Summer Special: ତାତିରୁ ଶରୀରରୁ ମିଳିବ ଆରାମ, ଖରାଦିନେ ଖାଆନ୍ତୁ ଏସବୁ ଫଳରୁ ତିଆରି ଗୋଲା

author img

By

Published : May 21, 2023, 12:45 PM IST

Summer special

ଗ୍ରୀଷ୍ମଋତୁରେ ଶରୀରରେ ଜଳୀୟ ଅଂଶର ଅଭାବ ଏକ ମୁଖ୍ୟ ସମସ୍ୟା । ଏଥିରୁ ରକ୍ଷା ପାଇବା ପାଇଁ ଆପଣ ଯଦି ଆଇସ ଗୋଲା ଖାଇବା ପାଇଁ ପସନ୍ଦ କରୁଛନ୍ତି, ତାହାଲେ ଏହି ଫଳରୁ ତିଆରି କରି ପପସିକଲ ଖାଆନ୍ତୁ ।

ହାଇଦ୍ରାବାଦ: ଜାରି ରହିଛି ଗ୍ରୀଷ୍ମପ୍ରବାହ । ଗରମ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ଏଭଳି ପରିସ୍ଥିତିରେ ଶରୀରରୁ ଜଳୀୟଅଂଶର ମାତ୍ରା କମ ହେଇଯାଉଥିବା ବେଳେ ଅଂଶୁଘାତ ହେବାର ମଧ୍ୟ ଅଧିକ ସମ୍ଭାବନା ରହିଛି । ଏହି ସମୟରେ ଛୋଟ ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ଆଇସକ୍ରିମଠୁ ଆରମ୍ଭ କରି ଆଇସଗୋଲା ଖାଇବା ପାଇଁ ପସନ୍ଦ କରିଥାନ୍ତି । ତେବେ ଆପଣ ଚାହିଁଲେ ଏହାକୁ ଘରେ ମଧ୍ୟ ତିଆରି କରିପାରିବେ । ବିଭିନ୍ନ ଫ୍ଲେବରର ଆଇସଗୋଲାରେ ଭିନ୍ନ ଭିନ୍ନ ପ୍ରକାରର ଭିଟାମିନ ଏବଂ ମିନେରାଲ୍ସ ରହିଥାଏ । ଯଦି ଆପଣଙ୍କୁ ଏହି ଋତୁରେ ଆଇସ ଗୋଲା ଖାଇବା ପାଇଁ ଇଚ୍ଛା ହେଉଛି ତାହାରେ ଫଳ ରସରେ ତିଆରି ଗୋଲା ଖାଆନ୍ତୁ ।

Mango Popsicle
Mango Popsicle

ଆମ୍ବ ପପସିକଲ: ଆମ୍ବ ସାଧାରଣତଃ ଗ୍ରୀଷ୍ମ ଦିନରେ ସାରା ଭାରତ ବର୍ଷରେ ଉପଲବ୍ଧ ଥାଏ । ଏହା ଅଧିକ ମିଠା ଏବଂ ସ୍ବାଦିଷ୍ଟ ହୋଇଥିବାରୁ ଏହାକୁ ଛୋଟଛୁଆ ମଧ୍ୟ ପସନ୍ଦ କରିଥାନ୍ତି । ତେବେ ଆପଣ ଚାହିଁଲେ ଏହାକୁ ଘରେ ତିଆରି କରି ମଧ୍ୟ ଛୋଟ ପିଲାଙ୍କୁ ଖାଇବାକୁ ଦେଇପାରିବେ । ଗ୍ରୀଷ୍ମ ଦିନରେ ଫ୍ରେସ ଆମ୍ବରୁ ଗୋଲା ତିଆରି କରି ଥାଆନ୍ତୁ । ଏହା କିଛି ମାତ୍ରାରେ ଆପଣଙ୍କ ଶରୀରକୁ ଉତ୍ତାପରୁ ରକ୍ଷା କରିବ ।

