ETV Bharat / sukhibhava

କେବଳ କେଶ କି ଚର୍ମ ନୁହେଁ ପାକସ୍ଥଳୀ ପାଇଁ ମଧ୍ୟ ଉପକାରୀ ଆଲୋଭେରା

author img

By

Published : Apr 28, 2023, 4:49 PM IST

Aloe vera
Aloe vera

କେବଳ କେଶ କି ଚର୍ମ ନୁହେଁ, ଅନ୍ତନଳୀ ସ୍ବାସ୍ଥ୍ୟକୁ ମଧ୍ୟ ସୁସ୍ଥ ରଖେ ଆଲୋଭେରା । ଆଲୋଭେରା ଜୁସ୍ ପିଇଲେ ଦୂରେଇଯାଏ ଏସିଡିଟି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆଲୋଭେରାର ଉପକାରିତା ବାବଦରେ ଅବଗତ ଥିବେ ନିଶ୍ଚୟ । ଏହା ତ୍ବଚା ତଥା ଚର୍ମ ପାଇଁ ବେଶ୍ ଉପକାରୀ । ଉତ୍ତମ କେଶ ପାଇଁ ମଧ୍ୟ ଆଲୋଭେରା ବ୍ୟବହାର କରାଯାଏ । ଏଥିରେ ମଧ୍ୟ ଔଷଧୀୟ ଗୁଣ ଭରି ରହିଛି । ଚର୍ମ ଏବଂ କେଶ ପାଇଁ ଅନେକ ନାମୀ ଦାମୀ ପ୍ରଡକ୍ଟରେ ଆଲୋଭେରା ଜେଲ୍ ମିଶ୍ରଣ କରାଯାଇଥାଏ । ହେଲେ ଜାଣନ୍ତି କି ଆଲୋବେରା ଜୁସ୍ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ବୋଲି । ଆଜ୍ଞା ହଁ, ଆଲୋଭେରା ଜୁସ୍ ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ । ଏଥିରେ କି କି ଉପକାରୀ ଗୁଣ ରହିଛି, ଜାଣନ୍ତୁ...

ଆଲୋଭେରା ଜୁସରେ ପଲିଫେନୋଲ ଥାଏ, ଯାହା ଆଣ୍ଟିଅକ୍ସିଡାଣ୍ଟରେ ଭରପୂର । ପୋଡା ଜଳା କିମ୍ବା ତ୍ବଚାରେ ଲାଲ୍ ଦାଗ ହଟାଇବା ପାଇଁ ଆଲୋଭେରା ବ୍ୟବହାର କରାଯାଏ । ଚର୍ମ ସମସ୍ୟାର ଚିକିତ୍ସା କରିବାରେ ଏବଂ ଚର୍ମ ସ୍ବାସ୍ଥ୍ୟରେ ଉନ୍ନତି ଆଣିବାରେ ମଧ୍ୟ ସାହାଯ୍ୟ କରିଥାଏ ଆଲୋଭେରା । ଆଲୋଭେରାରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି, ଯାହା ପୋଡାଜଳା ଏବଂ ଆଟୋପିକ୍ ଡର୍ମାଟାଇଟିସ୍ ଭଳି ଚର୍ମ ରୋଗ ଚିକିତ୍ସା ପାଇଁ ସହାୟକ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ:- ସ୍କିପିଂର ଉପକାରିତା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ !

ସେହିପରି ଆଉ ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଆଲୋଭେରା ଖାଇବା ଦ୍ୱାରା କୋଲାଜେନ୍ ଉତ୍ପାଦନରେ ଉନ୍ନତି ଘଟିଥାଏ ଏବଂ 40 ବର୍ଷରୁ ଅଧିକ ମହିଳାଙ୍କର ଚର୍ମ କୁଞ୍ଚନ ସମସ୍ୟା ଦୂର ହୋଇଥାଏ । ଯେଉଁମାନଙ୍କର ଏସିଡିଟି ସମସ୍ୟା ଅଛି, ସେମାନେ ଆଲୋଭେରା ଜୁସ୍ ପିଇ ପାରିବେ । ଏହା ଅମ୍ଳତା ଦୂର କରି ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ । ମଧୁମେହ ରୋଗୀମାନେ ପ୍ରତିଦିନ ଆଲୋଭେରା ଜୁସ୍ ବ୍ୟବହାର କରିବା ଉଚିତ୍ । ଅନେକ ଗବେଷଣାରେ ଏହା ଦେଖାଯାଇଛି ଯେ, ଡାଇବେଟିସ୍ ଟାଇପ୍-2 ରୋଗୀଙ୍କ ପାଇଁ ଆଲୋଭେରା ଜୁସ୍ ଉପକାରୀ । ଏହା ଶର୍କରା ସ୍ତରକୁ ହ୍ରାସ କରିଥା ।

ଯେଉଁମାନଙ୍କର ଶୁଷ୍କ ଚର୍ମ(ଡ୍ରାଏ ସ୍କିନ୍) ଥାଏ ସେମାନେ ଦିନକୁ ଦୁଇଥର ଆଲୋଭେରା ଜେଲ୍ ବ୍ୟବହାର କରିବା ଉଚିତ୍ । ଏହା ତ୍ୱଚାକୁ ସୁସ୍ଥ ରଖିବା ସହ ପିମ୍ପଲ୍‌ଠାରୁ ଦୂରେଇ ରଖେ । ଅନେକ ଗବେଷଣାରେ ଏହା ଦେଖାଯାଇଛି ଯେ, ଆଲୋଭେରା ଜେଲ୍ ମଧ୍ୟ ତ୍ବଚାର ରଙ୍ଗକୁ ବଜାୟ ରଖିବା ସହ ତ୍ବଚାରେ ଉଜ୍ବଳତା ଆଣେ । ଯେଉଁମାନଙ୍କର ପିମ୍ପଲ୍ ସମସ୍ୟା ଅଛି, ସେମାନେ ମୁହଁରେ ଆଲୋଭେରା ବ୍ୟବହାର କରିବା ଉଚିତ୍ । ଯେଉଁମାନଙ୍କର ହଜମ ସହ ଜଡିତ ସମସ୍ୟା ରହିଛି, ସେମାନେ ପ୍ରତିଦିନ ସକାଳେ ଖାଲି ପେଟରେ ଆଲୋଭେରା ଜୁସ୍ ପିଇଲେ ସ୍ବାସ୍ଥ୍ୟ ଉପରେ ସୁପ୍ରଭାବ ପଡିଥାଏ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.