ETV Bharat / state

‘ ମୋ କଲେଜ ଅଭିଯାନ’ରେ ଯୋଡି ହେଲା ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ

author img

By

Published : Mar 21, 2021, 9:38 PM IST

‘ ମୋ କଲେଜ ଅଭିଯାନ’ରେ ଯୋଡିହେଲା ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ
‘ ମୋ କଲେଜ ଅଭିଯାନ’ରେ ଯୋଡିହେଲା ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ

ରାଜ୍ୟ ସରକାରଙ୍କ ‘ମୋ କଲେଜ ଅଭିଯାନ' ରେ ଯୋଡି ହେଲା ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ । ଅଧିକ ପଢନ୍ତୁ...

ସୁନ୍ଦରଗଡ: ରାଜ୍ୟ ସରକାରଙ୍କ ‘ମୋ କଲେଜ ଅଭିଯାନ' କୁ ଭିଡିଓ କନଫରେନସିଂ ଜରିଆରେ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପୋର୍ଟାଲରେ ଓଡିଶାର 755ଟି ମହାବିଦ୍ୟାଳୟ ସାମିଲ ହୋଇଛି । ଏହି ଅବସରରେ ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ମଧ୍ୟ ‘ ମୋ କଲେଜ ଅଭିଯାନ ‘ରେ ସାମିଲ ହୋଇଛି ।

‘ ମୋ କଲେଜ ଅଭିଯାନ’ରେ ଯୋଡିହେଲା ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ

ଆଜି ରାଜଧାନୀରେ ମୁଖ୍ୟମନ୍ତ୍ରୀ ଏହାକୁ ଆନୁଷ୍ଠାନିକ ଭାବେ ଏହି ପୋର୍ଟାଲକୁ ଲୋକାର୍ପିତ କରିଛନ୍ତି । ସୁନ୍ଦରଗଡରେ ସମସ୍ତ ବୁଦ୍ଧିଜୀବୀ ଏହି ଉତ୍ସବକୁ ସ୍ବାଗତ କରିଛନ୍ତି । ତେବେ ଆଜିର ଏହି ଉତ୍ସବରେ ସୁନ୍ଦରଗଡ ମହାବିଦ୍ୟାଳୟର ଅଧ୍ୟକ୍ଷ, ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା, ମହାବିଦ୍ୟାଳୟର ଛାତ୍ରଛାତ୍ରୀ, କର୍ମଚାରୀ ଓ ଆଲୁମିନି ସଦସ୍ୟମାନେ ଭିଡିଓ କନଫରେନସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ଶୁଣିଥିଲେ । କେତେକ ଆଲୁମିନି ସଦସ୍ୟ କଲେଜର ସର୍ବାଙ୍ଗୀନ ଉନ୍ନତି ପାଇଁ ଆଜି କିଛି ଅର୍ଥଦାନ ମଧ୍ୟ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ‘ମୋ କଲେଜ ଅଭିଯାନ ‘ଯେଉଁ ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଛି ତାହା ନିଶ୍ଚୟ ସାକାର ହେବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ କହିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.