ETV Bharat / state

ସ୍ବାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର, ଡାକ୍ତର ଅଭାବକୁ ଦେଖି ରୋଗୀ ଦେଖିଲେ ବିଧାୟକ

author img

By ETV Bharat Odisha Team

Published : Oct 26, 2023, 4:09 PM IST

Rajgangpur MLA Raazen Ekka
Rajgangpur MLA Raazen Ekka

ବିଧାୟକ ପାଲଟିଲେ ଡାକ୍ତର । ଡାକ୍ତର ଅଭାବ ଦେଖି ରୋଗୀ ଚିକିତ୍ସା କଲେ ରାଜଗାଙ୍ଗପୁର ବିଧାୟକ ଡ. ରାଜନ । ଅଧିକ ପଢନ୍ତୁ

ସ୍ବାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର, ଡାକ୍ତର ଅଭାବକୁ ଦେଖି ରୋଗୀ ଦେଖିଲେ ବିଧାୟକ

ରାଉରକେଲା: ବିଧାୟକ ପଲଟିଲେ ଡାକ୍ତର । ଡାକ୍ତରଖାନାରେ ପହଞ୍ଚି କଲେ ରୋଗୀଙ୍କ ଚିକିତ୍ସା । ଡାକ୍ତରଖାନାରେ ଡାକ୍ତର ଅଭାବ ଦେଖି ଲୋକଙ୍କୁ ଚିକିତ୍ସା କରିବାକୁ ଆଗେଇ ଆସିଛନ୍ତି ରାଜଗାଙ୍ଗପୁର ବିଧାୟକ ରାଜନ ଏକ୍କା । ଏଭଳି ଦୃଶ୍ୟ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ଦେଖିବାକୁ ମିଳିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ବିଧାୟକ ରାଜନଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ରାଜନୀତିରେ ଆସିବା ପୂର୍ବରୁ ସେ ଡାକ୍ତର ଭାବରେ କାର୍ଯ୍ୟରତ ଥିଲେ । ତେବେ ରାଜଗାଙ୍ଗପୁର ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ଅବ୍ୟବସ୍ଥା ଯୋଗୁଁ ବାଧ୍ୟତାମୂଳକ ଏଭଳି ପଦକ୍ଷେପ ଗ୍ରହଣ କରି ଲୋକଙ୍କୁ ଚିକିତ୍ସା କରୁଛନ୍ତି ରାଜଗାଙ୍ଗପୁର ଡାକ୍ତର ରାଜନ ଏକ୍କା । ଜନସେବା ପ୍ରତି ସମର୍ପଣର ଏକ ଅସାଧାରଣ ପ୍ରଦର୍ଶନରେ ସୂଚନା ଦେଇଛନ୍ତି ରାଜଗାଙ୍ଗପୁର ବିଧାୟକ ରାଜନ ଏକ୍କା । ରାଜଗାଙ୍ଗପୁର ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ଚିକିତ୍ସା ପାଇଁ ସେ ପୁଣି ଥରେ ନିଜର ଧଳା କୋଟ ପିନ୍ଧିଛନ୍ତି ।

ଏହା ବି ପଢନ୍ତୁ- ଗରିବଙ୍କ ପାଇଁ ନୁହେଁ ସରକାରୀ ଯୋଜନା ! ମିଳିଲାନି ଆମ୍ବୁଲାନ୍ସ, ଟ୍ରଲିରେ ସ୍ତ୍ରୀର ମୃତଦେହ ବୋହିଲେ ସ୍ବାମୀ

ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ଡାକ୍ତରଙ୍କ ଘୋର ଅଭାବକୁ ଦୃଷ୍ଟିରେ ରଖି ଏଭଳି ନିଃସ୍ବାର୍ଥପର କାର୍ଯ୍ୟ କରାୟାଇଥିବା ସୂଚନା ଦେଇଛନ୍ତି ରାଜନ। ତେବେ ରାଜଗାଙ୍ଗପୁର ଅଞ୍ଚଳରେ ଅନେକ ବାସିନ୍ଦା ଚିକିତ୍ସା ପାଇଁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ମଧ୍ୟ ଠିକ ଭାବରେ ଆସୁନଥିବାରୁ ରୋଗୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଭଳି ପରିସ୍ଥିତିରେ ପୁଣି ଡାକ୍ତର ହେବାକୁ ବାଧ୍ୟ ହୋଇଥିବା କହିଛନ୍ତି ରାଜଗାଙ୍ଗପୁର ବିଧାୟକ ରାଜନ ଏକ୍କା ।

ରାଜନ ଏକ୍କା ଜଣେ ତାଲିମପ୍ରାପ୍ତ ଡାକ୍ତର । ସେ ରାଜନୀତିରେ ଯୋଗ ଦେବା ପୂର୍ବରୁ ଡାକ୍ତର ଭାବରେ କାର୍ଯ୍ୟ କରୁଥିଲେ । ବିଶେଷ କରି ରାଜଗାଙ୍ଗପୁର ଭଳି ଆଦିବାସୀ ଅଧ୍ୟୁଷିତ ବହୁ ଅଞ୍ଚଳ ଅବହେଳିତ ଓ ଚିକିତ୍ସା ଅଭାବରୁ ଛଟପଟ ହେଉଥିବା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ଚରମ ଅବ୍ୟବସ୍ଥା ପ୍ରତି ତାଙ୍କର ଏଭଳି ପଦକ୍ଷେପ ସିଧାସଳଖ ପ୍ରତିକ୍ରିୟା ସୃଷ୍ଟି କରୁଛି । ବିଧାୟକ ରାଜନ ରୋଗୀଙ୍କ ଚିକିତ୍ସା କରୁଥିବା ହୃଦୟ ବିଦାରକ ଦୃଶ୍ୟ ଏହି ଅଞ୍ଚଳରେ ସ୍ବାସ୍ଥ୍ୟସେବା ସଙ୍କଟର ଗମ୍ଭୀରତାକୁ ସୂଚାଉଛି । ତେବେ ରାଜଗାଙ୍ଗପୁର ବିଧାୟକ ଡାକ୍ତର ରାଜନ ଏକ୍କାଙ୍କ ଏହି ପଦକ୍ଷେପକୁ ସୁନ୍ଦରଗଡ଼ ଜିଲ୍ଲାବାସୀ ଏବଂ ରାଜଗାଙ୍ଗପୁର ବାସୀ ପ୍ରଶଂସା କରିଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.