ETV Bharat / sukhibhava

Kids Health Tips: ଏହି ଲକ୍ଷଣ ଦେଖି ଛୁଆଙ୍କ କ୍ଷେତ୍ରରେ ଚିହ୍ନନ୍ତୁ କୋଷ୍ଠକାଠିନ୍ୟ

author img

By ETV Bharat Odisha Team

Published : Sep 13, 2023, 4:01 PM IST

child constipation
child constipation

ଆଜିର ସମୟରେ ଛୋଟଛୁଆମାନେ ଜଙ୍କଫୁଡ ଆଡକୁ ଆକୃଷ୍ଟ ହେଉଛନ୍ତି। ଫଳରେ ନାନା ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି। ତେବେ ଜାଣନ୍ତୁ ଛୁଆଙ୍କ କ୍ଷେତ୍ରରେ କୋଷ୍ଠକାଠିନ୍ୟ ସମସ୍ୟା କଣ

ହାଇଦ୍ରାବାଦ: ଫାଷ୍ଟଫୁଡ୍ ଖାଦ୍ୟର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି। ପାଶ୍ଚାତ୍ୟ ଖାଦ୍ୟର ଆଦୃତ୍ତି ଯୋଗୁଁ ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଫଳରେ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଯାଉଛି। କୋଷ୍ଠାକାଠିନ୍ୟ ଯେକୌଣସି ବୟସରେ ମଧ୍ୟ ହୋଇଥାଏ। ତେବେ ବାହାର ଖାଦ୍ୟ ଖାଇବା ଦ୍ବାରା ପେଟ ସଠିକ ଭାବେ ସଫା ହୋଇନଥାଏ। ପେଟ ଫୁଲିବା ସହିତ କୋଷ୍ଠକାଠିନ୍ୟ ସମସ୍ଯା ଦେଖାଯାଇଥାଏ। ପେଟ କିମ୍ବା ଯକୃତ ସମସ୍ୟା, କମ୍ ପାଣି ପିଇବା, ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା, ଭଜା ଖାଦ୍ୟ କିମ୍ବା ମଇଦା କିମ୍ବା ଜଙ୍କ ଫୁଡ୍ ଖାଇବା ପେଟରେ ଶୀଘ୍ର ହଜମ ହୁଏ ନାହିଁ। ଏପରି ପରିସ୍ଥିତିରେ ବର୍ଯ୍ୟବସ୍ତୁ ବାହାରକୁ ଆସିପାରେ ନାହିଁ। ପିଲାଦିନରୁ ଅନେକ ପିଲାଙ୍କର ହଜମ ଶକ୍ତି ଦୁର୍ବଳ, ଏହି କାରଣରୁ ମଧ୍ୟ ଏହି ସମସ୍ୟା ଦେଖାଦେଇଥାଏ। ଏହା ବ୍ୟତୀତ, ଅନ୍ୟାନ୍ୟ ଅନେକ କାରଣ ମଧ୍ୟ ଏଥିରେ ଜଡିତ ହୋଇପାରେ। ଆଜିକାଲି ପିଲାମାନଙ୍କର ଅନେକ ଅଧ୍ୟୟନ ଚାପ ରହିଥାଏ। ଏପରି ପରିସ୍ଥିତିରେ ଛୁଆମାନେ ବାହାରେ ଖେଳିବା ଏବଂ ବ୍ୟାୟାମ କରିବା ପାଇଁ ସମୟ ପାଆନ୍ତି ନାହିଁ । ଫଳରେ ଅନେକଙ୍କ ଠାରେ କୋଷ୍ଠକାଠିନ୍ୟ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ଛୋଟ ଛୁଆଙ୍କ କ୍ଷେତ୍ରରେ ଲକ୍ଷଣକୁ ଚିହ୍ନି ଉପଚାର କରାଯିବା ଉଚିତ ବୋଲି କୁହାଯାଇଛି।

ଲକ୍ଷଣ ଦେଖି ଟିହ୍ନନ୍ତୁ ରୋଗ: ଏଥିରେ ପେଟରେ ଯନ୍ତ୍ରଣା ହୁଏ ଏବଂ ପେଟ ଫୁଲି ଯାଇଥାଏ। ଫଳରେ ମଳ ପାସ ହୋଇପାରେ ନାହିଁ। ଅର୍ଥାତ ମୁଣ୍ଡବିନ୍ଧା, ପେଟଫୁଲା, ଗୋଡ଼ରେ ଯନ୍ତ୍ରଣା ଏବଂ ଗ୍ୟାସରେ ଯନ୍ତ୍ରଣା କିମ୍ବା ପେଟରେ ଅମ୍ଳତା ଭଳି ସମସ୍ୟା ଦେଖାଯାଇଥାଏ।