Watermelon Popsicle
Watermelon Popsicle

ତରଭୁଜ ପପସିକଲ: ଆପଣ ତରଭୁଜ ପପସିକଲ ଖାଇ ଉତ୍ତାପରୁ ମୁକ୍ତି ପାଇପାରିବେ । ଏଥରେ 92 ପ୍ରତିଶତ ଜଳ ରହିଥିବାରୁ ଏହା ଶରୀରକୁ ହାଇଡ୍ରେଟ ରଖିବାରେ ସାହାଯ୍ୟ କରିଥାଏ । ତେଣୁ ଆପଣଙ୍କୁ ଗୋଲା ଚା ଚୁସକି ଖାଇବା ପାଇଁ ଇଚ୍ଛା ଥିଲେ ତରଭୁଜରେ ତିଆରି ପପସିକଲ ଖାଆନ୍ତୁ ।

Strawberry Popsicle
Strawberry Popsicle

ଷ୍ଟ୍ରବେରୀ ପପସିକଲ: ଛୋଟ ଛୁଆଙ୍କ ପାଇଁ ଷ୍ଟ୍ରବେରୀ ଠାରୁ ଅଧିକ କିଛି ଭଲ ପପସିକଲ ନଥାଇପାରେ ବୋଲି କହିଲେ ଚଳେ । ଆପଣ ରଙ୍ଗ ଷ୍ଟ୍ରବେରୀରେ ପପସିକଲ ତିଆରି କରି ଛୋଟ ଛୁଆଙ୍କୁ ଖାଇବା ପାଇଁ ଦିଅନ୍ତୁ । ଭିଟାମିନ ସି, ମାଙ୍ଗାନିଜ, ଫୋଲେଟ, ପୋଟାସିୟମ, ଭିଟାମିନ ବି ଏବଂ ଫ୍ଲାଭୋନଏଡର ମାତ୍ରା ଅଧିକ ଥିବାରୁ ଏହା ଶରୀରରକୁ ଶୀତଳତା ପ୍ରଦାନ କରିବାରେ ସାହାଯ୍ୟ କରିଥାଏ । ଏହାସହ କୋଲେଷ୍ଟ୍ରଲ କମାଇବାରେ ମଧ୍ୟ ସାହାଯ୍ୟ କରେ ।

Lemon and Kiwi Popsicle
Lemon and Kiwi Popsicle

ଲେମନ ପପସିକଲ: ଖରାରୁ ଆସିଲେ କିମ୍ବା ବାହାରକୁ ଯିବା ସମୟରେ ଲେମ୍ବୁ ପାଣି ପିଇବାର ଆବଳଶ୍ୟକତା ରହିଛି । ପାଣି, ଲେମ୍ବୁ ରସ, ଚିନି ଏବଂ କିଓ୍ବି ମିଶାଇ ଏକ ରସ ପ୍ରସ୍ତୁତ କରନ୍ତୁ । ଯାହାକି ଆପଣଙ୍କ ଶରୀରରୁ ଉତ୍ତାପ କମାଇବାରେ ସାହାଯ୍ୟ କରିବ । ଆପଣ ଚାହିଁଲେ ଏହି ରସକୁ ବ୍ୟବହାର କରି ଏହାର ପପସିକଲ ମଧ୍ୟ ଘରେ ତିଆରି କରିପାରିବେ ।

Orange Popsicle
Orange Popsicle

କମଳା ପପସିକଲ: ଅନେକ ଲୋକ କମଳା ପପସିକଲ ଖାଇବା ପାଇଁ ବ୍ୟବହାର କରିଥାନ୍ତି । ଏହାକୁ କିଛି ଲୋକ ମିଠାରେ ମଧ୍ୟ ବ୍ୟବହାର କରିଥାନ୍ତି । ଏହା ସାଧାରଣତଃ ଖରାଦିନ, ଜନ୍ମଦିନ ଏବଂ ଛୋଟ ଛୁଆଙ୍କ ପାଇଁ ପ୍ରସ୍ତୁତ କରାଯାଇଥାଏ । ଶରୀରକୁ ହାଇଡ୍ରେଟ୍ ଏବଂ ଶକ୍ତି ପ୍ରଦାନ କରିଥାଏ । କମଳା କୋଲେଷ୍ଟ୍ରଲ ନିୟନ୍ତ୍ରଣ, ହୃତପିଣ୍ଡର କାର୍ଯ୍ୟରେ ଉନ୍ନତି ଆଣିବା ସହଚର୍ମର ସ୍ବାସ୍ଥ୍ୟକୁ ବଜାୟ ରଖିବାରେ ସାହାଯ୍ୟ କରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.