ETV Bharat / sukhibhava

Summer Special: ଗରମକୁ ମାତ୍‌ ଦେବା ପାଇଁ ପିଅନ୍ତୁ କୋଲ୍ଡ ସୁପ୍‌

author img

By

Published : Jun 2, 2023, 5:40 PM IST

summer special cold soup
summer special cold soup

ଖରାଦିନେ ସୁପ୍‌ ପିଇବା ପାଇଁ ଇଚ୍ଛା ହେଉଛି କି ? ଗରମକୁ ମାତ ଦେବା ପାଇଁ ପିଅନ୍ତୁ କୋଲ୍ଡ ସୁପ୍‌ । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ସୁପ୍‌ ପିଇବା ପ୍ରାୟ ସମସ୍ତଙ୍କୁ ପସନ୍ଦ ଥାଏ । ହେଲେ ବର୍ତ୍ତମାନ ସାରା ଦେଶରେ 35 ଡିଗ୍ରୀ ଉପରେ ରହୁଛି ପାରା । ଗରମ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ଏହି ସମୟରେ ସୁପ୍‌ ପିଇବା ପାଇଁ ଇଚ୍ଛା ଥିଲେ ମଧ୍ୟ ଲୋକେ ଏଥିରୁ ମୁହଁ ବୁଲାଇ ଦେଇଥାଆନ୍ତି । ତେବେ ଆପଣ ଚାହିଁଲେ ଖରାଦିନେ ମଧ୍ୟ ସୁପ୍‌ ପିଇ ପାରିବେ । ଖରାଦିନେ ଆପଣ କୋଲ୍ଡ ସୁପ୍‌ ପିଇ ଖରାକୁ ମାତ୍‌ ଦେଇପାରିବେ । ଏହାକୁ ପ୍ରସ୍ତୁତି କରିବା ପାଇଁ ଅଧିକ ସମୟ ଲାଗେ ନାହିଁ । ଯଦି ଆପଣ କୋଲ୍ଡ ସୁପ୍‌ ପ୍ରସ୍ତୁତ କରିବା ପାଇଁ ଚାହୁଁଛନ୍ତି, ତାହେଲେ ପଢନ୍ତୁ ପୁରା ଖବର...

ଏହା ମଧ୍ୟ ପଢନ୍ତୁ: Summer Special: ତାତିରୁ ଶରୀରରୁ ମିଳିବ ଆରାମ, ଖରାଦିନେ ଖାଆନ୍ତୁ ଏସବୁ ଫଳରୁ ତିଆରି ଗୋଲା

1. ଟମାଟୋ ସୁପ(SMOKY SALMOREJO): ସ୍ମୋକି ସ୍ଲାମୋରେଜୋ ଟମାଟୋରେ ତିଆରି ହୋଇଥାଏ। ଟମାଟୋ, ଧଳା ବ୍ରେଡ, ରସୁଣ ଚପ, ଭିନେଗାର, ଅଲିଭ୍ ତେଲ, ଲୁଣ, ପତଳା କଟା ସବୁଜ ଅଙ୍ଗୁର, କଟା ଭଜା ବାଦାମରେ ଏହା ତିଆରି ହୋଇଥାଏ।

ପ୍ରସ୍ତୁତି ପ୍ରଣାଳୀ: ଟମାଟୋର ଦୁଇ ପାଶ୍ବକୁ କାଟି ପ୍ରଥମେ ଏହାର ଚୋପା ବାହାର କରନ୍ତୁ । ଏହାପରେ ଏଥିରେ ଟମାଟେ ଏବଂ ବ୍ରେଡ୍‌କୁ ମିଶାଇ ଗ୍ରାଇଣ୍ଡିଂ କରନ୍ତୁ । ଏହାପରେ ରସୁଣ, ଅଲିଭ ତେଲ ଦେଇ ଛୁଙ୍କ ଦିଅନ୍ତୁ । ଏହାପରେ ପେଷ୍ଟକୁ ଛାଣି ଦେଇ ଲୁଣ ମିଶାନ୍ତୁ । ଏହାପରେ ଘୋଡାଇ ଫ୍ରିଜ୍‌ରେ ଥଣ୍ଡା ହେବା ପାଇଁ କିଛି ସମୟ ରଖି ଦିଅନ୍ତୁ । ଅଙ୍ଗୁର, ବାଦାମ ପାଇଁ ଥଣ୍ଡା ଥଣ୍ଡା ଖାଆନ୍ତୁ ସ୍ମୋକି ସ୍ଲାମୋରେଜୋ ।

