ ହୋଇଥିଲେ ହେଁ ବିପଦ ଏପର୍ଯ୍ୟନ୍ତ ଦୂର ହୋଇନାହିଁ। କିଛି କିଛି ଦିନର ବ୍ୟବଧାନରେ କୋରୋନାର ଭାରିଆଣ୍ଟ ଲୋକଙ୍କ ଚିନ୍ତାକୁ ବୃଦ୍ଧି କରିଥାଏ। ଏହାରି ଭିତରେ ପୁଣି ଚିନ୍ତାର କାରଣ ସାଜିଛି ନୂଆ ଭାରିଆଣ୍ଟ। କେରଳରେ କୋରୋନାର ସବ ଭାରିଆଣ୍ଟ ଜେଏନ-1ର ମାମଲା ସାମ୍ନାକୁ ଆସିଛି। ଏନେଇ ଇଣ୍ଡିଆନ୍ ସାର୍ସ କୋଭିଡ ଜେନୋମିକ୍ସ କନ୍ସୋର୍ଟିୟମ୍ (INSACOG) ପକ୍ଷରୁ ସୂଚନା ଦିଆଯାଇଛି।

କହିରଖୁଛି କି, କୋରୋନାର ଏହି ଭାରିଆଣ୍ଟ ପ୍ରଥମେ ଲକ୍ସମବର୍ଗରେ ଚିହ୍ନଟ ହୋଇଥିଲା। ଏହା ପରେ ବ୍ରିଟେନ, ଆଇସଲ୍ୟାଣ୍ଡ, ଫ୍ରାନ୍ସ ଏବଂ ଆମେରିକାରେ ମଧ୍ୟ ଏହି ଭାରିଆଣ୍ଟରେ ଲୋକେ ଆକ୍ରାନ୍ତ ହୋଇଥିଲେ। ଏହାରି ଭିରତରେ କୋରୋନାର ଏକ ସବ ଭାରିଆଣ୍ଟ ଚିହ୍ନଟ ହୋଇଛି। କେରଳରେ କୋଭିଡ ସବ ଭାରିଆଣ୍ଟ JN.1ରେ ଜଣେ ଆକ୍ରାନ୍ତ ହୋଇଥିବା ନେଇ ସ୍ପଷ୍ଟ କରାଯାଇଛି। ଏହି ଖବର ପରେ ଲୋକମାନଙ୍କ ମଧ୍ୟରେ ଚିନ୍ତା ବୃଦ୍ଧି ପାଇଥିବା ବେଳେ ସରକାରଙ୍କ ପାଇଁ ମଧ୍ୟ ମୁଣ୍ଡ ବ୍ୟଥାର କାରଣ ସାଜିଛି। ତେବେ ଚିହ୍ନଟ ହୋଇଥିବା ରୋଗୀଙ୍କୁ ଆଇସୋଲେଟ କରି ରଖାଯାଇଥିବା ବେଳେ ନଜର ରଖାଯାଇଥିବା ନେଇ ଇଣ୍ଡିଆନ୍ ସାର୍ସ କୋଭିଡ ଜେନୋମିକ୍ସ କନ୍ସୋର୍ଟିୟମ୍ ମୁଖ୍ୟ ଏନକେ ଆରୋରା ସୂଚନା ଦେଇଛନ୍ତି।

ଏହା ମଧ୍ୟ ପଢନ୍ତୁ: Vibrio Vulnificus: କୋରୋନା ପରେ ଏହି ସଂକ୍ରମଣକୁ ନେଇ ଚେତାବନୀ, ଗଲାଣି ଏକାଧିକ ଜୀବନ

JN.1କଣ: ରିସର୍ଚ୍ଚ ଫର ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନସନ୍‌(CDC)ର ତଥ୍ୟ ଅନୁସାରେ, ଏହା କୋରୋନାର ଏକ ସବ ଭାରିଆଣ୍ଟ ଅଟେ। ଏହା ଓମିକ୍ରନ BA.2.86ର ବଂଶଜ ଅଟେ। ଏହାକୁ ପିରୋଲା ମଧ୍ୟ କୁହାଯାଇଥାଏ। ବୈଜ୍ଞାନିକଙ୍କ କହିବା ଅନୁସାରେ JN.1 ଏବଂ BA.2.86 ମଧ୍ୟରେ କେବଳ ସ୍ପାଇକ ପ୍ରୋଟିନରେ ହିଁ ପରିବର୍ତ୍ତନ ରହିଛି। ସ୍ପାଇକ ପ୍ରୋଟିନକୁ ସ୍ପାଇକ ମଧ୍ୟ କୁହାଯାଇଥାଏ। ଏହି କାରଣରୁ ଭାଇରସ ସଂକ୍ରମଣ ଅଧିକ ହୋଇଥାଏ।

JN.1ର ଲକ୍ଷଣ: ସିଡିସିର ତଥ୍ୟ ମୁତାବକ କୋରୋନାର ସବ ଭାରିଆଣ୍ଟର କୌଣସି ଭିନ୍ନ ଲକ୍ଷଣ ଦେଖାଯାଇ ନାହିଁ। ତେଣୁ ଏହି ପରିସ୍ଥିତିରେ ଏହା କୋଭିଡ-19ଠାରୁ ଭିନ୍ନ କି ନୁହେଁ ତାହା ଜାଣିବା କଷ୍ଟକର ବୋଲି କୁହାଯାଇଛି। ଜ୍ୱର, କ୍ରମାଗତ କାଶ, ଶୀଘ୍ର କ୍ଳାନ୍ତ ଲାଗିବା, ନାକ ଅବରୋଧ ଲାଗିବା, ଝାଡା, ମୁଣ୍ଡବିନ୍ଧା ଭଳି ଲକ୍ଷଣ ଦେଖାଯାଇଥାଏ।

ଅନ୍ୟପଟେ ଏନେଇ ନ୍ୟାସନାଲ ଇଣ୍ଡିଆନ ମେଡିକାଲ ଆସୋସିଏସନ କୋଭିଡ ଟାସ୍କ ଫୋର୍ସର ସହ ଅଧ୍ୟକ୍ଷ ରାଜୀବ ଜୟଦେବନଙ୍କ କହିବା ଅନୁଯାୟୀ, "ସାତ ମାସର ବ୍ୟବଧାନ ପରେ ଭାରତରେ ମାମଲା ବୃଦ୍ଧି ପାଇବାରେ ଲାଗିଛି। କେବଳରେ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି। କିନ୍ତୁ ସ୍ଥିତି ଏତେ ମାତ୍ରାରେ ଗମ୍ଭୀର ନୁହେଁ। ବର୍ତ୍ତମାନ ଅନେକ ଦେଶରେ JN.1 ମାମଲା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସତର୍କ ରହିବା ଜରୁରୀ ଅଟେ। ଏହା ପୂର୍ବରୁ ସଂକ୍ରମିତ କରିଥିବା ଲୋକଙ୍କୁ ମଧ୍ୟ ସଂକ୍ରମିତ କରିପାରେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.