ଚେତାଇଲା WHO, ଗୋଟିଏ ବୁନ୍ଦା ମଦ ବି ହାନିକାରକ

author img

By

Published : Jan 10, 2023, 11:43 AM IST

Updated : Jan 10, 2023, 11:56 AM IST

Alcohol

ଦାମି କିମ୍ବା ଅଳ୍ପ ପରିମାଣର ମଦ୍ୟପାନ କରୁଛନ୍ତି, ଏଥିରେ ବିପଦ ନାହିଁ ବୋଲି ଭାବୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ । ଗୋଟିଏ ବୁନ୍ଦା ମଦରେ ବି ଏହିସବୁ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ଚେତାଇଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (World Health Organisation, WHO) । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବିଭିନ୍ନ ନିଶା ଦ୍ରବ୍ୟ ମଧ୍ୟରୁ ଆଲକୋହଲ ବା ମଦ ଅତି ସାଧାରଣ ବୋଲି କିଛି ଲୋକ ବିବେଚନା କରନ୍ତି । ଏହା ମଧ୍ୟ ଭାବନ୍ତି ଯେ, ଅଳ୍ପ ପରିମାଣରେ ମଦ ପିଇବା ଦ୍ବାରା କୌଣସି କ୍ଷତି ହୋଇନଥାଏ । ଅଧିକାଂଶ ଲୋକେ ପର୍ବ-ପର୍ବାଣି, ଜାନି-ଯାତରେ ମଧ୍ୟ ମଦ ପିଇଥାନ୍ତି ଏବଂ ଏହି ଅଭ୍ୟାସ ଆମ ନିୟନ୍ତ୍ରଣରେ ଅଛି ବୋଲି କହନ୍ତି । ତେବେ ଆପଣ ମଧ୍ୟ, ଯଦି ଏହି ଭାବନା ରଖିଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଗୋଟିଏ ବୁନ୍ଦା ମଦର କି ପ୍ରଭାବ ପଡେ ସେନେଇ ଚେତାଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(World Health Organisation, WHO) ।

WHO ମଦ୍ୟପାନକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇ କହିଛି, "ମଦର ପ୍ରଥମ ବୁନ୍ଦା ପାନ କରିବା ପରେ ଆରମ୍ଭ ହୁଏ କର୍କଟ ରୋଗର ଆଶଙ୍କା । ଏହା ସହିତ, ମଦ୍ୟପାନର ସେପରି କୌଣସି ମାପ ନାହିଁ, ଯେଉଁଥିରେ ମଦ୍ୟପାନ କରିବା କ୍ଷତିକାରକ ନୁହେଁ ବୋଲି କୁହାଯାଇ ପାରିବ(Cancer risk starts from first drop of alcohol, there is no safe limit says WHO) ।" WHO ନିକଟରେ ଲାନସେଟ୍ ଜନସ୍ୱାସ୍ଥ୍ୟରେ ଏହି ବିବୃତ୍ତି ପ୍ରକାଶ କରିଛି ।

Drinking party in public bar
Drinking party in public bar

ଏଥିରେ ଦର୍ଶାଯାଇଛି ଯେ, ଯେତେବେଳେ ମଦ୍ୟପାନ ବିଷୟରେ କୁହାଯାଏ, ସେଠାରେ କୌଣସି ସୁରକ୍ଷିତ ପରିମାଣ ନାହିଁ, ଯାହା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବ ନାହିଁ । WHO ଆଞ୍ଚଳିକ ପରାମର୍ଶଦାତା ତଥା ଅଣ-ଯୋଗାଯୋଗ ରୋଗ ପରିଚାଳନା ଡ. କୈରିନ ଫେରେରା-ବୋର୍ଗସ୍ କହିଛନ୍ତି ଯେ, ତଥାକଥିତ ସୁରକ୍ଷିତ ସ୍ତରର ମଦ୍ୟପାନ ବିଷୟରେ ଆମେ କୌଣସି ଦାବି କରିପାରିବୁ ନାହିଁ । ଅର୍ଥାତ୍ କୌଣସି ନିର୍ଦ୍ଦିଷ୍ଟ ପରିମାଣରେ ମଦ୍ୟପାନ କ୍ଷତିକାରକ ନୁହେଁ କହିବା ଅସମ୍ଭବ ।