ବର୍ତ୍ତିବାର ଉପାୟ: ତେବେ ଛୁଆମାନଙ୍କ କ୍ଷେତ୍ରରେ କୋଷ୍ଠକାଠିନ୍ୟ ସମସ୍ୟା ଦେଖାଗଲେ ଉଷୁମ ପାଣିରେ କଦଳୀ ମିଶାଇ ପିଇବା ଉଚିତ। ଏହା ବ୍ୟତୀତ ଯଦି କଦଳୀ କିମ୍ବା ମହୁ କ୍ଷୀରରେ ମିଶ୍ରିତ ହୋଇ ପିଲାଙ୍କୁ ଦିଆଯାଏ, ତେବେ ତାଙ୍କ ପେଟ ସଫା ରହିବ ସହିତ ମଳଜନିତ ସମସ୍ୟା ମଧ୍ୟ ରହିବ ନାହିଁ। ପିଲାମାନଙ୍କୁ ସକାଳ କିମ୍ବା ମଧ୍ୟାହ୍ନ ଭୋଜନରେ ସାଲାଡ କିମ୍ବା ଫଳ ଖାଇବା ପାଇଁ ଦିଅନ୍ତୁ।

ଏହା ମଧ୍ୟ ପଢନ୍ତୁ: ଏହି ସବୁ କାରଣରୁ ହୋଇଥାଏ କୋଷ୍ଠକାଠିନ୍ୟ, ଜାଣନ୍ତୁ କେମିତି କରିବେ ଦୂର

ଖାଦ୍ୟ ସାମଗ୍ରୀ ଯେପରିକି ଓଟସ୍, ମିଲେଟ୍ ରୋଟିସ୍, ସୁପ୍, ଭୁସି ଇତ୍ୟାଦିରେ ପ୍ରଚୁର ପରିମାଣରେ ଫାଇବର ଥାଏ। ତେଣୁ ଏହାକୁ ଶିଶୁର ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ ବୋଲି କୁହାଯାଇଛି। ପ୍ରତିଦିନ ସକାଳେ ବାଦାମ କ୍ଷୀର ମଧ୍ୟ ଛୁଆଙ୍କୁ ଦେଇପାରିବେ। ଏହା ଦ୍ବାରା କୋଷ୍ଠକାଠିନ୍ୟରୁ ମୁକ୍ତି ମିଳିପାରିବ। ତେବେ ରାତିରେ ତ୍ରିଫଳା ଖାଇବା ଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇପାରିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।

ସ୍ବାସ୍ଥ୍ୟ ଟିପ୍ସ: ବ୍ୟାୟାମ କରିବା ଦ୍ବାରା ହଜମ ଶକ୍ତି ବୃଦ୍ଧି ପାଇବା ସହିତ ପେଟ ସଫା ରହିଥାଏ। ପ୍ରତିଦିନ ଗୋଟିଏ ଶିଶୁକୁ 30 ମିନିଟ ଶାରୀରିକ କାର୍ଯ୍ୟକଳାପ କରିବା ଆବଶ୍ୟକ। ଚାଲିବା, ଖେଳିବା, ଯୋଗ, ବ୍ୟାୟାମ, ନୃତ୍ୟ କିମ୍ବା ଏରୋବିକ୍ସ ଇତ୍ୟାଦି କରିପାରିବେ।

ପିଲାକୁ ଦୁଗ୍ଧ କିମ୍ବା ଦୁଗ୍ଧଜାତ ଦ୍ରବ୍ୟଠାରୁ ଦୂରରେ ରଖନ୍ତୁ। ମଇଦା, ତେଲ, ପିଜା, ବରଗର ଭଲି ଜଙ୍କଫୁଡ ଅନ୍ତନଳୀରେ ରହିଯାଇଥାଏ। ତେଣୁ ଏହି ସବୁ ଖାଦ୍ୟ ଠାରୁ ଶିଶୁକୁ ଦୂରେଇ ରଖନ୍ତୁ।

ପିଲାମାନଙ୍କୁ ଖାଦ୍ୟରେ ଅଧିକ ଚର୍ବି ଦିଅନ୍ତୁ ନାହିଁ, କେବଳ ଭିଟାମିନ ଯୁକ୍ତ ଖାଦ୍ୟ ଦିଅନ୍ତୁ।

ତେବେ ଏହି ସମସ୍ୟା ଦୀର୍ଘଦିନ ଲାଗି ରହିଲେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.