ETV Bharat / bharat

ସଂସଦରେ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ, କହିଲେ ଧନୀ ତାଲିକାରେ ଆଦାନୀ ୬୦୯ରୁ ୨କୁ ଆସିଲେ କେମିତି ?

author img

By

Published : Feb 8, 2023, 7:36 AM IST

Rahul Gandhi sparks protest in Lok Sabha
Rahul Gandhi sparks protest in Lok Sabha

ଗୌତମ ଆଦାନୀଙ୍କ ମାମଲାକୁ ନେଇ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଲେ ରାହୁଲ । ଧନୀ ତାଲିକାରେ ଆଦାନୀ ୬୦୯ରୁ ୨କୁ ଆସିଲେ କେମିତି ବୋଲି କଲେ ପ୍ରଶ୍ନ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ସଂସଦରେ ଝଡ ଲାଗି ରହିଛି । ଗତକାଲି(ମଙ୍ଗଳବାର) ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ସେ କହିଛନ୍ତି, ‘ଆଦାନୀଙ୍କ ସାମ୍ରାଜ୍ୟ ବଢାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସାହାଯ୍ୟ କରିଛନ୍ତି’’ ।

ରାହୁଲ ଗାନ୍ଧୀ କହିଛନ୍ତି, " 2014ରୁ ୨୦୨୨ ମଧ୍ୟରେ ଆଦାନୀଙ୍କ ସମ୍ପତ୍ତି ୮ ବିଲିୟନ ଡଲାରରୁ ୧୪୦୦ ବଲିୟନ ଡଲାର ହୋଇଛି । ୨୦୧୪ ମସିହାରେ ବିଜେପି ଶାସନକୁ ଆସିବା ପରେ ଆଦାନୀଙ୍କ ସମ୍ପତ୍ତିର ମୂଲ୍ୟ ବଢିଛି । ୨୦୧୪ ମସିହାରେ ଆଦାନୀ ବଶ୍ବ ଧନୀ ତାଲିକାରେ ୬୦୯ ତମ ସ୍ଥାନରେ ରହିଥିଲେ । କିନ୍ତୁ କିଛି ବର୍ଷ ମଧ୍ୟରେ ସେ ଦ୍ବିତୀୟ ସ୍ଥାନକୁ ଆସିଲେ । ଏହି ସଫଳତା କେମିତି ମିଳିଥିଲା ?

ଏହାସହ ବିମାନ ବନ୍ଦରକୁ ନେଇ ମଧ୍ୟ ମୋଦିଙ୍କୁ ଟାର୍ଗେଟ କରିଥିଲେ ରାହୁଲ । ସେ କହିଥିଲେ, "ପୂର୍ବରୁ ଏୟାରପୋର୍ଟ ବ୍ୟବସାୟରେ ସାମିଲ ନଥିବା କମ୍ପାନୀକୁ ଏୟାରପୋର୍ଟ ଦେବାର ବ୍ୟବସ୍ଥା ନଥିଲା । ସରକାର ସିବିଆଇ ଏବଂ ଇଡି ଉପରେ ଚାପ ପକାଇ ଜିଭିକେ ଠାରି ଏୟାରପୋର୍ଟ ନେଇ ଆଦାନୀକୁ ଦେଇଥିଲେ । ନିୟମ ବଦଳାଇ ଆଦାନୀକୁ ୬ଟି ବିମାନ ବନ୍ଦର ଦିଆଯାଇଥିଲା । ଖୋଦ ପ୍ରଧାନମନ୍ତ୍ରୀ ଏହି ସବୁ ସୁବିଧା ତାଙ୍କୁ ଦେଇଛନ୍ତି । ବିଶ୍ବର ସବୁଠାରୁ ଲାଭ ଦେଉଥିବା ମୁମ୍ବାଇ ବିମାନ ବନ୍ଦରକୁ ଜିଭିକେ ଠାରୁ ହାଇଜ୍ୟାକ କରାଯାଇ ନିଆଯାଇଥିଲା । ଏୟାର ଟ୍ରାଫିକରୁ ୨୪ ପ୍ରତିଶତ ଏବଂ ଏୟାର ଫ୍ରେଟରୁ ୩୧ ପ୍ରତିଶତ ଆଦାୟ ହେଉଥିଲା ।"

