ETV Bharat / sukhibhava

ଏହି ସବୁ କାରଣରୁ ହୋଇଥାଏ କୋଷ୍ଠକାଠିନ୍ୟ, ଜାଣନ୍ତୁ କେମିତି କରିବେ ଦୂର

author img

By

Published : May 6, 2023, 11:14 AM IST

causes of constipation
causes of constipation

ଜୀବନଶୈଳୀ ପରିବର୍ତ୍ତନ କାରଣରୁ ଅନେକ ରୋଗ ସମସ୍ୟା ସାଧାରଣ ହୋଇଗଲାଣି, ଯାହା ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଦେଖାଯାଉଛି । ଏଥିମଧ୍ୟରୁ କୋଷ୍ଠକାଠିନ୍ୟ ଅନ୍ୟତମ । ବାସ୍ତବରେ ଏହା କାହିଁକି ହୋଇଥାଏ ଏବଂ କିପରି ଘରୋଇ ଚିକିତ୍ସା କରିବେ ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

ହାଇଦ୍ରାବାଦ: ପାଶ୍ଚାତ୍ୟ ଖାଦ୍ୟରେ ଆଦୃତି ମାନବର ସାମୂହିକ ସ୍ବାସ୍ଥ୍ୟକୁ ବିଗାଡି ଦେଇଛି । ପ୍ରୋସେସ୍ଡ ଫୁଡ୍‌ଠୁ ଆରମ୍ଭ କରି ଫାଷ୍ଟ ଫୁଡ୍ ଖାଦ୍ୟର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । ଏହି କାରଣରୁ କେବଳ ଯେ ପେଟ ସମସ୍ୟା ହେଉଛି ତାହା ନୁହେଁ, ଏସବୁ ଖାଦ୍ୟ ନାନା ଜଟିଳ ରୋଗ ମଧ୍ୟ ସୃଷ୍ଟି କରୁଛନ୍ତି । ଏହି କାରଣରୁ ଅମ୍ଳତା, ପେଟ ଫୁଲା, ଅନ୍ତନଳୀ କାମରେ ବ୍ୟାହତ ସହ କୋଷ୍ଠକାଠିନ୍ୟ ମଧ୍ୟ ହେଉଛି । ତେବେ ଆଜିର ଆର୍ଟିକିଲରେ ଜାଣନ୍ତୁ ଘରୋଇ ଉପଚାର ମାଧ୍ୟମରେ କିପରି କୋଷ୍ଠକାଠିନ୍ୟକୁ ଦୂର କରିବେ...

କୋଷ୍ଠକାଠିନ୍ୟକୁ କିପରି ଦୂର କରିବେ ଜାଣିବା ପୂର୍ବରୁ ପ୍ରଥମେ ଜାଣନ୍ତୁ ଏହି ସମସ୍ୟା କଣ । କାହିଁକି ହୋଇଥାଏ...

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, କୋଷ୍ଠକାଠିନ୍ୟ ହେଲେ କଠିନ ମଳତ୍ୟାଗ ହୋଇଥାଏ । ଅଧିକାଂଶ ସମୟରେ ମଳ ଶୁଖିଲା ଓ କଠିନ ଥାଏ । ଏହା ଜଟିଳ ହେଲେ ଅର୍ଶ ଓ ମଳାଶୟ ଫିସର୍ ହୋଇଥାଏ । ଫଳରେ ଡାକ୍ତରଙ୍କ ଚିକିତ୍ସା ଆବଶ୍ୟକ ପଡେ । କୋଷ୍ଠକାଠିନ୍ୟର ଅନେକ କାରଣ ଅଛି । ସାଧାରଣ କାରଣ ମଧ୍ୟରେ କୋଲୋନ ମଧ୍ୟରେ ମଳର ଧୀର ସଞ୍ଚାଳନ, ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ, ସିଲିଆକ ଡିଜିଜ, ପେଲଭିକ ଫ୍ଲୋର ବେମାରୀଗଣ ଓ ନନ୍ ସିଲିଆକ ଗ୍ଲୁଟେନ ସେନ୍‌ସିଟିଭିଟି ଅନ୍ତର୍ଭୁକ୍ତ । କେତେକ ଔଷଧର ପାର୍ଶ୍ବ ପ୍ରତିକ୍ରିୟା ସ୍ବରୂପ ମଧ୍ୟ କୋଷ୍ଠକାଠିନ୍ୟ ହୋଇଥାଏ ।

