ETV Bharat / sukhibhava

ଆସ୍ଥମା ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଜଟିଳ କରୁଛି କ୍ୟାଣ୍ଡେଲ ଧୂଆଁ, ରିସର୍ଚ୍ଚରେ ଖୁଲାସା

author img

By ETV Bharat Odisha Team

Published : Sep 5, 2023, 3:28 PM IST

Asthma sufferers are having trouble with candle
Asthma sufferers are having trouble with candle

ସ୍ବାସ୍ଥ୍ୟ ଉପରେ କ୍ୟାଣ୍ଡେଲ ଧୂଆଁର ପ୍ରଭାବକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। କ୍ୟାଣ୍ଡେଲ ଧୂଆଁ ଆସ୍ଥମା ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥାକୁ ଜଟିଳ କରୁଥିବା ନେଇ କୁହାଯାଇଛି। ଅଧିକ ପଢନ୍ତୁ

ହାଇଦ୍ରାବାଦ: ସମୟ ସହ ବଦଳିଛି ଲୋକଙ୍କ ଅଭ୍ୟାସ । ବର୍ତ୍ତମାନ ସମୟରେ ମହମବତୀରେ ଘର ସାଜସଜ୍ଜା ଦୈନନ୍ଦିନ ଜୀବନର ଏକ ଅଂଶ ହୋଇଯାଇଛି। ଘରେ ସୁଗନ୍ଧିତ କ୍ୟାଣ୍ଡେଲ ଲଗାଇବା ଦ୍ବାରା ମନ ମଧ୍ୟ ଭଲ ରହିଥାଏ। ଏହାର ସୁଗନ୍ଧ ଏବଂ ଆଲୋକ ମନକୁ ଶାନ୍ତି ପ୍ରଦାନ କରିଥାଏ। ତେବେ ଏନେଇ ଏକ ଅଧ୍ୟୟନରେ ଖୁଲାସା କରାଯାଇଛି। ଆସ୍ଥମା ରୋଗୀଙ୍କ ପାଇଁ ଏହା ଅଧିକ ସ୍ବାସ୍ଥ୍ୟ ସମସ୍ୟା କରାଇପାରେ ବୋଲି ଏକ ରିପୋର୍ଟରେ ଜଣାପଡିଛି।

ଅଧ୍ୟୟନରେ କୁହାଯାଇଛି ଯେ ସାମାନ୍ୟ ଆସ୍ଥମା ଥିବା ବ୍ୟକ୍ତିବିଶେଷଙ୍କ ପାଇଁ ମହମବତୀ ଜଳାଇବା କ୍ଷତିକାରକ ଅଟେ । ଏହା ଦ୍ବାରା ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡିବା ସହିତ ନାନା ପ୍ରକାର ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ ବୋଲି ଜଣାପଡିଛି। ଆସ୍ଥମାରେ ପୀଡିତମାନେ ଘରେ ସାବଧାନତା ଅବଲମ୍ବନ କରିବା ଉଚିତ ବୋଲି କୁହାଯାଇଛି । ଅରହସ୍ ବିଶ୍ୱବିଦ୍ୟାଳୟର ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଚେତାବନୀ ଦିଆଯାଇଛି ଯେ, ମହମବତୀ ଜଳିବା ଏବଂ ରାନ୍ଧିବା ସମୟରେ ନିର୍ଗତ ହେଉଥିବା ଧୂଆଁ ଦ୍ୱାରା ପ୍ରଦୂଷିତ ବାୟୁର ଆସ୍ଥମା ରୋଗୀଙ୍କ ମଧ୍ୟରେ ଉତ୍ତେଜନା ଏବଂ ପ୍ରଦାହ ସୃଷ୍ଟି କରିୁପାରେ।

ଏହା ମଧ୍ୟ ପଢନ୍ତୁ: Asthma in Children: ଛୋଟ ଛୁଆଙ୍କ କ୍ଷେତ୍ରରେ ଅଧିକ ଦେଖାଯାଏ ଆସ୍ଥମା, ଜାଣନ୍ତୁ କିଭଳି ବର୍ତ୍ତିବେ

ସୂଚନାଯୋଗ୍ୟ ଯେ, ରକ୍ତରେ ପ୍ରଦାହର ଲକ୍ଷଣ ସହିତ ଡିଏନଏକୁ ମଧ୍ୟ କ୍ଷତି ପହଞ୍ଚାଇପାରେ। ଯତେବେଳେ ଜଣେ ଷ୍ଟୋଭରେ ରୋଷେଇ କରେ ସେତେବେଳେ ପ୍ରଥମେ ମହମବତୀ ଜଳାଯାଏ। ସେଥିକୁ ସୂକ୍ଷ୍ମ କଣିକା ଏବଂ ଗ୍ୟାସ୍ ନିର୍ଗତ ହୁଏ। ଏହା ଘରେ ମଧ୍ୟରେ ବାୟୁରେ ମିଶିବା ସହିତ ଶରୀର ମଧ୍ୟକୁ ପ୍ରବେଶ କରିଥାଆନ୍ତି। ଯାହା ଦ୍ବାରା ସ୍ବାସ୍ଥ୍ୟବସ୍ଥା ପ୍ରଭାବିତ ହୋଇଥାଏ।

ତେବେ ନିକଟରେ 18ରୁ 25 ବର୍ଷୀୟ ଆସ୍ଥମା ରୋଗୀଙ୍କୁ ନେଇ ରିସର୍ଚ୍ଚ କରାଯାଇଥିଲା। ତେବେ ଉକ୍ତ ବୟସରେ ସ୍ବାସ୍ଥ୍ୟ ସମସ୍ୟା ହେବାର ସମ୍ଭାବନା କମ ରହିଥିଲେ ହେଁ ମହମବତୀ ଧୂଆଁ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି। ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ଯଦି ରୋଷେଇ କରିବା ଏବଂ ଦୀପ ଜାଳିବା ସମୟରେ ବାହାରୁଥିବା ଧୂଆଁ ନିଶ୍ବାସ ଦ୍ବାରା ଶରୀର ଭିତରକୁ ଯାଇଥାଏ। ଆସ୍ଥମା ରୋଗୀଙ୍କ କ୍ଷେତ୍ରରେ ଏହାର ପ୍ରଭାବ ଅଧିକ ରହିଥାଏ। ତେଣୁ ଆସ୍ଥମା ରୋଗୀମାନେ ଏହାଠାରୁ ଦୂରେଇ ରହିବା ଆବଶ୍ୟକ ବୋଲି କୁହାଯାଇଛି। ଘରେ ମହମବତୀ ଲଗାଇବା ସମୟରେ କବାଟ ଏବଂ ଝରକା ଖୋଲା ରଖିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଏହା ଶ୍ବାସକ୍ରିୟା ସମସ୍ୟାକୁ ହ୍ରାସ କରିବା ସହିତ ହୃଦୟ, ଫୁସଫୁସ ଏବଂ କର୍କଟ ରୋଗର ଆଶଙ୍କା ମଧ୍ୟ କମ କରିଥାଏ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.