ଅନ୍ୟପକ୍ଷେ ପ୍ରତିରକ୍ଷା କ୍ଷେତ୍ରକୁ ନେଇ ମଧ୍ୟ ରାହୁଲ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି,"ପୂର୍ବରୁ ପ୍ରତିରକ୍ଷା କ୍ଷେତ୍ରରେ ଆଦାନୀଙ୍କ କୌଣସି ଅଭିଜ୍ଞତା ନଥିଲା । ତେବେ ପ୍ରଧାନମନ୍ତ୍ରୀ ଇସ୍ରାଇଲ ଗସ୍ତବେଳେ ଆଦାନୀକୁ ଡ୍ରୋନ ଆସେମ୍ବଲୁ କରିବାର ଚୁକ୍ତି ମିଳିଥିଲା । ପ୍ରଧାନମନ୍ତ୍ରୀ ବାଲାଂଦେଶ ଗସ୍ତରେ ଯିବାରୁ ୧୫୦୦ ମେଗାଓ୍ବାର୍ଟର ବିଦ୍ୟୁତ୍‌ ଠିକା ଆଦାନୀଙ୍କୁ ମିଳିଥିଲା । ଏଲଆଇସି ଅର୍ଥ ଆଦାନୀଙ୍କ କମ୍ପାନୀରେ କାହିଁକି ନିବେଶ କରାଗଲା ?

ତେବେ ରାହୁଲଙ୍କ ଏଭଳି ମନ୍ତବ୍ୟକୁ ନେଇ ବିରୋଧ କରିଛନ୍ତି ବିଜେପି ସାଂସଦ ରବିଶଙ୍କର ପ୍ରସାଦ । ସେ କହିଥିଲେ ବିନା କୌଣସି ପ୍ରମାଣ ଏବଂ ନୋଟିସ୍‌ରେ ସେ ପ୍ରଧାନମନ୍ତ୍ରୀଙ୍କ ଉପରେ ଆଙ୍ଗୁଳି ଉଠାଉଛନ୍ତି ।

ଅଗ୍ନିବୀର ସ୍କିମକୁ ନେଇ ମଧ୍ୟ ମୋଦିଙ୍କୁ ସମାଲୋଚନା କରିଛନ୍ତି ରାହୁଲ । ସେ କହିଛନ୍ତି," ଭାରତ ଯୋଡ ଯାତ୍ରା 3,500 କି.ମି ଦୂର ରହିଥିଲା । ଯାତ୍ରା ସମୟରେ ଏହି ପ୍ରସଙ୍ଗରେ ବିଭିନ୍ନ ରାଜ୍ୟର ଯୁବକଙ୍କ ସହ ଆଲୋଚନା କରିଛି । ସେନାରେ ଭର୍ତ୍ତି ହେବା ପାଇଁ ସ୍ବପ୍ନ ଦେଖୁଥିବା ଦେଶର ଯେଉଁ ଯୁବକ ଯୁବତୀ ପ୍ରାତଃ 4 ଟାରୁ ଉଠି କଠିନ ଶାରୀରିକ ଅଭ୍ୟାସ କରୁଛନ୍ତି, କିନ୍ତୁ ସେମାନେ କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ଖୁସି ନାହାନ୍ତି ।’

‘ପୂର୍ବରୁ 15 ବର୍ଷର ସେବା ପରେ ସେମାନେ ଅବସର ନେଉଥିଲେ ଓ ଅବସରକାଳୀନ ଭତ୍ତା ମଧ୍ୟ ପାଉଥିଲେ । ହେଲେ ଏବେ ସରକାର ଆଣିଥିବା ଯୋଜନାରେ ମାତ୍ର 4 ବର୍ଷରେ ଅଗ୍ନିବୀରଙ୍କୁ ସେନାରୁ କାଢି ଫିଙ୍ଗି ଦିଆଯିବାର ବ୍ୟବସ୍ଥା ହୋଇଛି । ଯାହାକୁ ନେଇ ଯୁବ ସେମାନଙ୍କର ସାଙ୍ଘାତିକ ଅଭିଯୋଗ ରହିଛି ।" ରାହୁଲଙ୍କ ଅଭିଯୋଗ ପରେ ପାଲଟା ଆକ୍ରମଣ କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ । କେବଳ ଅଭିଯୋଗ ନୁହେଁ ରାହୁଲ ଏସବୁର ପ୍ରମାଣ ଦିଅନ୍ତୁ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.