ୱଲନଟ୍ସ:- ଏହି ଡ୍ରାଏ ଫ୍ରୁଟ୍ସରେ ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି । ୱଲନଟ୍ସ ଖାଇବା ଦ୍ୱାରା ସ୍ବାସ୍ଥ୍ୟକୁ ବେଶ୍ ଉପାଦେୟତା ମିଳିଥାଏ । ୱଲନଟ୍ସରେ ଅନେକ ଫାଇବର ରହିଥାଏ, ଏହି କାରଣରୁ ହଜମ ପ୍ରକ୍ରିୟା ସୁସ୍ଥ ରହିଥାଏ । ଏହା ସହିତ, ଭିଜା ଯାଇଥିବା ୱଲନଟ୍ସ ମଧ୍ୟ ସହଜରେ ହଜମ ହୋଇଥାଏ । ଏହାକୁ ନିୟମିତ ସେବନ କରିବା ଫଳରେ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦୂର ହୋଇଯାଇଥାଏ ।

ଏହା ମଧ୍ୟ ପଢନ୍ତୁ:- ଚିକିତ୍ସା ଇତିହାସରେ ପ୍ରଥମ: ଗର୍ଭରେ ଥିବା ଶିଶୁ ମସ୍ତିଷ୍କରେ ବିରଳ ଅସ୍ତ୍ରୋପଚାର

ସବୁଜ ପନିପରିବା:- ପାଳଙ୍ଗ, ବ୍ରୋକୋଲି ଏବଂ ଅନ୍ୟାନ୍ୟ ସବୁଜ ପନିପରିବା ସ୍ବାସ୍ଥ୍ୟ ପାଇଁ ଉପକାରୀ । ଏହି ପନିପରିବାରେ ମଧ୍ୟ ଫାଇବର ଭରପୂର ଥାଏ । ଏଥିସହ ଏହି ସବୁ ପନିପରିବାରେ ଭିଟାମିନ୍ ଏବଂ ମିନେରାଲ୍ସ ମଧ୍ୟ ଥାଏ । ଅନ୍ତନଳୀକୁ ସୁସ୍ଥ ରଖିବାରେ ଏହି ପନିପନିବା ବିଶେଷ ଲାଭଦାୟକ । କୋଷ୍ଠକାଠିନ୍ୟକୁ ମଧ୍ୟ ଦୂର କରିବାରେ ସହାୟକ ହୋଇଥାନ୍ତି ସବୁଜ ପନିପରିବା ।

ଚିଆ ସିଡ୍ସ:- ଚିଆ ସିଡ୍ସରେ ସ୍ବାସ୍ଥ୍ୟ ଉପାଦେୟତା ଗୁଣ ଭରି ରହିଛି । ଏଥିରେ ପ୍ରଚୁର ପରିମାଣରେ ଫାଇବର ଥାଏ । କୋଷ୍ଠକାଠିନ୍ୟରୁ ମୁକ୍ତି ପାଇଁ ବେଶ୍ ଉପକାରୀ । ଅନେକ ଉପାୟରେ ଖାଦ୍ୟରେ ଚିଆ ସିଡ୍ସ ଅନ୍ତର୍ଭୁକ୍ତ କରିପାରିବେ । ଜୁସ୍ ଏବଂ ସାଲାଡରେ ଚିଆ ସିଡ୍ସ ମଧ୍ୟ ବ୍ୟବହାର କରିପାରିବେ ।

ଶୁଖିଲା ପ୍ଲମ୍:- ଶୁଖିଲା ପ୍ଲମ୍‌ରେ ଉଭୟ ଦ୍ରବୀଭୂତ ଏବଂ ଅମଳକ୍ଷମ ଫାଇବର ଥାଏ । କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିବା ପାଇଁ ଏହା ସର୍ବୋତ୍ତମ ଉପାୟ । ଏଥିରେ ସୋର୍ବିଟୋଲ ଏବଂ ଫେନୋଲିକ୍ ପୋଷକ ତତ୍ତ୍ୱ ଥାଏ । କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦେବା ପାଇଁ ସେମାନେ କାର୍ଯ୍ୟ କରିଥାନ୍ତି ।

ଅଞ୍ଜିର:- ଅଞ୍ଜିର ଫାଇବରରେ ଭରପୂର । ଏଥିରେ ଫିସିନ୍ ନାମକ ଏକ ଏନଜାଇମ୍ ମଧ୍ୟ ଥାଏ । କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଖାଦ୍ୟରେ ଅଞ୍ଜିର ମଧ୍ୟ ଅନ୍ତର୍ଭୁକ୍ତ କରିପାରିବେ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.