ETV Bharat / sukhibhava

Vibrio Vulnificus: କୋରୋନା ପରେ ଏହି ସଂକ୍ରମଣକୁ ନେଇ ଚେତାବନୀ, ଗଲାଣି ଏକାଧିକ ଜୀବନ

author img

By ETV Bharat Odisha Team

Published : Sep 7, 2023, 5:15 PM IST

କୋରୋନା ପରେ ଆଉ ଏକ ସଂକ୍ରମଣକୁ ନେଇ ଚେତାବନୀ। ଅନେକ ସଂକ୍ରମିତଙ୍କ ଗଲାଣି ଜୀବନ। ଅଧିକ ପଢନ୍ତୁ

Vibrio Vulnificus
Vibrio Vulnificus

ହାଇଦ୍ରାବାଦ: ଗତ ତିନିବର୍ଷ ଧରି କୋରୋନା ମହାମାରୀ ବିଶ୍ବବାସୀଙ୍କ ଚିନ୍ତାର କାରଣ ପାଲଟିଛି। ସଂକ୍ରମଣ ହାର କମିଥିଲେ ହେଁ ଲୋକମାନଙ୍କ ମନରେ ଆଜି ମଧ୍ୟ ଭୟ ରହିଛି । ଓମିକ୍ରନ୍ ଏରିସ୍ (EG.5.1) ଏବଂ ପିରୋଲା (BA.2.86) ପରି ଭାରିଆଣ୍ଟ୍‌ କାରଣରୁ ଗତ ଏକ ମାସ ମଧ୍ୟରେ ଅନେକ ଦେଶରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ଘଟିଛି । ତେବେ ଭାରିଆଣ୍ଟ୍‌ ଯୋଗୁଁ ଆକ୍ରାନ୍ତଙ୍କ ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଥିବା ନେଇ ଏକ ରିପୋର୍ଟରେ କୁହାଯାଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୋରୋନା ସଂକ୍ରମଣର ବିପଦ ବିଷୟରେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।

ଏହାରି ଭିତରେ ରିସର୍ଚ୍ଚ ଫର ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନସନ୍‌(CDC) ବୈଜ୍ଞାନିକମାନେ ଏକ ନୂତନ ରିପୋର୍ଟରେ ଏକ ନୂତନ ସଂକ୍ରମଣର ବୃଦ୍ଧି ବିଷୟରେ ସଚେତନ କରିଛନ୍ତି । ଆମେରିକାର ଅନେକ ଅଞ୍ଚଳରେ ଭିବ୍ରିଓ ଭଲ୍‌ନିଫିକସ୍ ନାମକ ବ୍ୟାକ୍ଟେରିଆ ଦ୍ବାରା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଚଳିତ ବର୍ଷ 13 ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସିଡିସି ବିଶେଷଜ୍ଞମାନେ କହିଛନ୍ତି । ଏହି ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ଲୋକ ଚେଷ୍ଟା ଜାରି ରଖିବା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Covid-19: କୋରୋନାର ନୂଆ ଭାରିଆଣ୍ଟ ନେଇ ସତର୍କ କରାଇଲା କେନ୍ଦ୍ର, ନଜର ରଖିବାକୁ ପରାମର୍ଶ

ଭିବ୍ରିଓ ଭଲ୍‌ନିଫିକସ୍ ସଂକ୍ରମଣ: ଏହି କ୍ଷେତ୍ରରେ ଭିବ୍ରିଓ ଭଲ୍‌ନିଫିକସ୍ ବ୍ୟାକ୍ଟେରିଆ ଦ୍ବାରା ବ୍ୟକ୍ତି ସଂକ୍ରମିତ ହୋଇଥାଆନ୍ତି । ଏହା କଞ୍ଚା କିମ୍ବା ଅଳ୍ପ ରନ୍ଧା ମାଂସ ଖାଇବା ଦ୍ବାରା ଚର୍ମରେ କ୍ଷତ ସୃଷ୍ଟି ହୋଇଥାଏ । ସଂକ୍ରମଣର ଲକ୍ଷଣ ଅତି ଶୀଘ୍ର ବିକଶିତ ହୁଏ ଏବଂ ଜ୍ୱର, ନିମ୍ନ ରକ୍ତଚାପ ସହିତ ଯନ୍ତ୍ରଣାଦାୟକ ଫୁଲା ହୋଇଥାଏ । ତେବେ ଏଭଳି ଲକ୍ଷଣ ଦେଖାଗଲେ ବିଳମ୍ବ ନକରି ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ତେବେ କେତେକ କ୍ଷେତ୍ରରେ ରୋଗୀଙ୍କୁ ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌(ICU)ର ଆବଶ୍ୟକ ପଡିପାରେ ବୋଲି କୁହାଯାଇଛି।

ଆମେରିକାର କିଛି ଅଞ୍ଚଳରେ ଏହି ସଂକ୍ରମଣ ବୃଦ୍ଧି ପାଉଥିବା ନେଇ ଆନ୍ତର୍ଜାତିକ ମିଡିଆ ରିପୋର୍ଟରେ ଖବର ପ୍ରକାଶିତ ହୋଇଛି। ଭିବ୍ରିଓ ଭଲ୍‌ନିଫିକସର ଅବଧି ବହୁତ କମ ସମୟ ବୋଲି କୁହାଯାଇଛି ଏବଂ ଚର୍ମ ଏବଂ ଟିସୁର ନେକ୍ରୋଟାଇଜିଂ ସଂକ୍ରମଣର କାରଣ ହୋଇପାରେ ବୋଲି ସିଡିସି ବିଶେଷଜ୍ଞମାନେ କହିଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି କୁହାଯାଇଛି। ସାମୁଦ୍ରିକ ବାତାବରଣ ଏବଂ ବର୍ଷାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଛି।

ସିରୋସିସ୍, କ୍ରନିକ୍ କିଡ୍‌ନୀ ରୋଗ, ମଧୁମେହ କିମ୍ବା ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ରହିଥିବା ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଏହି ସଂକ୍ରମଣ ଅଧିକ ହେବାର ସମ୍ଭାବନା ଅଧିକ ରହିଥାଏ । କେତେକ ଅନୁସନ୍ଧାନକାରୀ ଏହା ମଧ୍ୟ ଜାଣିବାକୁ ପାଇଛନ୍ତି ଯେ, ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କ କ୍ଷେତ୍ରରେ ଏହି ବ୍ଯାକ୍ଟେରିଆ ସହିତ ଜଡିତ ବିପଦ ଅଧିକ ।

ବର୍ତ୍ତିବାର ଉପାୟ: କଞ୍ଚା କିମ୍ବା ଅଳ୍ପ ରନ୍ଧା ମାଂସ, ବିଶେଷତଃ ସମୁଦ୍ର ମାଛ କମ ଖାଇବା ଆବଶ୍ୟକ । ଯଦି ଆପଣଙ୍କ ଚର୍ମରେ କୌଣସି କ୍ଷତ ଅଛି କିମ୍ବା ନିକଟରେ ଟାଟୁ କିମ୍ବା ଅସ୍ତ୍ରୋପଚାର ହୋଇଛି ତେବେ ସମୁଦ୍ର ଜଳ ଏବଂ ଲୁଣିଆ ଜଳଠାରୁ ଦୂରେଇ ରୁହନ୍ତୁ । ସମୁଦ୍ର ନିକଟରେ ରହୁଥିବା ଲୋକମାନେ ଏହି ସଂକ୍ରମଣ ହେବାର ଆଶଙ୍କା ଅଧିକ । ଏହିପରି ଲୋକଙ୍କୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.