ETV Bharat / sukhibhava

ହୃଦରୋଗୀଙ୍କ ପାଇଁ ରାମବାଣ, ମାତ୍ର 7 ଟଙ୍କାରେ ବଞ୍ଚିବ ଜୀବନ !

author img

By ETV Bharat Odisha Team

Published : Dec 14, 2023, 3:21 PM IST

Updated : Dec 14, 2023, 3:34 PM IST

Heart Attack Kit
Heart Attack Kit

Heart Attack Kit: ମାତ୍ର 7 ଟଙ୍କାରେ ହାର୍ଟଆଟାକ ରୋଗୀଙ୍କ ବଞ୍ଚିବ ଜୀବନ । ଶୁଣନ୍ତୁ କଣ କହୁଛନ୍ତି ବରିଷ୍ଠ ହୃଦରୋଗ ବିଶେଷଜ୍ଞ ।

Heart Attack Kit

ଲକ୍ଷ୍ନୌ: ବର୍ତ୍ତମାନ ସମୟରେ ଖରାପ ଜୀବନଶୈଳୀ ହାର୍ଟ ଉପରେ ଅଧିକ ପ୍ରଭାବ ପକାଉଛି । ଫଳରେ ଅଚାନକ ଆସୁଛି ହାର୍ଟଆଟାକ ଏବଂ ଚାଲିଯାଉଛି ଜୀବନ । ନାଚୁଥିବା, ଗାଉଥିବା କିମ୍ବା କାମ କରୁଥିବା ସମୟରେ ଅଧିକାଂଶ ଲୋକ ହୃଦ୍‌ଘାତର ଶିକାର ହେଉଥିବା ଭିଡିଓ ଭାଇରାଲ୍ ହେଉଛି । ତେବେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହୃଦଘାତ ମାମଲା । ଅନେକ ଘଟଣାରେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଉଥିବା ଜଣାପଡିଛି । ତେବେ ଏହି ବିଷୟକୁ ନେଇ ଆପଣ ମଧ୍ୟ ଚିନ୍ତାରେ ରହିଛନ୍ତି କି ? ମାତ୍ର 7 ଟଙ୍କାର କିଟ୍ ବଞ୍ଚାଇପାରିବ ଜୀବନ । ତେବେ ଏଲପିଏସ୍ କାର୍ଡିଓଲୋଜି ଇନଷ୍ଟିଚ୍ୟୁଟର ବରିଷ୍ଠ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ନୀରଜ କୁମାର ଏକ ସ୍ୱତନ୍ତ୍ର କିଟ୍ ପ୍ରସ୍ତୁତ କରିଛନ୍ତି । ସେ ଦାବି କରିଛନ୍ତି ଯେ ସାତ ଟଙ୍କାର କିଟ 90 ପ୍ରତିଶତ ଜୀବନ ବଞ୍ଚାଇ ପାରିବ ।

ତେବେ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ବରିଷ୍ଠ ହୃଦରୋଗ ବିଶେଷଜ୍ଞ କହିଛନ୍ତି, "ଆମେ ଏକ କିଟ ପ୍ରସ୍ତୁତ କରିଛୁ, ଯାହାର ମୂଲ୍ୟ ମାତ୍ର 7 ଟଙ୍କା ଅଟେ । ଏହି କିଟକୁ ଯେକୌଣସି ବ୍ୟକ୍ତି କିଣିପାରିବେ । ଯଦି କେହି ହଠାତ ହୃଦଘାତରେ ଆକ୍ରାନ୍ତ ହେବେ ତାହାଲେ ଏହି କିଟରେ ରହିଥିବା 3ଟି ଔଷଧ ଜୀବନ ବଞ୍ଚାଇ ପାରିବ । ଏହି କିଟରେ ଇକୋସ୍ପ୍ରିନ, ରୋଜୋଭାସ୍ ଏବଂ ସୋର୍ବିଟ୍ରେଟ୍ ରହିଛି । ହୃଦଘାତ ରୋଗୀଙ୍କ ପାଇଁ ଏହି କିଟ୍ ଅଧିକ ପ୍ରଭାବଶାଳୀ ପ୍ରମାଣିତ ହୋଇଛି ।"

ଏହା ମଧ୍ୟ ପଢନ୍ତୁ: Heart Problem: ଏହି ସବୁ କାରଣରୁ ମହିଳାଙ୍କର ହୋଇଥାଏ ହୃଦ୍‌ଘାତ, ରୁହନ୍ତୁ ସତର୍କ

ଡାକ୍ତର ଆହୁରି ମଧ୍ୟ କହିଛନ୍ତି, "ଶୀତ ଋତୁରେ ହୃଦଘାତ ସହିତ ଜଡିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଖାଦ୍ୟଶୈଳୀରେ ଅନିୟମିତତା ଯୋଗୁଁ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯଦି ଜଣେ ବ୍ୟକ୍ତି ଖାଦ୍ୟପେୟ ଉପରେ ଗୁରୁତ୍ବ ନଦିଅନ୍ତି ତାହେଲେ ଶରୀରେ କୋଲେଷ୍ଟ୍ରଲ ବୃଦ୍ଧି ପାଇଥାଏ । ଯାହା ହୃଦଘାତର ଏକ ମୁଖ୍ୟ କାରଣ ଅଟେ । ଅନେକ କ୍ଷେତ୍ରରେ ରକ୍ତଚାପର ମାତ୍ରା ବୃଦ୍ଧି ହେତୁ ରୋଗୀ ହୃଦଘାତ ଏବଂ ଷ୍ଟ୍ରୋକର ଶିକାର ହୋଇଥାଆନ୍ତି । ଷ୍ଟ୍ରୋକ ଆସିବା ସମୟରେ ଯଦି ଜଣେ ବ୍ୟକ୍ତିକୁ ଠିକ ସମୟରେ ଡାକ୍ତରଖାନା ନିଆ ନଯାଏ, ତାହାଲେ ସେଭଳି ସ୍ଥଳେ ରୋଗୀର ମୃତ୍ୟୁ ହେବାର ସମ୍ଭାବନା ଅଧିକ ରହିଥାଏ । ତେଣୁ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଯେପରି ରୋଗୀର ଜୀବନ ନଯାଏ, ସେଥିପାଇଁ ଆମେ ମାତ୍ର 7 ଟଙ୍କାରେ ଏକ କିଟ୍ ତିଆରି କରିଛୁ । ଏହାକୁ ସ୍ଥାନାନ୍ତର କରିବାରେ ମଧ୍ୟ କୌଣସି ସମସ୍ୟା ହୁଏ ନାହିଁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Dec 14, 2023, 3:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.