ETV Bharat / sukhibhava

ବଢୁଛି ଆସ୍ଥମା ରୋଗୀଙ୍କ ସଂଖ୍ୟା, WHOର ମାର୍ଗଦର୍ଶିକା ଆପଣାଇଲେ କମିବ ବିପଦ

author img

By

Published : Jul 12, 2023, 7:54 AM IST

asthma
asthma

ଠିକ୍‌ ସମୟରେ ଆସ୍ଥମା ରୋଗକୁ ଚିହ୍ନଟ କରି ଚିକିତ୍ସା କରିବା ଦ୍ବାରା ଏହି ରୋଗରୁ ମୁକ୍ତି ପାଇପାରିବେ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆସ୍ଥମା ହେଉଛି ଏକ ରୋଗ ଯେଉଁଥିରେ ବାୟୁପଥରେ ପ୍ରଦାହ ହୁଏ । ଯେଉଁ କାରଣରୁ ଶ୍ବାସକ୍ରିୟାରେ ସମସ୍ୟା ସୃଷ୍ଟି ହେବାକୁ ଲାଗେ । ଏହି କାରଣରୁ, ନିଶ୍ବାସ ନେବାରେ ଅସୁବିଧା, କାଶ ହେବା ସହ କେତେକାଂଶରେ ଗଳା ଦରଜ ହୋଇଥାଏ। ଆଜମା ବା ଆସ୍ଥମା କିଛି ଲୋକଙ୍କ ପାଇଁ ଏକ ସାମାନ୍ୟ ସମସ୍ୟା କିନ୍ତୁ ଯଦି ଏହା ଠିକ୍ ସମୟରେ ନିୟନ୍ତ୍ରିତ ନହୁଏ ତେବେ ଏହା ଏକ ବଡ଼ ସମସ୍ୟା ହୋଇପାରେ । କେବଳ ଏତିକି ନୁହେଁ, କିଛି ସମୟ ପରେ ଏହା ଏତେ ବିପଜ୍ଜନକ ହୋଇଯାଏ ଯେ, ଏହା ଦୈନନ୍ଦିନ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇପାରେ ।

ଆସ୍ଥମା ହେଉଛି ଏକ ସମସ୍ୟା ଯାହା 6 ମାସର ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ହୋଇପାରେ । ବଂଶାନୁକ୍ରମିକତା, କୌଣସି ସ୍ୱାସ୍ଥ୍ୟ ସମସ୍ୟା, ଆଲର୍ଜି, ସଂକ୍ରମଣ, ମୌସୁମୀ ପରିବର୍ତ୍ତନ ଏବଂ ପ୍ରଦୂଷଣ ଇତ୍ୟାଦି ଭଳି ଅନେକ କାରଣ ଆସ୍ଥମା ପାଇଁ ଦାୟୀ ହୋଇପାରେ । ଶାରୀରିକ ସମସ୍ୟା ଏବଂ ପରିବେଷ ପ୍ରଦୂଷଣ ଯୋଗୁଁ ଏହି ରୋଗ ହୋଇଥାଏ । ଡାକ୍ତରଙ୍କ କହିବା ଅନୁସାରେ, ଏହା ଜେନେଟିକ ବା ବଶଂଗତ ରୋଗ ଅଟେ ।

ଆସ୍ଥମାର ଲକ୍ଷଣ: ଆସ୍ଥମାର ଲକ୍ଷଣ ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରେ ଭିନ୍ନ ଭିନ୍ନ ହୋଇଥାଏ । ଏହି ସମସ୍ୟା ବା ଲକ୍ଷଣ ବହୁତ କମ୍‌ ସମୟ ପାଇଁ ଦେଖାଇଥାଏ । ବ୍ୟାୟାମ ଏବଂ ଜିମ୍‌ ଯିବା ସମୟରେ ଶ୍ବାସକ୍ରିୟାରେ ସମସ୍ୟା ହୋଇଥାଏ ।

  • ନିଶ୍ବାସ ନେବାରେ ସମସ୍ୟା
  • ଶୋଇବା ସମୟରେ ଯନ୍ତ୍ରଣା ହେବା
  • ଶୋଇବା ସମୟରେ ଘୁଙ୍ଗୁଡି ହେବା
  • ବାରମ୍ବାର ଗୋଟିଏ ପ୍ରକାରର ଆଲର୍ଜି ସଂକ୍ରମଣ କରିବା
  • ନିଶ୍ବାସ ନେବା ସମୟରେ ଅସୁବିଧା

