ଡ୍ରାଏ ଫ୍ରୁଟ୍ସ ଖାଇପାରିବେ କି ମଧୁମେହ ରୋଗୀ, ଜାଣନ୍ତୁ

author img

By

Published : Jan 20, 2023, 8:19 PM IST

Dry Fruits

ଖାଦ୍ୟରେ ସବୁଠୁ ଅଧିକ କଟକଣା ଥାଏ ମଧୁମେହ ରୋଗୀଙ୍କ ପାଇଁ । ତେବେ ମଧୁମେହ ରୋଗୀ ଡ୍ରାଏ ଫ୍ରୁଟ୍ସ ଖାଇପାରିବେକି ନାହିଁ, ଜାଣନ୍ତୁ

ହାଇଦ୍ରାବାଦ: ଡ୍ରାଏ ଫ୍ରୁଟ୍ସ ବା ଶୁଖିଲା ଫଳରେ ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ଥିବା ଆମେ ସମସ୍ତେ ଜାଣନ୍ତି । ଅଧିକାଂଶ ଲୋକେ ମଧ୍ୟ ଡ୍ରାଏ ଫ୍ରୁଟ୍ସ ଖାଇଥାନ୍ତି । ହେଲେ ସବୁଠୁ ଅଧିକ ଖାଦ୍ୟ କଟକଣା ଥିବା ମଧୁମେହ ରୋଗୀଙ୍କ ପାଇଁ ଏହା ଉପକାରୀ କି ନୁହଁ ନିଶ୍ଚିତ ମନରେ ପ୍ରଶ୍ନ ସୃଷ୍ଟି ହୋଇଥିବ । ତେବେ ଆଜିର ଏହି ଆର୍ଟିକଲରେ ମଧୁମେହ ରୋଗୀବି ଡ୍ରାଏ ଫ୍ରୁଟ୍ସ ଖାଇପାରିବେ କି ନାହିଁ ସେ ବାବଦରେ ଆଲୋଚନା କରିବା...

ଖୁମାନି
Apricots

କାଜୁ, ଆଲମଣ୍ଡ, ୱଲନଟ୍ସ, ବେରି, କିସମିସ୍ ଭଳି ଡ୍ରାଏ ଫ୍ରୁଟ୍ସରେ ଭିଟାମିନ୍, ମିନେରାଲ୍ସ, କାରୋଟିନଏଡ୍ ଏବଂ ଫାଇଟୋଷ୍ଟେରଲ୍ ମିଳିଥାଏ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏସବୁ ଡ୍ରାଏ ଫ୍ରୁଟ୍ସ ଅତ୍ୟନ୍ତ ଆବଶ୍ୟକ । ଶୁଖିଲା କିସ୍‌ମିସ୍‌ରେ ଖଣିଜ ପଦାର୍ଥ ଏବଂ ଅଧିକାଂଶ ଫାଇଟୋକେମିକାଲ୍ସ, ଆଣ୍ଟିଅକ୍ସିଡାଣ୍ଟ ଭରପୂର ଥାଏ । କୌତୁହଳର ବିଷୟ, ଖରାରେ ଶୁଖିବା ଦ୍ୱାରା କିସ୍‌ମିସ୍‌ର ଆଣ୍ଟିଅକ୍ସିଡାଣ୍ଟ ଗୁଣ ବୃଦ୍ଧି ପାଇଥାଏ । ଶୁଖିଲା ଫଳଗୁଡ଼ିକରେ ପ୍ରାୟ ଦୁଇ-ତୃତୀୟାଂଶ କାର୍ବୋହାଇଡ୍ରେଟ୍ ଥାଏ, ଯେଉଁଥିରେ କମ୍ ପ୍ରୋଟିନ୍ ଏବଂ ଅଧିକ ପରିମାଣର ଫାଇବର ଥାଏ ।

Dry Fruits
Dry Fruits

ମୋଟାମୋଟି ଭାବେ ଏକ ସୁସ୍ଥ ଖାଦ୍ୟରେ(ହେଲ୍‌ଦି ଡାଏଟ୍‌) ସୀମିତ ପରିମାଣର କିସ୍‌ମିସ୍ ଖାଇବା ଦ୍ବାରା ରକ୍ତରେ ଶର୍କରା ସ୍ତର ବୃଦ୍ଧି ହେବାର ସମ୍ଭାବନା ନଥାଏ । ତେବେ ଯେଉଁ ଖାଦ୍ୟରେ ଶର୍କରା ସ୍ତର ବୃଦ୍ଧି ପାଇନଥାଏ ସେସବୁ ମଧୁମେହ ରୋଗୀ ନିର୍ଦ୍ବନ୍ଦ୍ବରେ ଖାଇପାରିବେ ।

