ETV Bharat / state

ବ୍ରାହ୍ମଣୀତରଙ୍ଗ ପୋଲିସକୁ ସଫଳତା, ୭ ଜଣିଆ ଲୁଟେରା ଗ୍ୟାଙ୍ଗ ଗିରଫ

author img

By

Published : Feb 8, 2023, 1:09 PM IST

ବ୍ରାହ୍ମଣୀତରଙ୍ଗ ପୋଲିସକୁ ସଫଳତା
ବ୍ରାହ୍ମଣୀତରଙ୍ଗ ପୋଲିସକୁ ସଫଳତା

କମ୍ପାନୀ ଟ୍ରାନ୍ସଫରମର କାଟି ତମ୍ବା କଏଲ ଚୋରି କରିଥିଲେ ଅଭିଯୁକ୍ତ । ୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଲା ପୋଲିସ । ଅଧିକ ପଢନ୍ତୁ

ବ୍ରାହ୍ମଣୀତରଙ୍ଗ ପୋଲିସକୁ ସଫଳତା

ରାଉରକେଲା: ବ୍ରାହ୍ମଣୀତରଙ୍ଗ ପୋଲିସକୁ ସଫଳତା । କମ୍ପାନୀ ଟ୍ରାନ୍ସଫରମର କାଟି ତମ୍ବା କଏଲ ଚୋରି କରିଥିବା ୭ ଜଣିଆ ଲୁଟେରା ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି ପୋଲିସ । ଏହାସହ ସେମାନଙ୍କ ନିକଟରୁ କପର ମଧ୍ୟ ଜବତ କରାଯାଇଛି ।

ରାଉରକେଲାରୁ ଧରାପଡିଲା ଲୁଟେରା ଗ୍ୟାଙ୍ଗ । ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳରେ ଉତ୍ପାତ ମଚାଇଥିବା ଲୁଟେରା ଗ୍ୟାଙ୍ଗକୁ ମାଡି ବସିଛି ପୋଲିସ । ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବେଲଡିହିର ଏକ କାରଖାନା ଭିତରୁ କିଛିଦିନ ତଳେ ରାତିରେ ବଡ଼ ଧରଣର ଚୋରି ହୋଇଥିଲା। ଏହି କାରଖାନାରେ ଡକାୟତି ମାମଲାରେ ପୋଲିସ ୭ ଜଣଙ୍କୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ବିରମିତ୍ରପୁର ଅଞ୍ଚଳର ଅମିତ ତିର୍କୀ,ରୋହିତ ଖେସ ଏବଂ ବ୍ରାହ୍ମଣୀତରଙ୍ଗ ଅଞ୍ଚଳର ସୁରଜ ଓରାମ, ରଣାଇ ଏକ୍କା, ଧାମୁ ବାରୱା, ଅଜିତ କିଷାନ, ନବୀନ ଲାକ୍ରା । ସୂଚନାଯୋଗ୍ୟ ଯେ, ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ବେଲଡିହି ଅଞ୍ଚଳର ରାଜଶ୍ରୀ ଅଲୋଏଜ ଏଣ୍ଡ ଷ୍ଟିଲ କାରଖାନାରେ ଗତ ଫେବୃଆରୀ ୫ ତାରିଖ ରାତିରେ ବଡ଼ ଧରଣର ଲୁଟ ହୋଇଥିଲା ।

ଲୁଟେରା ଗ୍ୟାଙ୍ଗ କାରଖାନା ଭିତରକୁ ପଶି ସୁରକ୍ଷା କର୍ମୀଙ୍କୁ ଧମକ ଦେଇ କାରଖାନା ମଧ୍ୟରୁ ଟ୍ରାନ୍ସଫର୍ମରରୁ ତମ୍ବା କଏଲ ଚୋରି କରିଥିଲେ। ତେବେ ଅଭିଯୋଗ ପରେ ବ୍ରାହ୍ମଣୀତରଙ୍ଗ ପୋଲିସ ଅଭିଯୁକ୍ତକୁ ଖୋଜାଖୋଜି ଆରମ୍ଭ କରିଥିଲା। ମଙ୍ଗଳବାର ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ: Adani row: A ନାମକ ବ୍ୟକ୍ତି ଦେଶକୁ ବୋକା ବନାଇଛନ୍ତି କହିଲେ ସାଂସଦ ମହୁଆ ମୋଇତ୍ର

ଗିରଫ ହୋଇଥିବା ୭ ଜଣ ଅଭିଯୁକ୍ତଙ୍କ ଠାରୁ କାରଖାନାରୁ ଲୁଟ ହୋଇଥିବା ୪ କୁଇଣ୍ଟାଲ ତମ୍ବା ତାର ଜବତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ରବିବାର ରାତିରେ ୬ ରୁ ୭ ଜଣ ଡକାୟତ ବେଲଡ଼ିହି କାରଖାନାରେ ଜବରଦସ୍ତି ପଶିଥିଲେ । ସେଠାରେ ଥିବା ଗାର୍ଡଙ୍କୁ ବାନ୍ଧି ଦୁଇଟି ଟ୍ରାନ୍ସଫର୍ମରରୁ ୪୦୦ କିଲୋଗ୍ରାମ କପର ଲୁଟି ନେଇଥିଲେ ।

ଏହି ଘଟଣାର ତଦନ୍ତ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ। ଏହା ସହ ଡକାୟତିରେ ବ୍ୟବହୃତ ଗ୍ୟାସ କଟର ଏବଂ ଏକ ପିକ୍ ଅପ ଭ୍ୟାନ, ସ୍କୁଟି, ବାଇକ ମଧ୍ୟ ପୋଲିସ ଜବତ କରିଛି । ଜବତ ତମ୍ବା ତାରର ମୂଲ୍ୟ ପ୍ରାୟ ୪ ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଉଛି । ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରୁ ପୂର୍ବରୁ ମଧ୍ୟ ଏହି ଲୁଟେରା ଗ୍ୟାଙ୍ଗ ବହୁ ସମୟରେ ବିଭିନ୍ନ ସ୍ଥାନରେ ଯଥା ଘରୁ ଏବଂ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଚୋରି ଅଭିଯୋଗ ହେଉଥିଲା ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.