ଆସ୍ଥମା ଏକ ଅଣସଂକ୍ରାମକ ରୋଗ ଅଟେ । 2019ର ରିପୋର୍ଟ ଅନୁସାରେ, 262 ମିଲିୟନ ଲୋକ ଏହି ରୋଗରେ ପୀଡିତ ଅଛନ୍ତି । ଏହାସହ ଅଧିକାଂଶ ଲୋକଙ୍କର ଏହି ରୋଗ ଦ୍ବାରା ମୃତ୍ୟୁ ବି ହୋଇଥାଏ । ତେବେ ବିଶ୍ବ ଆସ୍ଥମା ଦିବସ ଉପଲକ୍ଷେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ବା WHO ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଥିଲା । ଏହାକୁ ମାନିଲେ ଆସ୍ଥମା ରୋଗରୁ ବର୍ତ୍ତିପାରିବେ।

ଏହା ମଧ୍ୟ ପଢନ୍ତୁ: Asthma in Children: ଛୋଟ ଛୁଆଙ୍କ କ୍ଷେତ୍ରରେ ଅଧିକ ଦେଖାଯାଏ ଆସ୍ଥମା, ଜାଣନ୍ତୁ କିଭଳି ବର୍ତ୍ତିବେ

କେଉଁ ଲକ୍ଷଣ ଦେଖି ଚିହ୍ନିବେ ରୋଗ: କାଶ, ହାଲିଆ ଲାଗିବା ଏବଂ ନିଶ୍ୱାସ ନେବା ଆସ୍ଥମାର ଲକ୍ଷଣ ଅଟେ । ଯଦି ଏଭଳି ଲକ୍ଷଣ ଦୀର୍ଘ ଦିନ ପର୍ଯ୍ୟନ୍ତ ଲାଗି ରହୁଛି, ତେବେ ଡାକ୍ତରଙ୍କ ନିର୍ଦ୍ଦେଶ ପାଳନ କରିବା ଆବଶ୍ଯକ। ନିଶ୍ବାସ ପ୍ରଶ୍ବାସରେ ଅସୁବିଧା ହେଉଥିଲେ ଇନହେଲର ବ୍ୟବହାର କରିବା ଉଚିତ। ତେବେ କିଛି ବ୍ୟକ୍ତିଙ୍କୁ ଧୂଆଁରେ ସଂକ୍ରମଣ ଭାଇରାଲ୍ ସଂକ୍ରମଣ, ପାଣିପାଗ ପରିବର୍ତ୍ତନ, ପଶୁ ପକ୍ଷୀ ଏବଂ ପୋଷା ଗାଇ ଏମାନଙ୍କଠାରୁ ମଧ୍ୟ ଇନ୍‌ଫେକ୍ସନ ହୋଇଥାଏ । ଯଦି ଏମାନଙ୍କ ସଂଶ୍ପର୍ଶରେ ଆସିବା ଦ୍ବାରା ଅସୁବିଧାର ସମ୍ମୁଖୀନ ହେବା ଭଳି ଲାଗୁଛି ତାହେଲେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।

ସଠିକ ଇନହେଲର ବ୍ୟବାହର କରିବା ଉଚିତ: ଏକ ରିଲିଭର ଇନହେଲର ବ୍ୟବହାର କରିବା ଉଚିତ । ଯାହାକୁ ବ୍ରୋଙ୍କୋଡାଇଲେଟର କୁହାଯାଏ। ଯାହା ଶ୍ବାସନଳୀକୁ ସଫା କରିଥାଏ ଫୁସଫୁସକୁ ସୁରକ୍ଷା ପ୍ରଦାନ କରିଥାଏ । ଏକ ଷ୍ଟେରଏଡ କିମ୍ବା ପ୍ରିବେଷ୍ଟର ଇନହାଲେର୍ ଫୁସଫୁସରେ ପ୍ରଦାହକୁ ହ୍ରାସ କରିଥାଏ ଏବଂ ଆସ୍ଥମା ରୋଗର ଦୀର୍ଘକାଳୀନ ଚିକିତ୍ସାରେ ଉପଯୋଗୀ ଅଟେ । ଡାକ୍ତରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏକ ଷ୍ଟେରଏଡ୍ ଇନହେଲର୍ ବ୍ୟବହାର କରି ଆପଣ ଆପଣଙ୍କର ଲକ୍ଷଣକୁ ଉନ୍ନତ କରିବେ ଏବଂ ଗୁରୁତର ଆକ୍ରମଣ ହେବାର ଆଶଙ୍କା ହ୍ରାସ କରିପାରିବେ ।

ବିଦ୍ର: ଏହା ଏକ ରିପୋର୍ଟ ଅନୁଯାୟୀ ଆଧାରିତ ତଥ୍ୟ । ଏହି ପ୍ରଥା ଆପଣାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.