WATERMELON SOUP
WATERMELON SOUP

ତରଭୁଜ ସୁପ: ଏହି ସୁପ୍ ତିଆରି କରିବା ପାଇଁ ତରଭୁଜ, ଧନିଆ ପତ୍ର, ଅଦା ରସୁଣ ପେଷ୍ଟ ଏବଂ କୁଟା ହୋଇଥିବା ସୁଖିଲା ଲଙ୍କା ଆବଶ୍ୟକ ହୋଇଥାଏ ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କିଛି ତରଭୁଜକୁ ନେଇ ଗ୍ରାଇଣ୍ଡିଂ କରିଦିଅନ୍ତୁ । ଏହାପରେ କିଛି ପୁଦିନା ପତ୍ରକୁ ମିଶାଇ । ଏହାପରେ ପାତ୍ରକୁ କାଢ଼ି ଏଥିରେ ଏକ ଚାମକ ଅଦାରସୁଣ ପେଷ୍ଟ, ଲୁଣ, ଲଙ୍କାଗୁଣ୍ଡ ମିଶାନ୍ତୁ । ଏହାପରେ ଥଣ୍ଡା ହେବା ପାଇଁ ଫ୍ରିଜରେ ରଖିଦିଅନ୍ତୁ । ଏହାପରେ ପାତ୍ରକୁ କାଢି ପୁଦିନା ପତ୍ର ପକାଇ ଖାଆନ୍ତୁ ତରଭୁଜ ସୁପ୍‌ ।

CHICKPEA SESAME SOUP
CHICKPEA SESAME SOUP

ଚିକପିଆ ସେସ୍‌ମା ସୁପ୍‌(CHICKPEA SESAME SOUP): ଏହା କାବୁଲି ବୁଟରେ ତିଆରି ହୋଇଥାଏ । କାବୁଲି ବୁଟ ସହ ସେସମା ମଞ୍ଜି, ରସୁଣ ପେଷ୍ଟ, ଜିରା, ଲେମ୍ବୁରସ, ଅଲିଭ ତେଲ ଏବଂ ଲୁଣ ଆବଶ୍ୟକ ହୋଇଥାଏ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କାବୁଲି ବୁଟକୁ ବତୁରେଇ ଏହାର ପେଷ୍ଟ ତିଆରି କରନ୍ତୁ। ଏହାପରେ ଗୋଟିଏ ରସୁଣ ଏବଂ ସେସ୍‌ମା ମଞ୍ଜି ମଞ୍ଜି ମିଶାଇ ପୁଣି ଭଲରେ ଗ୍ରାଇଣ୍ଡ କରନ୍ତୁ। ଏହାପରେ ବାହାରକୁ କାଢି ଭଜା ଜିରା, ଲେମ୍ବୁରସ, ଅଲିଭ ତେଲ, ଲୁଣ ଏବଂ ଗୋଲମିରଚ ଗୁଣ୍ଡ ମିଶାନ୍ତୁ। ଏହାପରେ ପୁଣି ଭଲ ଭାବେ ସବୁକୁ ପେଷ୍ଟ କରି ଦିଅନ୍ତୁ । ଏହାପରେ ଆବଶ୍ୟକ ଅନୁସାରେ ଥଣ୍ଡାପାଣି ମିଶାଇ ପିଅନ୍ତୁ ।

ବିଟରୁଟ ସୁପ୍‌: ଏହି ସୁପ୍‌ ପାଇଁ ସିଝା ବୁଟ, ଦହି, ଜିରା, ଧଣିଆ ପତ୍ର, ଲୁଣ, ପୁଦିନା, ଗୋଲମରିଚ ଗୁଣ୍ଡ । ପ୍ରଥମେ ବିଟ୍‌କୁ ସିଝାଇ ଗ୍ରାଇଣ୍ଡ କରିଦିଅନ୍ତୁ । ଏହାପରେ ଏକ କପ୍‌ ଦହି ମିଶାନ୍ତୁ । ଏହାସହ ଏକ ଚାମଚ ଜିରା, ଧନିଆ ପତ୍ର, ଲୁଣ ପକାଇ ପେଷ୍ଟ୍‌ ତିଆରି କରନ୍ତୁ । ଏହାପରେ ଆବଶ୍ୟକ ଅନୁସାରେ ଥଣ୍ଡା ପାଣି ମିଶାନ୍ତୁ ।

AVOCADO SPINACH SOUP
AVOCADO SPINACH SOUP

ଆଭୋକାଡୋ ପାଳଙ୍ଗ ସୁପ (AVOCADO SPINACH SOUP): ପ୍ରଥମେ ପାଳଙ୍ଗ ଶାଗକୁ ଭଲ ଭାବେ ଧୋଇ ଏକ ମିଶ୍ରଣ ତିଆରି କରନ୍ତୁ । ଏହାପରେ ଏକ ଆଭୋକାଡୋ, ଗୋଟିଏ ରସୁଣ, ବେସିଲ ପତ୍ର, ଗୋଟିଏ କପ୍‌ ଦହି, 2 ଚାମଚ ଲେମ୍ବୁ ରସ, ଗୋଟିଏ ଚାମକ ଲଙ୍କାଗୁଣ୍ଡ ମିଶାଇ ଗ୍ରାଇଣ୍ଡ କରି ପିଅନ୍ତୁ ଆଭୋକାଡୋ ପାଳଙ୍ଗ ସୁପ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.