Walnuts
Walnuts

ମଧୁମେହ ରୋଗୀଙ୍କ ପାଇଁ ଆପ୍ରିକେଟ୍ ବା ଖୁମାନି ବେଶ୍ ଲାଭଦାୟକ:- ରିପୋର୍ଟ ଅନୁଯାୟୀ, ଶୁଖିଲା ଖୁମାନିର ଗ୍ଲିସେମିକ୍ ଇଣ୍ଡେକ୍ସ 30ରୁ 32 ଥାଏ । ଏଥିରେ 2.2 ଗ୍ରାମ ପ୍ରୋଟିନ୍ ଏବଂ 4.7 ଗ୍ରାମ ଫାଇବର ମଧ୍ୟ ଥାଏ । ସ୍ୱାଦଯୁକ୍ତ ଏହି ଶୁଖିଲା ଫଳ ଭିଟାମିନ୍ ଏ, ଆଇରନ୍, ପୋଟାସିୟମ୍ ଏବଂ କ୍ୟାଲସିୟମ୍ ଭଳି ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱରେ ଭରପୂର, ଯାହା ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ।

Dates
Dates

ଖଜୁରୀ ଖାଇପାରିବେ ମଧୁମେହ ରୋଗୀ:- ଖଜୁରୀ ଏକ ଟ୍ରପିକାଲ୍ ଖାଦ୍ୟ । ଡ୍ରାଏ ଖଜୁରୀରେ ଫାଇବର ଫାଇବର ଥାଏ, ଯାହା ବାରମ୍ବାର ଭୋକ ଲାଗିବାକୁ ରୋକିଥାଏ । ରକ୍ତହୀନତାରେ ପୀଡିତ ମଧୁମେହ ରୋଗୀଙ୍କ ପାଇଁ ଏହା ବେଶ୍ ଉପକାରୀ । ଏଥିରେ ଗ୍ଲିସେମିକ୍ ଇଣ୍ଡେକ୍ସ ମଧ୍ୟମ ଥାଏ, ମଧୁମେହ ରୋଗୀଙ୍କ ପାଇଁ ଏହା ନିରାପଦ ।

ୱଲନଟ୍ସ ମଧୁମେହ ରୋଗୀଙ୍କ ପାଇଁ ଉପକାରୀ:- ଯେଉଁମାନଙ୍କ ରକ୍ତରେ ଶର୍କରା ଅଧିକ ରହିଥାଏ ସେମାନେ ୱଲନଟ୍ସ ଖାଇପାରିବେ । ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ଏବଂ ଟାଇପ୍-୨ ମଧୁମେହର ଆଶଙ୍କା ହ୍ରାସ କରିବାରେ ସାହାଯ୍ୟ କରେ । ୱଲନଟ୍ସରେ ଫାଇବର ଭରପୂର ମାତ୍ରାରେ ଥାଏ । ସେହିପରି ସୁସ୍ଥ ଚର୍ବି, ଫାଇବର, ଭିଟାମିନ୍, ମିନେରାଲ୍ସ, ପ୍ରୋଟିନ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଆଇରନ୍, ଫସଫରସ୍, କପର୍, ସେଲେନିୟମ୍, ଓମେଗା-3 ଫ୍ୟାଟି ଏସିଡ୍ ମଧ୍ୟ ଥାଏ, ଯାହା ରକ୍ତ ଶର୍କରା ରୋଗୀଙ୍କ ପାଇଁ ଲାଭଦାୟକ । ତଥାପି ମନେ ରଖନ୍ତୁ, ଏକ ସୁସ୍ଥ ଜୀବନଶୈଳୀ ଅନୁସରଣ କରୁନଥିବା ବ୍ୟକ୍ତି ଯେକୌଣସି ଖାଦ୍ୟ ଖାଇଲେ ମଧ୍ୟ ତା'ର କୌଣସି ପ୍ରଭାବ ପଡିନଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.