ETV Bharat / bharat

Adani row: A ନାମକ ବ୍ୟକ୍ତି ଦେଶକୁ ବୋକା ବନାଇଛନ୍ତି କହିଲେ ସାଂସଦ ମହୁଆ ମୋଇତ୍ର

author img

By

Published : Feb 8, 2023, 10:21 AM IST

Updated : Feb 8, 2023, 10:29 AM IST

mahua moitra on adani scam
mahua moitra on adani scam

ଗୌତମ ଆଦାନୀ ମାମଲାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଟିଏମସି ସାଂସଦ ମହୁଆ ମୋଇତ୍ର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ଉପରେ ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ସଂସଦରେ ଝଡ ଲାଗି ରହିଛି । ଏହି ମାମଲାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ମଙ୍ଗଳବାର ଏହି ମାମଲାକୁ ନେଇ କେନ୍ଦ୍ରସରକାରଙ୍କ ଉପରେ ବର୍ଷିଥିଲେ ଟିଏମସି ସାଂସଦ ମହୁଆ ମୋଇତ୍ର । ଗୌତମ ଆଦାନୀଙ୍କ ନାମ ନ ନେଇ ମହୁଆ କହିଛନ୍ତି ଯେଉଁ ବ୍ୟକ୍ତିଙ୍କ ନାମ ଏରୁ ଆରମ୍ଭ ଓ ଆଇରେ ଶେଷ ମାତ୍ର ସେ ଆଡଭାନୀ ନୁହଁନ୍ତି । ଏରୁ ନାମ ଆରମ୍ଭ ହେଉଥିବା ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦେଶକୁ ବୋକା ବନାଇଛନ୍ତି । ଏ ମାମଲାର ତଦନ୍ତ ହେବା ଦରକାର ।

ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ପରେ ଆଲୋଚନାରେ ଭାଗ ନେଇଥିଲେ ସାଂସଦ ମହୁଆ । ଆରମ୍ଭରୁ ହିଁ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିଥିଲେ । ସେ କହିଥିଲେ, ଆମେ ଚୀନ, ପେଗାସସ, ମୋର୍ବି, ବିବିସି ବିଷୟରେ କିଛି କହିପାରିବୁ ନାହିଁ । ବିରୋଧୀ ସଦସ୍ୟ ପ୍ରଧାନମନ୍ତ୍ରୀଙ୍କ ନାମ ମଧ୍ୟ ନେଇ ପାରିବେ ନାହିଁ । ଶିଳ୍ପପତି ଗୌତମ ଆଦାନୀ ନାମ ନନେଇ ସରକାରଙ୍କୁ ନିଶାନା ମାରିଥିଲେ ମହୁଆ । ସେ କହିଥିଲେ, ଏବେ ଦେଶ ବିଶ୍ବରେ ତୃତୀୟ ସୁଦୃଢ ଅର୍ଥନୈତିକ ଦେଶ ହେବାକୁ ଯାଉଛି । ଏହି ସମୟରେ ଏହି ଦୁର୍ନୀତି ମାମଲାର କଡା ଯାଞ୍ଚ କରାଯାଉ । ଏରୁ ଆରମ୍ଭ ହେଇଥିବା ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କ ସମେତ ଅର୍ଥମନ୍ତ୍ରୀଙ୍କୁ ବୋକା ବନାଇଛନ୍ତି ।''

ଖାଲି ସେତିକି ନୁହେଁ ଏରୁ ଆରମ୍ଭ ନାମକ ବ୍ୟକ୍ତି ଜଣଙ୍କ ସମଗ୍ର ଦେଶକୁ ବୋକା ବନାଇଛନ୍ତି । ମୁଁ ଚାହୁଁଛି କମ୍ପାନୀ ମାନେ ଆଗକୁ ବଢନ୍ତୁ । ମାତ୍ର ସଚ୍ଚୋଟତାର ସହ ଆଗକୁ ବଢନ୍ତୁ । କଠିନ ପରିଶ୍ରମ କରି ଆଗକୁ ଯାଆନ୍ତୁ ଦୁର୍ନୀତି କରି ଆଗକୁ ନୁହେଁ । କେବଳ ଏତିକି କହିବି କି ଆମ ସମସ୍ତଙ୍କୁ ବୋକା ବନାଯାଉଛି ବୋଲି କହିଛନ୍ତି ଟିଏମସି ସାସଂଦ ମହୁଆ ମୋଇତ୍ର ।

ଏହା ବି ପଢନ୍ତୁ...ସଂସଦରେ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ, କହିଲେ ଧନୀ ତାଲିକାରେ ଆଦାନୀ ୬୦୯ରୁ ୨କୁ ଆସିଲେ କେମିତି ?

ସଂସଦରେ ଆଦାନୀ ମାମଲାକୁ ନେଇ ଟିଏମସି ଓ ବିଜେପି ସଦସ୍ୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଟିଏମସି ସାଂସଦ ମହୁଆ ମୋଇତ୍ର କିଛି ଆପତ୍ତିଜନକ ଶଦ୍ଦ ବ୍ୟବହାର କରୁଥିବା ଶୁଣିବାକୁ ମିଳିଥିଲା । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ କ୍ଷମା ମାଗିବାକୁ କହିଥିଲେ ।

ପ୍ରକାଶ ଥାଉ କି, ଗତକାଲି ଶିଳ୍ପପତି ଗୌତମ ଆଦାନୀଙ୍କ ଉପରେ ହିଣ୍ଡେନବର୍ଗ ରିପୋର୍ଟକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଥିଲେ ରାହୁଲ ଗାନ୍ଧୀ । ମୋଦିଙ୍କ ଯାଦୁରେ ଆଦାନୀ ଧନୀ ହୋଇଛନ୍ତି । ଆଦାନୀଙ୍କ ବ୍ୟବସାୟିକ ସାମ୍ରାଜ୍ୟ ବଢାଇବାରେ ପ୍ରଧାନମନ୍ତ୍ରୀଙ୍କ ଯୋଗ ଦାନ ରହିଛି । ଆଦାନୀଙ୍କୁ ସୁହାଇଲା ଭଳି ନିୟମ ସରକାର ପ୍ରଣୟନ କରୁଛନ୍ତି ବୋଲି କହିଥିଲେ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ।

Last Updated :Feb 8, 2023, 10:29 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.