ଅଧ୍ୟୟନରେ କୁହାଯାଇଛି ଯେ, ମଦ୍ୟପାନ ଦ୍ବାରା ଅତି କମରେ 7 ପ୍ରକାରର କର୍କଟ ରୋଗ ହେବାର ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଇଥାଏ । ଏଥିରେ ପାଟି କର୍କଟ, ଗଳା କର୍କଟ, ଯକୃତ କର୍କଟ, ଏସୋଫ୍ୟାଗସ୍ କର୍କଟ, ସ୍ତନ କର୍କଟ, କୋଲୋନ୍ କର୍କଟ ଅନ୍ତର୍ଭୁକ୍ତ । ବାସ୍ତବରେ, ମଦ୍ୟପାନ ଏକ ସାଧାରଣ ପାନୀୟ ନୁହେଁ, ବରଂ ଏହା ଶରୀର ପାଇଁ ବହୁତ କ୍ଷତି କରିଥାଏ । ମଦ୍ୟପାନ ହେଉଛି ଏକ ବିଷାକ୍ତ ପଦାର୍ଥ । ଦଶନ୍ଧି ପୂର୍ବରୁ କର୍କଟ ଉପରେ ଅନ୍ତର୍ଜାତୀୟ ଏଜେନ୍ସି ଫର ରିସର୍ଚ୍ଚ ଦ୍ବାରା ଏହାକୁ ଗ୍ରୁପ୍ କର୍କିନୋଜେନ ଭାବରେ ଶ୍ରେଣୀଭୁକ୍ତ କରାଯାଇଥିଲା । ଏହା ସବୁଠାରୁ ବିପଦପୂର୍ଣ୍ଣ । ଏଥିରେ ଆସବେଷ୍ଟସ(Asbestos) ଏବଂ ତମାଖୁ ମଧ୍ୟ ଅନ୍ତର୍ଭୁକ୍ତ । Asbestos -ବିଷାକ୍ତ ମିନେରାଲ୍ ଯାହା ମେସୋଥେଲିଓମା ଏବଂ ଅନ୍ୟାନ୍ୟ ରୋଗ ସୃଷ୍ଟି କରେ ।

Young friends enjoying drinks at a bar
Young friends enjoying drinks at a bar

WHO ଏହାର ଅଧ୍ୟୟନରେ ଦାବି କରିଛି ଯେ, ଇଥାନଲ(ଆଲକୋହଲ) ଜୈବ ପ୍ରଣାଳୀ ମାଧ୍ୟମରେ କର୍କଟ ରୋଗ ସୃଷ୍ଟି କରିଥାଏ । ଏହାର ଅର୍ଥ ସ୍ପଷ୍ଟ ଯେ, ମଦ ଯେତେ ମହଙ୍ଗା ହେଉ କିମ୍ବା ଅଳ୍ପ ପରିମାଣରେ ହେଉନା କାହିଁକି ଏହା କର୍କଟ ରୋଗର ଆଶଙ୍କା ସୃଷ୍ଟି କରିଥାଏ । ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି, ଅଧିକ ମଦ୍ୟପାନ କରିବା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା ବହୁ ପରିମାଣରେ ବଢିଥାଏ ।

ନୂତନ ଆକଳନରୁ ଜଣାପଡିଛି ଯେ, ୟୁରୋପରେ କ୍ୟାନ୍ସରର ମୁଖ୍ୟ ଏବଂ ଏକମାତ୍ର କାରଣ କେବଳ ମଦ୍ୟପାନ । ଏମାନଙ୍କ ମଧ୍ୟରେ ସ୍ବଳ୍ପ ମଦ୍ୟପାନ କରୁଥିବା ବ୍ୟକ୍ତି ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି । କେବଳ ଏତିକି ନୁହେଁ ମଦ୍ୟପାନକୁ ଭଲପାଉଥିବା ମହିଳାମାନଙ୍କଠାରେ ସ୍ତନ କର୍କଟ ରୋଗର ସମସ୍ୟା ମଧ୍ୟ ଦେଖିବାକୁ ମିଳିଛି । ସେହିପରି ୟୁରୋପୀୟ ୟୁନିଅନରେ କରାଯାଇଥିବା ଅଧ୍ୟୟନ ଅନୁଯାୟୀ, ସେଠାରେ ସର୍ବାଧିକ ମୃତ୍ୟୁର କାରଣ କର୍କଟ ।

female holding glass with redwine
female holding glass with redwine

ଡ. କୈରିନା ଫେରେରା-ବୋର୍ଗସ୍ କହିଛନ୍ତି ଯେ, "ମଦ୍ୟପାନର ତଥାକଥିତ ସୁରକ୍ଷିତ ସ୍ତର ବିଷୟରେ ଆମେ କୌଣସି ଦାବି କରିପାରିବୁ ନାହିଁ । ଆପଣ କେତେ ମଦ୍ୟପାନ କରନ୍ତି ସେଥିରେ କିଛି ଗୁରୁତ୍ବ ନାହିଁ କାରଣ ମଦ୍ୟପାନକାରୀଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ମଦ୍ୟପାନର ପ୍ରଥମ ବୁନ୍ଦା ଠାରୁ ଆରମ୍ଭ ହୋଇଥାଏ । କେବଳ ଏତିକି କହିପାରିବା ଆପଣ ଯେତେ ମଦ୍ୟପାନ କରିବେ, ତାହା ସ୍ୱାସ୍ଥ୍ୟ ପାଇଁ ସେତେ ଅଧିକ କ୍ଷତି ଘଟାଇବ ।"

Last Updated :Jan 10, 2023, 11:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.