୬୯ ତମ ସ୍ବାୟତ୍ତ ଶାସନ ଦିବସ ପାଳିଲା ରାଉରକେଲା ମହାନଗର ନିଗମ

author img

By

Published : Sep 1, 2021, 10:33 AM IST

ରାଉରକେଲା ମହାନଗର ନିଗମ ପକ୍ଷରୁ ୬୯ ତମ ସ୍ବାୟତ୍ତ ଶାସନ ଦିବସ ପାଳିତ

ରାଉରକେଲା ମହାନଗର ନିଗମ ପକ୍ଷରୁ ପାଳିତ ହୋଇଯାଇଛି ୬୯ତମ ସ୍ବାୟତ୍ତ ଶାସନ ଦିବସ । ଏହି ଅବସରରେ କମିଶନର ଦିବ୍ୟଜ୍ୟୋତି ପରିଡ଼ା ଷ୍ଟେସନ ରୋଡଠାରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ପତାକା ଉତ୍ତୋଳନ କରିଥିଲେ। ଅଧିକ ପଢନ୍ତୁ...

ସୁନ୍ଦରଗଡ଼: ରାଉରକେଲା ମହାନଗର ନିଗମ ପକ୍ଷରୁ ପାଳିତ ହୋଇଯାଇଛି ୬୯ତମ ସ୍ବାୟତ୍ତ ଶାସନ ଦିବସ । ଏହି ଅବସରରେ କମିଶନର ଦିବ୍ୟଜ୍ୟୋତି ପରିଡ଼ା ଷ୍ଟେସନ ରୋଡଠାରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ପତାକା ଉତ୍ତୋଳନ କରିଥିଲେ । ଏହାସହ ଆୟୋଜିତ ଏକ ସଭାରେ ଆରଏମସିର କର୍ମଚାରୀ ଓ କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ କମିଶନର ରାଉରକେଲାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେମାନେ କିପରି କୋଭିଡ ସମୟରେ ଓ ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରିଛନ୍ତି, ସେହି ବିଷୟରେ ସେ ଆଲୋକପାତ କରିଥିଲେ।

ରାଉରକେଲା ମହାନଗର ନିଗମ ପକ୍ଷରୁ ୬୯ ତମ ସ୍ବାୟତ୍ତ ଶାସନ ଦିବସ ପାଳିତ

ଏପଟେ ରାଉରକେଲା ମହାନଗର ନିଗମ ପକ୍ଷରୁ ସମସ୍ତ ସେବା କିଭଳି ଭଲ ଭାବରେ କାର୍ଯ୍ୟକାରୀ ହେବ ଓ ଲୋକଙ୍କ ପାଖରେ ପହଞ୍ଚି ପାରିବ ଏବଂ ସେମାନଙ୍କର କୌଣସି ଅଭିଯୋଗ ଥିଲେ ସେସବୁର କିପରି ତୁରନ୍ତ ସମାଧାନ କରାଯିବ, ସେ ଉପରେ ଗୁରୁତ୍ବ ଦେଇଥିଲେ। ଏହାସହ ଉନ୍ନତ ଓ ଅଭିନବ ସେବା ପ୍ରଦାନ କରାଯିବା ସହ ସେଥିରେ ସ୍ବଚ୍ଛତା ରଖିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି କମିଶନର।

ଅନ୍ୟପଟେ କୋଭିଡ ସମୟରେ କାମ କରୁଥିବା ନିଶୁଳ୍କ ୨୪ ଘଣ୍ଟିଆ ହେଲ୍ପଲାଇନକୁ ସହରବାସୀଙ୍କ ସୁବିଧା ପାଇଁ ଏବେ ରାଉରକେଲା ହେଲ୍ପଲାଇନରେ ପରିଣତ କରାଯାଇଛି। ଏହି ହେଲ୍ପଲାଇନ ନମ୍ବରକୁ କଲ କରି ଲୋକେ ମହାନଗର ନିଗମ ପ୍ରଶାସନର ବିଭିନ୍ନ କାର୍ଯ୍ୟକ୍ରମ, ସେବା ସମ୍ପର୍କରେ ସୂଚନା ପାଇପାରିବେ କିମ୍ବା ନିଜର ସମସ୍ୟା ଜଣାଇପାରିବେ। ଟ୍ରେଡ୍ ଲାଇସେନ୍ସ, ଦୋକାନ ଟ୍ୟାକ୍ସ, ହୋଲ୍ଡିଂ ଟ୍ୟାକ୍ସ, ଜନ୍ମ ଏବଂ ମୃତ୍ୟୁ ପ୍ରମାଣପତ୍ର, ମଶା ଉପଦ୍ରବ ହ୍ରାସ, ବୁଲା ଗାଈଗୋରୁଙ୍କୁ ନିୟନ୍ତ୍ରଣ, ରାସ୍ତା ଓ ଡ୍ରେନ୍ ସଫେଇ, ବିବାହ ପଞ୍ଜିକରଣ, ସ୍ବରେଜ୍ ସିଷ୍ଟମ, ଷ୍ଟ୍ରିଟ୍ ଲାଇଟ ଭଳି ବିଭିନ୍ନ ସେବା ସମ୍ପର୍କରେ ଜାଣିବା ପାଇଁ ଲୋକେ ଏହି ହେଲ୍ପଲାଇନ ନମ୍ବରରେ କଲ କରିପାରିବେ।

ଏହାମଧ୍ୟରେ ସ୍ବାୟତ୍ତ ଶାସନ ଦିବସ ଉପଲକ୍ଷେ ଛେଣ୍ଡ ସ୍ଥିତ ବୀର ସୁରେନ୍ଦ୍ର ସାଏ ମାର୍କେଟ କମ୍ପ୍ଲେକ୍ସଠାରେ ଜନ ସଚେତନତା ପାଇଁ ଏକ ସ୍ବଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ବଜାର ସଫେଇ କରାଯିବା ସହ ବ୍ୟବସାୟୀମାନଙ୍କୁ ସ୍ବଚ୍ଛତା ନେଇ ସଚେତନ କରାଯାଇଥିଲା । କମିଶନର ଦିବ୍ୟଜ୍ୟୋତି ପରିଡ଼ା ବଜାର କମିଟି ମେମ୍ବରମାନଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ। ଡେପୁଟି କମିଶନର ସୁଧାଂଶୁ ଭୋଇ, ଡକ୍ଟର ଗୌରବମୟ ପ୍ରଧାନ, ସହକାରୀ କମିଶନର ନରେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ମଧ୍ୟ ଏଥିରେ ଉପସ୍ଥିତ ଥିଲେ।

ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.